ରାଫେଲ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଝଟକା, ପୁଣି ହେବ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ରାଫେଲ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଝଟକା, ପୁଣି ହେବ ଶୁଣାଣି

supreme
ନୂଆଦିଲ୍ଲୀ: ରାଫେଲ ଦୁର୍ନୀତି ପ୍ରସଙ୍ଗରେ ପୁଣି ଥରେ ସୁପ୍ରିମକୋର୍ଟ ନିଜର ପୂର୍ବ ରାୟର ତର୍ଜମା କରି ଶୁଣାଣି କରିବେ। ଏଥିସହ ଜାତୀୟ ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’ରେ ରାଫେଲ୍ ଡିଲ୍ ସଂକ୍ରାନ୍ତରେ ପ୍ରକାଶ ପାଇଥିବା ‘ଗୋପନୀୟ’ ଦସ୍ତାବିଜକୁ ବୈଧ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆଇନଜୀବୀ ପ୍ରଶାନ୍ତ ଭୂଷଣ, ବରିଷ୍ଠ ନେତା ଯଶୱନ୍ତ ସିହ୍ନା ଓ ବରିଷ୍ଠ ସାମ୍ବାଦିକ ଅରୁଣ ସୌରୀଙ୍କ ପକ୍ଷରୁ ‘ଦି ହିନ୍ଦୁ’ରେ ପ୍ରକାଶ ପାଇଥିବା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଏ ମାମଲାର ଶୁଣାଣି କେବେ ହେବ ତାହା ଶୀଘ୍ର ଘୋଷଣା ହେବ ବୋଲି ଖଣ୍ଡପୀଠ କହିଛନ୍ତି।
ତେବେ କେନ୍ଦ୍ର ସରକାର ଏହି ଆବେଦନକୁ ବିରୋଧ କରି କୋର୍ଟରେ ନିଜର ପକ୍ଷ ରଖିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଗୋପନୀୟ ଦସ୍ତାବିଜର ଫଟୋକପି ନେଇ ଏପରି ଖବର ଛପାଯାଇଛି ବୋଲି ଦର୍ଶାଯାଇଥିଲା। ଏହା ଗୋପନୀୟତା ନିୟମର ଉଲ୍ଲଂଘନ କରୁଥିବାରୁ ଆବେଦନକାରୀଙ୍କ ଦ୍ବାରା ଦାୟର ହୋଇଥିବା ଆବେଦନକୁ ଗ୍ରହଣ ନକରିବା ପାଇଁ କେନ୍ଦ୍ର ନିଜ ପକ୍ଷ ରଖି କହିଥିଲା। କିନ୍ତୁ ଖଣ୍ଡପୀଠ ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି।
ଜବାବରେ ଆବେଦନକାରୀ ଦର୍ଶାଇଥିଲେ ଯଦି କୌଣସି ଦୁର୍ନୀତିକୁ ଉଜାଗର କରିବା ପାଇଁ ଗୋପନୀୟତା ନିୟମ ସତ୍ତ୍ୱେ କୌଣସି ସୂତ୍ରରୁ ତଥ୍ୟ ପ୍ରମାଣ ସାମ୍ନାକୁ ଆସୁଛି ତାହେଲେ ଦି ହିନ୍ଦୁରେ ପ୍ରକାଶ ପାଇଥିବା ରିପୋର୍ଟକୁ ଗ୍ରହଣୀୟ ହେବାରେ ଅସୁବିଧା କ’ଣ ରହିଛି ବୋଲି ପ୍ରଶ୍ନ କରିଥିଲେ। ତେବେ ହୁଇସିଲ ବ୍ଲୋଅର ଆକ୍ଟ ଅନୁଯାୟୀ ଦୁର୍ନୀତି ପ୍ରସଙ୍ଗରେ ପ୍ରମାଣ ଦେଇଥିବା ବ୍ୟକ୍ତିଙ୍କୁ କେହି ତଦନ୍ତ ପରିସରଭୁକ୍ତ କରିପାରିବେ ନାହିଁ କିମ୍ବା ତଥ୍ୟର ସୂତ୍ର ପ୍ରକାଶ କରିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ କହିଛନ୍ତି।

 

ଦି ହିନ୍ଦୁର ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟର ଆପତ୍ତି ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫ୍ରାନ୍ସ ସହ ଡିଲ୍ କରିଥିଲା। ଏଥିସହ ଫ୍ରାନ୍ସ ସରକାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ମନା କରିବାରୁ ଡିଲ୍ ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଦି ହିନ୍ଦୁ ଖବରକାଗଜ ପକ୍ଷରୁ ଏହି ତଥ୍ୟ କେଉଁ ସୂତ୍ରରୁ ସେମାନେ ପାଇଥିଲେ, ତାହା ଉଜାଗର କରାଯିବ ନାହିଁ ବୋଲି କୁହାଯାଇଛି।


from Odisha Reporter http://bit.ly/2uWO3kx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages