
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ପୂର୍ବତନ ମେୟର ତଥା ବିଜେଡି ନେତା ଅନନ୍ତ ନାରାୟଣ ଜେନାଙ୍କ ଉପରେ ଆକ୍ରମଣ ହୋଇଥିଲା । ଗାଡ଼ିକୁ ବୋମାମାଡ଼ ପରେ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଅନନ୍ତ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌଜନ୍ୟତା ଦୃଷ୍ଟିରୁ ଆଜି କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଠାରେ ବୁନୁଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଥିଲେ।
ଏ ଖବରଟି ଭଲ କଥା। କାରଣ ଦଳୟ ମୁଖ୍ୟ ହୋଇଥିବାରୁ କାହାର ଭଲ ମନ୍ଦରେ ଛିଡା ହେବା ସବୁଠାରୁ ଉତ୍ତମ କର୍ମ ବୋଲି କୁହାଯିବ। ହେଲେ ଏଇଠାରେ ମୁଖ୍ୟମନ୍ତ୍ରୀ ଏମିତି ଗୋଟିଏ ଆଚରଣ କରିଛନ୍ତି ଯାହା ନିଶ୍ଚିତ ଭାବେ ଦୁଃଖ ଦାୟକ। ସେ ଖାଲି ବିଜେଡିର ମୁଖ୍ୟ ନୁହଁନ୍ତି ରାଜ୍ୟ ମୁଖିଆ ମଧ୍ୟ। ଏଣୁ ରାଜ୍ୟବାସଙ୍କ ସୁଖ ଦୁଃଖରେ ଛିଡା ହେବା କଥା। ହେଲେ ସେ ସେମିତି କରିନାହାନ୍ତି।
ମୂଳ କଥାଟି ହେଉଛି, ରାଜନୈତିକ ହିଂସା। ଯାହା ଗତ କାଲିଠାରୁ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି। ଗୋଟିଏ ପଟେ ବୁନୁଙ୍କୁ ମାଡ଼ ହୋଇଥିବା ବେଳେ ଆରପଟେ ପ୍ରଦୀପ ମହାରଥୀଙ୍କଠାରୁ ମାଡ଼ ଖାଇ ଲହୁଲୁହାଣ ହୋଇଛନ୍ତି ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର। ଶ୍ରୀ ପାତ୍ର SST(ସ୍ପେଶାଲ ସିକ୍ୟୁରିଟି ଟିମ୍) ଟିମ୍ ନେଇ କାଲି ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍ରେ ଚଢାଉ କରିଥିବା ବେଳେ ମହାରଥୀ ଓ ତାଙ୍କ ଗୁଣ୍ଡାମାନେ ତାଙ୍କୁ ମାରି ଦରମାରା କରିଥିଲେ। ସେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଉଭୟ ଅନନ୍ତ ଜେନା ଓ ରବି ନାରାୟଣ ପାତ୍ର ନିର୍ବାଚନୀ ହିଂସାର ଶିକାର ହୋଇଥିଲେ ହେଁ, ମୁଖ୍ୟମନ୍ତ୍ରୀ କେବଳ ବୁନୁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝି ଫେରିଛନ୍ତି। ରବିଙ୍କ ସ୍ୱାସ୍ଥ୍ୟବସ୍ଥା ନ ବୁଝିବା ଘୋର ଅସୌଜନ୍ୟ ବ୍ୟବହାର ବୋଲି ଚର୍ଚ୍ଚା ହେଉଛି। କାରଣ ଜଣେ ସରକାରୀ କର୍ମଚାରୀଙ୍କୁ ଖୋଦ୍ ବିଜେଡିର ଜଣେ ନେତା ମାଡ଼ ମାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖା ନ କରିବା ଦୁଃଖର ବିଷୟ। ଅପରପକ୍ଷେ ଏପରି କରି ମହାରଥୀଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଠିକ୍ ବୋଲି ପ୍ରମାଣିତ କରିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
from Odisha Reporter http://bit.ly/2Vg3x20
No comments:
Post a Comment