ଏହି ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ୨୩ରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଏହି ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ୨୩ରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୨୩ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ଦିନ ୬ଟି ଲୋକସଭା ଆସନ ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ଏବଂ ଏମାନଙ୍କ ଅଧୀନରେ ଥିବା ୪୨ ବିଧାନସଭା ଆସନରେ ହେବ ମତଦାନ। ଅନେକ ହେବିୱେଟଙ୍କ ଭାଗ୍ୟପରୀକ୍ଷାର ଦିନ। ଏହି ମହାଯୁଦ୍ଧରେ ଅଛନ୍ତି ଅପରାଜିତା ଷଡଙ୍ଗୀ, ଚନ୍ଦ୍ରାଣୀ ମୁର୍ମୁଙ୍କ ପରି ଚର୍ଚ୍ଚିତ ମହିଳା। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ।

ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ବିଜେପିରୁ ଛିଡ଼ା ହୋଇଛନ୍ତି ଆଇଏଏସ ଅପରାଜିତି ଷଡଙ୍ଗୀ। ବିଜେଡିର ଆଇପିଏସ୍ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଟକ୍କର ଦେଉଛନ୍ତି । ୧୯୯୪ ବ୍ୟାଚ୍‌ ଆଇଏଏସ ଅପରାଜିତାଙ୍କ ଜନ୍ମ ବିହାରରେ। ଓଡ଼ିଶା କ୍ୟାଡର ଏହି ଆଇଏଏସ ଅଫିସର ଅପରାଜିତାଙ୍କୁ ସମସ୍ତେ ଜାଣନ୍ତି ଜଣେ ଦକ୍ଷ ପ୍ରଶାସିକା ଭାବେ। କିଛି ମାସ ତଳେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସେ ବିଜେପିରେ ମିଶିଥିଲେ।

ଏବେ ପ୍ରଚାର ପାଇଁ ଦିନରାତି ଏକ କରି ଦେଇଛନ୍ତି ଅପରାଜିତା। ଗଳିକନ୍ଦି଼ଠାରୁ ଆରମ୍ଭ କରି ବସ୍ତି ଅଞ୍ଚଳରେ ବୁଲୁଛନ୍ତି। ଲୋକଙ୍କୁ ପରିବର୍ତ୍ତନର ବାର୍ତ୍ତା ବାଣ୍ଟୁଛନ୍ତି। ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି। ତା’ ଛଡା ମହିଳା ଭୋଟର ମଧ୍ୟ ତାଙ୍କ ପଟକୁ ଢଳିବା ସମ୍ଭାବନା ରହିଛି। ଏସବୁ ପରିସ୍ଥିତିକୁ ଦେଖି ସେ ଏହି ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବେ ବୋଲି ବେଶ ଆଶାବାଦୀ।

ଅନ୍ୟଜଣେ ମହିଳା ପ୍ରାର୍ଥୀ ହେଲେ କେନ୍ଦୁଝର ଲୋକସଭା ଆସନର ବିଜେଡି ଟିକଟରେ ଲଢୁଥିବା ଚନ୍ଦ୍ରାଣୀ ମୁର୍ମୁ। ସେ ଜଣେ ଉଚ୍ଚ ଶିକ୍ଷିତା ଏବଂ ଓଡ଼ିଶାର ସର୍ବ କନିଷ୍ଠା ସାଂସଦ ପ୍ରାର୍ଥୀ। ୨୦୧୭ରେ ସେ ଭୁବେନଶ୍ୱର ଆଇଟିଇଆରର ବିଟେକ ସାରିଛନ୍ତି। ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ତାଙ୍କୁ ନେଇ ଦଳରେ ଅସନ୍ତୋଷ ଲାଗି ରହିଛି।  ଭାଇରାଲ ଭିଡ଼ିଓ ମଧ୍ୟ ତାଙ୍କ ଭାବମୂର୍ତ୍ତି ଉପରେ କିଛିଟା ପ୍ରଭାବ ପକାଇଛି। ଏସବୁ ସତ୍ତ୍ୱେ ଚନ୍ଦ୍ରାଣୀଙ୍କ ଆତ୍ମବିଶ୍ୱାସ ରହିଛି ଏବଂ ନବୀନ ପଟ୍ଟନାୟକଙ୍କ କ୍ରେଜ୍‌କୁ  ଭରସା କରି ସେ ଏହି ନିର୍ବାଚନ ନିଶ୍ଚୟ ଜିତିବେ ବୋଲି ଆଶା ରଖିଛନ୍ତି ।

ତୃତୀୟ ପର୍ଯ୍ୟାୟରେ ଆଉ ୨ ଜଣ ମହିଳା ଲୋକସଭା ପ୍ରାର୍ଥୀ ଅଛନ୍ତି । ହେବି ୱେଟ ନ ହେଲେ ମଧ୍ୟ ସେମାନେ ନାମାଙ୍କନ ପତ୍ର ଦାଖଲି କରିଛନ୍ତି ଏବଂ ନିଜ ନିଜ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ସେମାନେ ହେଲେ ପୁରୀର ମନ୍ଦାକିନୀ ସେଠୀ  ଓ ଢେଙ୍କାନାଳର ମାନସୀ ସ୍ୱାଇଁ ।

ମନ୍ଦାକିନୀଙ୍କ ଘର ପୁରୀ ଜିଲ୍ଲାର ପିପିଲି ଅଞ୍ଚଳରେ । ସେ ସିପିଆଇ(ଏମ-ଏଲ) ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।  ଆଉ ଜଣେ ହେଲେ ଢେଙ୍କାନାଳର ଲୋକସଭା ପ୍ରାର୍ଥୀ ମାନସୀ ସ୍ୱାଇଁ।  ଅନୁଗୋଳ ଜିଲ୍ଲା କଣିଆଁ ଅଞ୍ଚଳର ବାସିନ୍ଦା। ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ମାନସୀ ସ୍ୱାଇଁ ସିୟୁସିଆଇରୁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ଭାଗ୍ୟ ଦେବୀ କାହାକୁ ଦୟା କରିବେ ଏବଂ କାହା ମୁଣ୍ଡରେ ବିଜୟ ମୁକୁଟ ବନ୍ଧା ହେବ ତାହା ସମୟ କହିବ।



from Odisha Reporter http://bit.ly/2XzINzN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages