
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଆ ମା’ଭଉଣୀଙ୍କ ଇଜ୍ଜତ ଉପରେ ଯେ ହାତ ପକାଇବ, ସେ ତାଙ୍କ କ୍ରୋଧର ନିଆଁରେ ଜଳିପୋଡ଼ି ଧ୍ୱଂସ ହୋଇଯିବ। ଏ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନେ ରଖିବା ଉଚିତ୍।” ଜଟଣୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଟଣୀ ଥାନା ଅଧିକାରୀ ଏଫ୍ଆଇଆର୍ ନରଖିବା ନେଇ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ଏମିତି କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ କହିଛନ୍ତି, ଶିଶୁ କନ୍ୟାଟିର ବାପା ଥାନାକୁ ଅଭିଯୋଗ କରିବା ଯାଇଥିଲେ। କିନ୍ତୁ ତାଙ୍କ ଅଭିଯୋଗ ରଖାଗଲା ନାହିଁ। ଶାସକ ଦଳର ନେତାମାନେ ଥାନା ଭିତରେ ଝିଅର ବାପାଙ୍କୁ ମାରପିଟ କଲେ। ଏହା କ’ଣ ମହିଳାଙ୍କ ପ୍ରତି ସମ୍ମାନ? କାହା ଚକ୍ରାନ୍ତରେ ଦୀର୍ଘ ସମୟ ଧରି ଜଟଣା ଥାନା ଅଧିକାରୀ ଏଫଆଇଆର୍ ରଖି ନଥିଲେ?
ଶ୍ରୀ ପ୍ରଧାନ କହିଛନ୍ତି ଯେ ତୃତୀୟ ମହଲା, ମୁଖ୍ୟମନ୍ତ୍ରୀ, ନବୀନ ନିବାସର ବିନା ଅନୁମତିରେ ଓଡ଼ିଶାରେ ଗରିବଙ୍କ ଏଫଆଇଆର୍ ଥାନାରେ ରଖାଯାଉନାହିଁ। ସାମ୍ବିଧାନିକ ଅଧିକାରକୁ ତୁଲେଇବାକୁ ମଧ୍ୟ ସୁଯୋଗ ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ। ଏହାଠୁ ବଡ଼ ଚିନ୍ତାଜନକ ବିଷୟ ଆଉ କିଛି ନହୋଇପାରେ। ନିଜ ଭୋଟ ସର୍ବସ୍ୱ ରାଜନୀତିକୁ ଜାରି ରଖିବା ପାଇଁ ଓଡ଼ିଶାର ଗରିବ ମା’ଭଉଣୀଙ୍କ ଉପରେ ନବୀନ ବାବୁ ସବୁଠୁ ଅଧିକ ଅତ୍ୟାଚାର କରୁଛନ୍ତି।
ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ କଥା କହୁଛନ୍ତି। ହେଲେ ରାଧୁଆ ମିଛୁଆ ପରି ଯେତେ ପାଟି କଲେ ମଧ୍ୟ ଶେଷରେ ଧରାପଡ଼ିବେ। ମୁଖ୍ୟମନ୍ତ୍ରୀଙ୍କ ଶାସନ ବୋଝରେ ସ୍ୱାଭିମାନୀ ଓଡ଼ିଆ ଲୋକମାନେ ଦାରିଦ୍ର୍ୟର ବୋଝ ତଳେ ଚାପି ହୋଇଗଲେଣି। ତାଙ୍କ ଦିନକାଳ ଶେଷ ହୋଇଆସିଲଣି।”
from Odisha Reporter http://bit.ly/2GlX3Gt
No comments:
Post a Comment