ଓଡିଶା କଂଗ୍ରେସରେ ମୁଣ୍ଡ ଟେକୁଛି ବିଦ୍ରୋହ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ଓଡିଶା କଂଗ୍ରେସରେ ମୁଣ୍ଡ ଟେକୁଛି ବିଦ୍ରୋହ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ଟିକେଟ୍ ବଣ୍ଟନରେ ଅନିୟମିତତାକୁ ନେଇ ଏବେ କଂଗ୍ରେସରେ ବିଦ୍ରୋହ ମୁଣ୍ଡ ଟେକୁଛି। ଦଳର ଏକ ବୃହତ୍ ଗୋଷ୍ଠୀ ଖୁବଶୀଘ୍ର ଲିଖିତ ଭାବେ କଂଗ୍ରେସ ହାଇକମାଣ୍ଡଙ୍କୁ ଏହା ଅବଗତ କରିବ। ଯଦି ସେମାନଙ୍କ ଅଭିଯୋଗ ଉପରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତା’ହେଲେ ସେମାନେ ସାମୁହିକ ଭାବେ ଦଳ ଛାଡ଼ିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଏହି ଅସନ୍ତୁଷ୍ଟ ନେତାମାନଙ୍କ ମଧ୍ୟରେ ପିସିସିର ଦୁଇ ପୂର୍ବତନ ସଭାପତି, ଏଆଇସିସି ସଦସ୍ୟ, ପିସିସି ସଦସ୍ୟ ଓ ଜିଲ୍ଲା ପଦାଧିକାରୀ ସାମିଲ ଅଛନ୍ତି।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର କୁର୍ସି ରକ୍ଷା କରିବା ନିମନ୍ତେ ଦଳର ବିଭିନ୍ନ ଗୋଷ୍ଠୀର ନେତାଙ୍କୁ ସନ୍ତୁଷ୍ଟ ପାଇଁ ଉଦ୍ୟମ କରି ଦଳୀୟ ଟିକେଟ୍ ବଣ୍ଟନ କରିଛନ୍ତି। ପ୍ରାର୍ଥୀ ଚୟନ ନିମନ୍ତେ ଦଳର ଜିଲ୍ଲା କମିଟିର ସୁପାରିସ୍ ଓ ଦଳର ସ୍କ୍ରିନିଂ କମିଟି ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇ ପ୍ରାୟ ୬୦ରୁ ୭୦ଜଣ ନେତାଙ୍କୁ ଟିକେଟ୍ ଦିଆଯାଇଥିବା କଂଗ୍ରେସର ଏହି ବୃହତ୍ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ଏହି ଅସନ୍ତୁଷ୍ଟ ଗୋଷ୍ଠୀର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ପିସିସି ସଭାପତି ନିଜର ସ୍ଥିତି ରକ୍ଷା କରିବା ପାଇଁ ନରସିଂହ ମିଶ୍ର, ଭକ୍ତ ଦାସ, ଅନନ୍ତ ସେଠୀ, ସୁର ରାଉତରାୟ, ହେମାନନ୍ଦ ବିଶ୍ୱାଳ, ଚିରଞ୍ଜୀବ ବିଶ୍ୱାଳ, ମହମ୍ମଦ ମୋକିମଙ୍କ ଭଳି ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକତରଫା ଭାବେ ଟିକେଟ୍ ବଣ୍ଟନ କରାଯାଇଛି।

ଏବେ ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ଗଣମାଧ୍ୟମରେ ସାର୍ବଜନୀନ ଭାବେ ମୁହଁ ଖୋଲିବା କିମ୍ବା ଅସନ୍ତୋଷ ଜାହିର କରିବା ଉଚିତ୍ ହେବ ନାହିଁ। ତା’ର ପ୍ରଭାବ ଦଳର ନିର୍ବାଚନୀ ଫଳାଫଳ ଉପରେ ପଡ଼ିବ। କିନ୍ତୁ ଦଳୀୟ ଫୋରମରେ ଏନେଇ ହାଇକମାଣ୍ଡଙ୍କୁ ଅବଗତ କରାଯିବ। ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିଲେ ତାଙ୍କୁ ଏନେଇ ଲିଖିତ ଅଭିଯୋଗ କରାଯିବ। ଏପ୍ରିଲ ୨୯ତାରିଖରେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବାପରେ ମେ’ ୧୦ରୁ ୧୫ତାରିଖ ମଧ୍ୟରେ ଏକ ଟିମ୍ ଦିଲ୍ଲୀ ଗସ୍ତରେ ଯାଇ ନିରଞ୍ଜନଙ୍କୁ ହଟାଇବାକୁ ଦାବି ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

ଏହି ନେତାମାନଙ୍କ ଅଭିଯୋଗ ଅନୁସାରେ ଦଳରେ ପ୍ରାର୍ଥୀ ଚୟନ ଓ ଘୋଷଣା କାର୍ଯ୍ୟ ନିର୍ବାଚନର ବହୁ ପୂର୍ବରୁ କରାଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଜେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ ହୋଇପାରିନଥିଲା। ସ୍ଥିତି ଏଭଳି ହେଲା ଯେ, ୫ରୁ ଅଧିକ ପ୍ରାର୍ଥୀ ନିଜର ଟିକେଟ୍ ମଧ୍ୟ ଫେରାଇ ଦେଲେ। ଏହା ହିଁ ପିସିସି ସଭାପତିଙ୍କ ନେତୃତ୍ୱ ଉପରେ ସିଧାସଳଖ ପ୍ରଶ୍ନବାଚୀ ସୃଷ୍ଟି କରିସାରିଛି। ଟିକେଟ୍ ବିକ୍ରିର ଅଭିଯୋଗ ମଧ୍ୟ ହୋଇସାରିଛି ଓ ଅନେକ ପୁରୁଖା ନେତା ଦଳ ଛାଡ଼ି ଏବେ ଅନ୍ୟ ଦଳକୁ ଡିଆଁ ମାରିସାରିଛନ୍ତି। ତେଣୁ ଏସବୁ ବିଷୟ ଓ ନିରଞ୍ଜନଙ୍କ ସନ୍ଦେହଜନକ ଗତିବିଧି ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଅବଗତ କରାଯିବ। ଯଦି ଅନ୍ୟକୁ ଖୁସି କରିବା ପାଇଁ କଂଗ୍ରେସ କାର୍ଯ୍ୟ କରିବ ତା’ହେଲେ ବାଧ୍ୟ ହୋଇ ଏକ ବୃହତ୍ ଗୋଷ୍ଠୀ ଦଳ ଛାଡ଼ିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।



from Odisha Reporter http://bit.ly/2VJWPyb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages