ନିର୍ବାଚନ ସରିଲେ ଭାରତ-ପାକ୍‌ ଆଲୋଚନା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ନିର୍ବାଚନ ସରିଲେ ଭାରତ-ପାକ୍‌ ଆଲୋଚନା !

ନୂଆଦିଲ୍ଲୀ: କଶ୍ମୀର ଏବଂ ଆତଙ୍କବାଦ ପ୍ରସଙ୍ଗରେ ଦୀର୍ଘଦିନ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୁ ତୁ ମେଁ ମେଁ ଚାଲି ଆସିଛି। ବିଶ୍ୱସ୍ତରରେ ଭାରତ ପାକିସ୍ତାନର କାରସାଦି ଧରା ପକାଇବା ପ୍ରୟାସରେ ଥିବାବେଳେ ପାକିସ୍ତାନ ଚାଇନାକୁ ଢାଲ କରି ନିଜ ସପକ୍ଷରେ ଓକିଲାତି କରିଆସିଛି। ଆତଙ୍କବାଦ ବାବଦରେ ପାକ୍ କାର୍ଯ୍ୟାନୁଷ୍ଠାନ ନନେଲେ ଦ୍ୱିପାକ୍ଷିକ ଆଲୋଚନାକୁ ଅସମ୍ଭବ ବୋଲି ଭାରତ କହିସାରିଛି। କିନ୍ତୁ ଏଥିରେ ନୂଆ ଟ୍ୱିଷ୍ଟ ଆଣି ପାକିସ୍ତାନ ହାଇକମିଶନର ରବିବାର କହିଛନ୍ତି, ଭାରତରେ ୨୦୧୯ ଲୋକସଭା ନିର୍ବାଚନ ପରେ ଉଭୟ ଦେଶ ମଧ୍ୟରେ ଆଲୋଚନା ପାଇଁ ସେମାନେ ଆଶାବାଦୀ ଅଛନ୍ତି।

ସେ କହିଥିଲେ, ନୂଆଦିଲ୍ଲୀ ସହିତ ଆମେ ନିର୍ବାଚନ ପରେ ଆଲୋଚନା ପାଇଁ ଆମେ ଆଶାବାଦୀ ଅଛୁ। ସେ କହିଥିଲେ, ଦୁଇ ପଡ଼ୋଶୀ ଦେଶଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ ପାଇଁ ଦୀର୍ଘସ୍ଥାୟୀ ସମ୍ପର୍କ ଏବଂ ଗଠନମୂଳକ ଆଲୋଚନା ଆବଶ୍ୟକ। ଏହା ସମ୍ଭବ ହୋଇପାରିଲେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବା ସହିତ ଦକ୍ଷିଣ ଏସିଆରେ ଦୀର୍ଘସ୍ଥାୟୀ ଶାନ୍ତି ଏବଂ ସୁରକ୍ଷା ପ୍ରତିଷ୍ଠା ହୋଇପାରିବ।

ଫେବୃଆରୀ ୧୪ରେ ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଛି। ଏଥିରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଆକ୍ରମଣ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ଏହାପରେ ଭାରତ ୨୬ ତାରିଖ ଭୋର ସମୟରେ ଏୟାର ଷ୍ଟ୍ରାଇକ କରି ଏହାର ଜବାବ ଦେଇଥିଲା। ଏଥିରେ ୨୫୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା କୁହାଯାଉଛି। ଅବଶ୍ୟ ଏ ସଂକ୍ରାନ୍ତ କୈଣସି ସ୍ପଷ୍ଟ ସୂଚନା ସରକାରଙ୍କ ତରଫରୁ ମିଳିନାହିଁ ।

ହେଲେ ଫେବୃଆରୀ ୨୭ରେ ଆକାଶମାର୍ଗରେ ପାକିସ୍ତାନ ପକ୍ଷରୁ ଆକ୍ରମଣ ହୋଇଥିଲା। ଯେଉଁଥିରେ ଏକ ଭାରତୀୟ ମିଗ ଜେଟ ଚଳାଉଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ପାକ ଅଧିକୃତ କଶ୍ମୀର ଇଲାକା ଖସି ପଡିଥିଲେ। ଏହାପରେ ପାକିସ୍ତାନ ତାଙ୍କୁ ଅଟକ ରଖିଥିଲା। ତେବେ ଭାରତର ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇ ପାକିସ୍ତାନ ବିନା ସର୍ତ୍ତରେ ଅଭିନନ୍ଦନଙ୍କୁ ୫୬ ଘଣ୍ଟା ପରେ ଛାଡ଼ିଥିଲା।

ତେବେ ଏହାପରଠାରୁ ପାକ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନର ମାତ୍ରା ବଢ଼ିଯାଇଛି। ୨ ଦିନ ତଳେ ପୁଞ୍ଛ ସେକ୍ଟରରେ ଏଭଳି ଏକ ଭୟଙ୍କର ଆକ୍ରମଣ କରିଥିଲା ପାକିସ୍ତାନ, ଯେଉଁଥିରେ ସାଧାରଣ ଲୋକେ ମଧ୍ୟ ଟାର୍ଗେଟ୍‌ ପାଲଟିଥିଲେ।



from Odisha Reporter http://bit.ly/2XcFEp4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages