
ନୂଆଦିଲ୍ଲୀ: କର୍ଣ୍ଣାଟକାର ଚିତ୍ରଦୁର୍ଗରେ ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟରରୁ ଏକ ରହସ୍ୟମୟ ବାକ୍ସକୁ ଏକ ଘରୋଇ କାର୍ ମଧ୍ୟକୁ ନିଆଯାଇଥିଲା। ଏହା ମଧ୍ୟରେ କ’ଣ ଥିଲା ସେକଥା ସାର୍ବଜନୀନ କରାଯାଉ ବୋଲି ଦାବି କରିଛି କଂଗ୍ରେସ। ଏଥିସହ ମୋଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ନିଜର ଅଭିଯୋଗ ଦାଖଲ କରିଛନ୍ତି।
କଂଗ୍ରେସ ମୁଖ୍ୟପାତ୍ର ଆନନ୍ଦ ଶର୍ମା କହିଛନ୍ତି, “ ନିର୍ବାଚନ କମିଶନ ସେହି ରହସ୍ୟମୟ ବାକ୍ସର ତଦନ୍ତ କରିବା ଦରକାର। ଆମେ ଦେଖିଛୁ ମୋଦିଙ୍କ ହେଲିକପ୍ଟର ସହ ଆଉ ୩ଟି ହେଲିକପ୍ଟର ସେଠାକୁ ଯାଇଥିଲା। ଏହାପରେ ହେଲିକପ୍ଟର ମଧ୍ୟରୁ ଏକ ବାକ୍ସକୁ ତରତରିଆ ଭାବେ ନିଆଯାଇ ଗୋଟିଏ କାରରେ ରଖାଯାଇଥିଲା। ତେବେ ଏହି କାର୍ଟି ମୋଦିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କାର୍କେଡ୍ର ଅଂଶବିଶେଷ ନଥିଲା। ଏଭଳି କଳା ରଙ୍ଗର ବାକ୍ସରେ ଏମିତି କ’ଣ ଥିଲା? ଏଥିରେ ଭୋଟରଙ୍କୁ ବଣ୍ଟା ଯିବା ପାଇଁ ଟଙ୍କା ଥିଲା କି?”
ତେବେ ବିଜେପି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି।
ଅନ୍ୟପକ୍ଷରେ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉତ୍ତେଜନାମୂଳକ ବୟାନ ଦେଉଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି। ଖାଲି ସେତିକି ନୁହେଁ, ରେଲୱେ ଟିକେଟ୍ରେ ମୋଦିଙ୍କ ଫଟୋ ଥିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ହୋଇଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି।
from Odisha Reporter http://bit.ly/2ZhARVh
No comments:
Post a Comment