ଖରାପ ପ୍ରଦର୍ଶନ କରିଥିବା ‘ଆଇପିଏଲ ଏକାଦଶ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଖରାପ ପ୍ରଦର୍ଶନ କରିଥିବା ‘ଆଇପିଏଲ ଏକାଦଶ’

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ପ୍ରାୟ ସବୁ ଦଳ ୧୦ରୁ ଅଧିକ ମ୍ୟାଚ୍‌ ଖେଳି ସାରିଲେଣି। ଆଉ କିଛି ମ୍ୟାଚ୍‌ ପରେ ପ୍ଲେ-ଅଫ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଯିବ। ଚଳିତ ଆଇପିଏଲ୍‌ର ୮ଟି ଯାକ ଟିମ୍‌ରେ ଏକାଧିକ ହେଭିୱେଟ୍‌ ତଥା ନାଁ କରା ଖେଳାଳି ରହିଛନ୍ତି।

ସେମାନଙ୍କ ମଧ୍ୟରେ କିଛି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ସେମାନଙ୍କ ଦକ୍ଷତା ଅନୁସାରେ ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଆଜି ସେହିଭଳି ୧୧ ଜଣ ଖେଳାଳିଙ୍କୁ ନେଇ ଦଳ ଗଢ଼ା ହେଲେ ସେଥିରେ କିଏ କିଏ ସ୍ଥାନ ପାଇବେ, ଆସନ୍ତୁ ଜାଣିବା।

ବ୍ୟାଟସ୍‌ମ୍ୟାନ୍‌

ଖରାପ ପ୍ରଦର୍ଶନ କରିଥିବା ଆଇପିଏଲ ଖେଳାଳିଙ୍କ ଦଳର ଅଧିନାୟକ ରହିଛନ୍ତି ସୁରେଶ ରାଇନା। ଚେନ୍ନାଇ ପକ୍ଷରୁ ଖେଳୁଥିବା ସୁରେଶ ରାଇନା ଚଳିତ ଆଇପିଏଲ୍‌ରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ୧୨ଟି ମ୍ୟାଚ୍‌ରେ ସେ ୩ଥର ୩୦ରୁ ଅଧିକ ରନ୍‌ କରିଥିଲେ ହେଁ ତାଙ୍କ ଆଭରେଜ୍‌ ମାତ୍ର ୨୨.୪୫ ରହିଛି। ରାଇନା ଚେନ୍ନାଇ ପାଇଁ ଦୁଇଟି ମ୍ୟାଚ୍‌ରେ ଅଧିନାୟକ ଥିଲେ ହେଁ ଦଳ ଦୁଇଟି ଯାକରେ ହାରିଛି।

କେଦାର ଯାଦବ(ଚେନ୍ନାଇ): ଚଳିତ ଆଇପିଏଲରେ ଯଦି କୌଣସି ବ୍ୟାଟସ୍‌ମ୍ୟାନ୍‌ ସବୁଠାରୁ କମ୍‌ ରନ୍‌ କରିଥାନ୍ତି, ତା’ହେଲେ ସେ ହେଉଛନ୍ତି କେଦାର ଯାଦବ। କେଦାର ଯାଦବ ଆରମ୍ଭରୁ ପ୍ରତିଟି ମ୍ୟାଚ୍‌ ଖେଳିଛନ୍ତି। ଇତିମଧ୍ୟରେ ସେ ୨୦.୨୫ ହାରରେ ମାତ୍ର ୧୬୨ ରନ୍‌ କରିଛନ୍ତି। ତାଙ୍କୁ ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ କିନ୍ତୁ ସ୍ଥାନ ମିଳିଛି।

ଡେଭିଡ୍‌ ମିଲର(ପଞ୍ଜାବ): ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଡେଭିଡ୍‌ ମିଲରଙ୍କ ଠାରୁ ପଞ୍ଜାବ ବହୁତ କିଛି ଆଶା ରଖିଥିଲା। କିନ୍ତୁ ସେ ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ସେ ୬ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ ଥର ୪୦ରୁ ଅଧିକ ରନ୍‌ କରିଥିବା ବେଳେ ୪ ଥର ୧୦ ଉପରକୁ ରନ୍‌ କରିପାରିନାହାନ୍ତି। ସେ ଚଳିତ ସିଜିନ୍‌ରେ ୨୮.୮୫ ହାରରେ ରନ୍‌ କରିଛନ୍ତି।

ଶୁଭମନ ଗିଲ୍‌(କୋଲକାତା): ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଗିଲ୍‌ ୬୫ ରନ୍‌ର ଇନିଂସ୍‌ ଖେଳିଥିଲେ। ତା’ ପରଠାରୁ ତାଙ୍କ ବ୍ୟାଟ୍‌ ଆଦୌ ଚାଲିନାହିଁ। ଭଲ ବ୍ୟାଟିଂ କରିବାର ଦକ୍ଷତା ତାଙ୍କ ପାଖରେ ରହିଛି। ହେଲେ ସେ ଚଳିତ ସିଜିନ୍‌ରେ ମାତ୍ର ୨୦.୮୫ ହାରରେ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି।

ଅଲରାଉଣ୍ଡର

ବେନ୍‌ ଷ୍ଟୋକ୍ସ(ରାଜସ୍ଥାନ): ୨୦୧୭ ଓ ୨୦୧୮ ସିଜିନ୍‌ରେ ଷ୍ଟୋକ୍ସ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ। ତେବେ ଷ୍ଟୋକ୍ସଙ୍କ ଭଳି ଜଣେ ଅଲରାଉଣ୍ଡର ମାତ୍ର ୨୦.୫୦ ହାରରେ ୧୨୩ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ସେହିପରି ସେ ୧୧.୨୨ ଇକୋନମିରେ ୬ଟି ୱିକେଟ୍‌ ନେବାକୁ ସକ୍ଷମ ହୋଇଛନ୍ତି। ସେ ରାଜସ୍ଥାନ ପକ୍ଷରୁ ୯ଟି ମ୍ୟାଚ୍‌ ଖେଳିଥିବା ବେଳେ ଆଦୌ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଏବେ ସେ ବିଶ୍ୱକପ୍‌ ଖେଳିବାକୁ ଇଂଲଣ୍ଡ ଗସ୍ତ କରିଛନ୍ତି। ତାଙ୍କ ଅନୁପସ୍ଥିତିର ପ୍ରଭାବ ରାଜସ୍ଥାନ ଉପରେ ପଡ଼ିବ ନାହିଁ କହିଲେ ଚଳେ।

ବିଜୟ ଶଙ୍କର(ହାଇଦ୍ରାବାଦ): କୋଲକାତା ବିପକ୍ଷ ମ୍ୟାଚ୍‌ରେ ବିଜୟ ଶଙ୍କର ଅପରାଜିତ ୪୦ ରନର ଇନିଂସ୍‌ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏପରି କି ତାଙ୍କୁ ବିଶ୍ୱକପ୍‌ ଟିକେଟ୍‌ ମଧ୍ୟ ମିଳିଛି। କିନ୍ତୁ ପ୍ରଥମ ମ୍ୟାଚ୍‌ ପରେ ଶଙ୍କର ଆଦୌ ଭଲ ପ୍ରଦର୍ଶନ କରିନାହାନ୍ତି। ଶଙ୍କର ଏଯାଏ ୯ଟି ଇନିଂସ୍‌ରେ ମାତ୍ର ୨୦.୬୨ ହାରରେ ୧୬୫ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି।

ୱିକେଟ୍‌ କିପର

ଅମ୍ବାତି ରାୟୁଡୁ(ଚେନ୍ନାଇ): ଆଇପିଏଲର ସବୁଠାରୁ ସଫଳ ଦଳ ହେଉଛି ଚେନ୍ନାଇ। ତେବେ ଦଳର ମଧ୍ୟକ୍ରମ ଆଦୌ ଆଶାଜନକ ପ୍ରଦର୍ଶନ କରିପାରୁ ନାହିଁ। ଚେନ୍ନାଇର ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ରହିଛନ୍ତି। ରାୟୁଡୁ କେବଳ ରାଜସ୍ଥାନ ବିପକ୍ଷରେ ହିଁ ଗୋଟିଏ ଅର୍ଦ୍ଧଶତକ କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଦଳକୁ ଜିତିବାକୁ ୩୩ ରନ୍‌ ଲୋଡ଼ା ଥିବା ବେଳେ ସେ ନିଜ ୱିକେଟ୍‌ ଫିଙ୍ଗି ଦେଇଥିଲେ। ତା’ ପରଠାରୁ ରାୟୁଡୁ ୩୦ରୁ ଅଧିକ ରନ୍‌ କରିପାରିନାହାନ୍ତି। ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ମଧ୍ୟ ସାମିଲ କରାଯାଇ ନାହିଁ। ଚଳିତ ସିଜିନ୍‌ରେ ରାୟୁଡୁ ମାତ୍ର ୨୧.୩୦ ହାରରେ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ଗତକାଲି ମ୍ୟାଚ୍‌ରେ ସେ ପ୍ରଥମଥର ପାଇଁ ୱିକେଟ୍‌ କିପିଂ କରିଥିଲେ।

ବୋଲର

ଜୟଦେବ ଉନାଦକତ୍‌(ରାଜସ୍ଥାନ): ଆଇପିଏଲ୍‌ ୨୦୧୭ରେ ଉନାଦକତ ୧୨ଟି ମ୍ୟାଚ୍‌ରେ ୨୪ଟି ୱିକେଟ୍‌ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏଥିପାଇଁ ସେ ୨୦୧୮ରେ ସବୁଠାରୁ ଅଧିକ ଦରରେ ବିକ୍ରି ହୋଇଥିଲେ। ୨୦୧୯ରେ ମଧ୍ୟ ତାଙ୍କୁ ରାଜସ୍ଥାନ କିଣିଥିଲା। ହେଲେ ସେ ଆଦୌ ଭଲ ପ୍ରଦର୍ଶନ କରିନାହାନ୍ତି। ବିଶେଷ କରି ଡେଥ ଓଭର୍‌ରେ ଉନାଦକତଙ୍କ ପ୍ରଦର୍ଶନ ଭଲ ନାହିଁ କହିଲେ ଚଳେ। ଚଳିତ ସିଜିନ୍‌ରେ ୯ଟି ଇନିଂସ୍‌ରେ ଉନାଦକତ ମାତ୍ର ୭ଟି ୱିକେଟ୍‌ ନେଇଛନ୍ତି। ତାଙ୍କ ବୋଲିଂ ହାର ୫୧.୮୫ ରହିଥିବା ବେଳେ ଇକୋନୋମି ୧୧.୨୨ ରହିଛି।

କୁଲଦୀପ ଯାଦବ (କୋଲକାତା): ଆଇପିଏଲ୍‌ରେ ଭାରତୀୟଙ୍କ ମଧ୍ୟରେ ସବୁଠାରୁ ଅଧିକ ରନ୍‌ ବ୍ୟୟ କରିଥିବା ତାଲିକାରେ ଚଳିତ ବର୍ଷ କୁଲଦୀପ ଯାଦବଙ୍କ ନାଁ ଯୋଡ଼ି ହୋଇଯାଇଛି। ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ୪ ଓଭର ବୋଲିଂ କରି ୫୯ ରନ୍‌ ବ୍ୟୟ କରିଥିଲେ। ଏଥିସହ ଚଳିତ ସିଜିନ୍‌ରେ ସେ ଆଦୌ ଭଲ ପ୍ରଦର୍ଶନ କରିନାହାନ୍ତି।

ପ୍ରସିଦ୍ଧ କ୍ରିଷ୍ଣା(କୋଲକାତା): ଗତ ଆଇପିଏଲ୍‌ରେ ସମସ୍ତଙ୍କୁ ନିଜ ବୋଲିଂରେ ପ୍ରଭାବିତ କରିଥିବା ପ୍ରସିଦ୍ଧ ଏଥର ନୈରାଶ୍ୟଜନକ ବୋଲିଂ କରିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୩୭.୨ ଓଭର୍‌ ବୋଲିଂ କରି ୩୫୫ ରନ୍‌ ବ୍ୟୟ କରିଛନ୍ତି। ତାଙ୍କ ବୋଲିଂ ହାର ୧୧୮.୩୩ ରହିଥିବା ବେଳେ ସେ ମାତ୍ର ୩ଟି ୱିକେଟ୍‌ ନେଇଛନ୍ତି।

ଶାର୍ଦ୍ଦୁଲ ଠାକୁର(ଚେନ୍ନାଇ): ଚେନ୍ନାଇ ପକ୍ଷରୁ ସବୁଠାରୁ ଖରାପ ବୋଲିଂ କରିଥିବା ଖେଳାଳି ହେଉଛନ୍ତି ଶାର୍ଦ୍ଦୁଲ ଠାକୁର। ସେ ଏଯାଏ ୯.୨୪ ଇକୋନୋମିରେ ମାତ୍ର ୬ଟି ୱିକେଟ୍‌ ନେବାକୁ ସକ୍ଷମ ହୋଇଛନ୍ତି।



from Odisha Reporter http://bit.ly/2V0n5b5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages