‘କେଉଁ ଭାଷାରେ କଥା ହେଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

‘କେଉଁ ଭାଷାରେ କଥା ହେଲେ’

cm1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏ ଯେଉଁ ଫଟୋଟି ଆପଣମାନେ ଦେଖୁଛନ୍ତି, ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଟ୍ୱିଟର୍ ପେଜ୍‌ରେ ପୋଷ୍ଟ୍ କରିଛନ୍ତି। ଏଥିରେ ତାଙ୍କ ସହିତ ହେଲିକପ୍ଟରରେ ଯେଉଁ ମହିଳା ବସିଛନ୍ତି, ତାଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ! ସେ ହେଉଛନ୍ତି ବିଜେଡିର ଆସ୍କା ଲୋକସଭା ପ୍ରାର୍ଥୀ ପ୍ରମିଳା ବିଶୋଇ।

ଏହି ଫଟୋ ସହିତ ମୁଖ୍ୟମନ୍ତ୍ରୀ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଟ୍ୱିଟ୍‌ କରିଛନ୍ତି। ନବୀନ ଲେଖିଛନ୍ତି,“ନିଜର ନିଷ୍ଠାପର କାର୍ଯ୍ୟ ପାଇଁ ତୃଣମୂଳସ୍ତରର ନେତା ସାଜିଥିବା ପ୍ରମିଳା ବିଶୋଇଙ୍କ ସହିତ ଏକାଠି ଯାତ୍ରା କରି ଖୁସି। ସେ ମିଶନଶକ୍ତି ନାରୀଙ୍କ ପ୍ରତୀକ। ମୁଁ ମୋ ରାଜନୀତି ଜୀବନ ଆରମ୍ଭ କରିଥିବା ଆସ୍କାରୁ ତାଙ୍କୁ ଲୋକସଭାରେ ଦେଖିବା ନେଇ ଉତ୍ସାହିତ। ଏହା ହେବ ଲକ୍ଷ ଲକ୍ଷ ସଶକ୍ତ ମହିଳାଙ୍କ ପାଇଁ ବାସ୍ତବ ସମ୍ମାନ।”

ଭଲ କଥା। ପ୍ରମିଳାଙ୍କୁ ପ୍ରାର୍ଥୀ କରି ବିଜେଡି ଏକ ଉଦାହରଣ ସୃଷ୍ଟି କରିଛି! ଅନେକ ଲୋକ ଏ କଥା କହୁଛନ୍ତି। ତେବେ ଆଜିର ଏହି ଫଟୋ ଦେଖିବା ପରେ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି ଯେ ଦୁହେଁ କ’ଣ ସବୁ କଥା ହେଲେ? କାରଣ ଯେଉଁ ତିନି ଚାରି ପ୍ରକାରର ଫଟୋ ନବୀନ ପୋଷ୍ଟ୍ କରିଛନ୍ତି, ସେଥିରୁ ଲାଗୁଛି ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଦୁହେଁ ବେଶ୍ ଖୁସି ମଧ୍ୟ ଥିଲେ। ତେବେ କିଛି ଲୋକ ସେମାନଙ୍କ ମଧ୍ୟରେ ଯାହା ବାର୍ତ୍ତାଳାପ ହୋଇଥିଲା, ତାହା ଜାଣିବା ଅପେକ୍ଷା ସେମାନେ କେଉଁ ଭାଷାରେ କଥା ହେଲେ ତାହା ଜାଣିବାକୁ ଭାରି ଉତ୍ସୁକ। ଅବଶ୍ୟ ସେମାନଙ୍କର ଏ ଆଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଆମେ ଭାବୁଛୁ। କାରଣ ଆମ ଛାମୁଙ୍କ ଓଡ଼ିଆ ଜ୍ଞାନ ବିଷୟରେ କିଏ ବା ନ ଜାଣେ? ଅବଶ୍ୟ ଆମେ କେଉଁଠି ଗୋଟେ ପଢ଼ିଥିଲୁ ଯେଉଁଠି ବାବୁ କହିଥିଲେ ଏବେ ସେ ଓଡ଼ିଆ ଭଲ ଭାବେ ବୁଝିବା ଓ କହିବା ଶିଖିଗଲେଣି। ଇଂରାଜୀ ଅକ୍ଷରରେ ଲେଖାଥିବା ଓଡ଼ିଆ ଭାଷଣକୁ ସେ ଯେମିତି ପଢ଼ିଥାନ୍ତି ତାହା ଲୋକେ ଶୁଣିଛନ୍ତି। ହେଲେ ସେ ଓଡ଼ିଆ ବୁଝନ୍ତି ନା ନାହିଁ ଓ କେତେ ବୁଝନ୍ତି, ତାହା କେବଳ ସେ ନିଜେ ଜାଣିଥିବେ!

ଏଟା ତ ଗଲା ଛାମୁଙ୍କ କଥା। ଏବେ ଆସିବା ପ୍ରମିଳା ବିଶୋଇଙ୍କ ପାଖକୁ। ସେ ନୂଆ କରି ରାଜନୀତିରେ ପାଦ ଥାପିଛନ୍ତି। ତାଙ୍କ ଭିତରେ କିଛି ଛନ୍ଦକପଟ ନାହିଁ। ତେଣୁ ସେ ସିଧାସିଧା କହି ଦେଇଥିଲେ ଯେ ଇଂରାଜୀ କି ହିନ୍ଦୀ ଭାଷା ତାଙ୍କୁ ଜଣାନାହିଁ। ସେ ଏହା ବି କହିଥିଲେ ଯେ ଯଦି ସେ ସଂସଦକୁ ଯିବେ ତା’ହେଲେ ଭାଷା ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ ନାହିଁ। ଏଠି ଗୋଟେ କଥା କହି ରଖୁ, ସେ ଇଂରାଜୀ ଓ ହିନ୍ଦୀ ନ ଜାଣିବା ଆଦୌ ଏକ ଅପରାଧ ନୁହେଁ। ଏହା ବଡ଼ ଗୌରବର କଥା ଯେ ସେ ତାଙ୍କ ମାତୃଭାଷା ବୁଝିପାରନ୍ତି ଓ ଅନର୍ଗଳ କହି ପାରନ୍ତି। ତେବେ ଛାମୁ ତାଙ୍କ କଥା କେତେ ବୁଝିପାରିଥିବେ, ତାହା ଏକ ବଡ଼ ପ୍ରଶ୍ନ। ଖାସ୍‌ ସେଥିପାଇଁ କିଛି ଲୋକ ଆଜି ଏ ଫଟୋଗୁଡ଼ିକୁ ଦେଖିବା ପରେ ଛାଏଁ ସେମାନଙ୍କ ପାଟିରୁ ପ୍ରଥମେ ବାହାରି ଆସିଲା,“ଏ ଦୁହେଁ କେଉଁ ଭାଷାରେ କଥା ହେଲେ?”



from Odisha Reporter http://bit.ly/2P5uZKj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages