ହାଇଦ୍ରାବାଦରେ ଖେଳାଯିବ ଆଇପିଏଲ୍ ଫାଇନାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ହାଇଦ୍ରାବାଦରେ ଖେଳାଯିବ ଆଇପିଏଲ୍ ଫାଇନାଲ୍

ନୂଆଦିଲ୍ଲୀ: ଚଳିତ ଆଇପିଏଲର ଫାଇନାଲ ଭେନ୍ୟୁକୁ ନେଇ ଚାଲିଥିବା ସସପେନ୍ସରେ ବ୍ରେକ୍ ଲାଗିଛି। ଆସନ୍ତା ମେ’ ୧୨ ତାରିଖରେ ଆଇପିଏଲ ଦ୍ୱାଦଶ ସଂସ୍କରଣର ଫାଇନାଲ ଚେନ୍ନାଇ ବଦଳରେ ହାଇଦ୍ରାବାଦରେ ହେବ।

ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ବନ୍ଦ ପଡ଼ିଥିବା ୩ଟି ଷ୍ଟାଣ୍ଡ ଖୋଲିବା ପାଇଁ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ)କୁ ସରକାର ଅନୁମତି ଦେଲେ ନାହିଁ। ଏହି କାରଣରୁ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମୁକାବିଲା ଭେନ୍ୟୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଟୁର୍ଣ୍ଣାମେଣ୍ଟ ନିୟମ ଅନୁଯାୟୀ, ଗତ ସିଜନର ବିଜେତା ଟିମ୍ ହିଁ ଏହି ଲିଗର ଫାଇନାଲ୍ ମ୍ୟାଚର ଆୟୋଜନ କରିଥାଏ।

ଗତ ସିଜନରେ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ଟାଇଟଲ୍ ଜିତିଥିଲା। ଏହି କାରଣରୁ ଚଳିତ ସିଜନର ଫାଇନାଲ୍ ମ୍ୟାଚ୍ ଚେନ୍ନାଇରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। ତେବେ ଚେନ୍ନାଇ ଟିମ୍ ପାଖରେ ପ୍ଲେଅଫ୍ ରାଉଣ୍ଡ ତା’ର ହୋମ୍ ଭେନ୍ୟୁରେ ଖେଳିବାର ସୁଯୋଗ ରହିଛି।

ବର୍ତ୍ତମାନ ପଏଣ୍ଟ ଟେବୁଲର ଟପରେ ଥିବା ଚେନ୍ନାଇ ଟିମ୍ ଲିଗ୍ ପର୍ଯ୍ୟାୟ ପରେ ଅତି କମରେ ଦ୍ୱିତୀୟ ସ୍ଥାନରେ ରୁହେ, ତାହେଲେ ଏହି ଟିମ୍ ତା’ର ହୋମ୍ ଭେନ୍ୟୁରେ କ୍ୱାଲିଫାୟର୍ ଖେଳିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ଏଲିମିନେଟର (ମେ’ ୮) ଏବଂ ଦ୍ୱିତୀୟ କ୍ୱାଲିଫାୟର୍ (ମେ’ ୧୦) ବିଶାଖାପାଟଣାରେ ଖେଳାଯିବ।



from Odisha Reporter http://bit.ly/2PnQV3x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages