
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରାଜୟ ଭୟରେ ବିଜେଡି ଏବେ ମିଥ୍ୟା ବିଜ୍ଞାପନର ସାହାରା ନେଉଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ମିଥ୍ୟା ବିଜ୍ଞାପନ ଦେଇ ଓଡ଼ିଆ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଜେଡି କରୁଥିବା ପ୍ରୟାସ କେବେ ବି ସଫଳ ହେବ ନାହିଁ ବୋଲି ବିଜେପିର କଟକ ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଛନ୍ତି।
ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି, “ମିଛକୁ ଯେତେ ବଡ଼ ପାଟିରେ ଚିତ୍କାର କରି କହିଲେ ମଧ୍ୟ ତାହା କେବେ ସତ ହେବ ନାହିଁ କି ଓଡ଼ିଶାର ଲୋକେ ଏହାକୁ ବିଶ୍ୱାସ କରିବେ ନାହିଁ। ବାରିପଦା ମେଡିକାଲ କଲେଜରେ ନାମଲେଖାରେ କେନ୍ଦ୍ର ସରକାର ବାଧକ ସାଜୁଥିଲେ ବୋଲି ବିଜେଡି ଆଜି ଅନେକ ଖବର କାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଦେଇଛି। ହେଲେ ବାସ୍ତବରେ କେନ୍ଦ୍ର ସରକାରଙ୍କର ଅନୁଦାନରେ ହିଁ ବାରିପଦା ସମେତ ବାଲେଶ୍ୱର, କୋରାପୁଟ, ପୁରୀ ଓ ବଲାଙ୍ଗୀରରେ ମେଡିକାଲ କଲେଜ ସ୍ଥାପନା ହୋଇପାରିଛି। ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଏକ ଅଧା ଚିଠିକୁ ବିଜେଡି ଦେଖାଇ ନିଜର ଅପାରଗତା ଓ ବିଫଳତାକୁ ଲୁଚାଇବାର ପ୍ରୟାସ କରିଛି।”
‘
ନବୀନ ବାବୁ ତାଙ୍କ ଅପାରଗତା ଓ ବିଫଳତାକୁ ଲୁଚାଇବାର ଯେତେ ପ୍ରୟାସ କଲେ ବି ଓଡ଼ିଶା ଲୋକ ସବୁ ବୁଝି ସାରିଲେଣି ଏବଂ ଏହାର ଜବାବ ଲୋକେ ଏବେ ଭୋଟ ମାଧ୍ୟମରେ ଦେଉଛନ୍ତି। ଶାସକ ବିଜେଡି ତାର ବିଜ୍ଞାପନରେ ଏକ ସରକାରୀ ଚିଠିକୁ ଅଧା ଦେଖାଇ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲଘଂନ କରୁଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏଥିପାଇଁ ବିଜେଡି ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। କାରଣ,କେନ୍ଦ୍ର ସରକାରଙ୍କର ୬୦% ଅନୁଦାନରେ ରାଜ୍ୟରେ ୫ଟି ମେଡିକାଲ କଲେଜ ନିର୍ମାଣ ହୋଇଛି। ଏହା ସହିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଆଉ ୨ ଟି ମେଡିକାଲ କଲେଜ ନିର୍ମାଣ ହୋଇଛି।
ମୋଦି ସରକାର ୫ ବର୍ଷରେ ୭ଟି ମେଡିକାଲ କଲେଜ ଓଡ଼ିଶାକୁ ଦେଇଛନ୍ତି ଯାହା ଆଗରୁ କେଉଁ ସରକାର ସମୟରେ ହୋଇନଥିଲା। ଓଡ଼ିିଶାରେ ମେଡିକାଲ କଲେଜ ହେଉ ଏଥିପାଇଁ କେନ୍ଦ୍ର ସରକାର ହାତଖୋଲା ଅନୁଦାନ ଦେଇଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ଦ୍ୱାରା ତାଳଚେରରେ ମେଡିକାଲ କଲେଜର ନିର୍ମାଣ ସରିଛି। ହେଲେ ସମସ୍ତ ଭିତ୍ତିଭୂମି ଥାଇ ବି ରାଜ୍ୟ ସରକାର ସେଥିରେ ନାମଲେଖା ପାଇଁ ଉଦ୍ୟମ ଆରମ୍ଭ କରୁନାହାନ୍ତି କାହିଁକି, ତାହା ସବୁଠାରୁ ବଡ଼ ପ୍ରଶ୍ନ। ଓଡ଼ିିଶାରେ ବିଜେପି କ୍ଷମତାକୁ ଆସିଲେ ମେଡିକାଲ କଲେଜ ନଥିବା ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ହେବ। ଏକଥା ବିଜେପି ତାର ସଙ୍କଳ୍ପ ପତ୍ରରେ ଘୋଷଣା କରିସାରିଛ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2UH5vnr
No comments:
Post a Comment