୫ ବର୍ଷ ପରେ ମୁହଁ ଦେଖାଇଲା ବାଗ୍‌ଦାଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

୫ ବର୍ଷ ପରେ ମୁହଁ ଦେଖାଇଲା ବାଗ୍‌ଦାଦି

ବାଗ୍‌ଦାଦ୍‌: ଦୁର୍ଦ୍ଦଷ ଆତଙ୍କବାଦୀ ତଥା ଆତଙ୍କୀ ସଂଗଠନ ଆଇଏଏସ୍‌ ମୁଖ୍ୟ ଅବୁ ବକର୍‌ ଆଲ୍‌-ବାଗ୍‌ଦାଦି ୫ ବର୍ଷପରେ ପ୍ରଥମ ଥର ଦେଖା ଦେଇଛି। ଏହି ସଂଗଠନର ଏକ ପ୍ରୋପୋଗାଣ୍ଡା ଭିଡିଓରେ ତାକୁ ଦେଖିବାକୁ ମିଳିଛି। ଆଇଏସ୍‌ର ଆଲ ଫରକାନ୍‌ ମିଡିଆ ନେଟ୍‌ୱର୍କ ଏହି ଭିଡିଓ ଛାଡ଼ିବା ଅବସରରେ ସେମାନେ ଦର୍ଶାଇଥିଲେ ଏହା ତାଙ୍କ ମୁଖିଆଙ୍କର ଭିଡିଓ ବାର୍ତ୍ତା। ଏହି ସଂଗଠନର ଯୋଦ୍ଧାମାନଙ୍କର ହତ୍ୟା ଓ ଜେଲ୍‌ ପଠାଯିବା ବିରୋଧରେ ସେମାନେ ପ୍ରତିଶୋଧ ନେବେ ବୋଲି ଏଥିରେ କହିଛନ୍ତି।

ଏହା କେବେ ଉତ୍ତୋଳିତ ହୋଇଛି, ସେବାବଦରେ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ। କିନ୍ତୁ ସେ ଆଇଏସ୍‌ର ଶେଷଗଡ଼ କୁହାଯାଉଥିବା ପୂର୍ବ ସିରିଆର ବଘୌଜ୍‌ଠାରେ ବେଶ୍‌ କିଛି ଦିନ ଧରି ଚାଲୁ ରହିଥିବା ଯୁଦ୍ଧ ବାବଦରେ କହୁଥିବା ଜଣାପଡ଼ୁଛି। ଏହି ଘଟଣା ଅତୀତରେ ଘଟିଥିବା କୁହାଯାଉଥିବାରୁ ଭିଡିଓଟି ଏବେର ବୋଲି ଜଣାପଡ଼ୁଛି।

ଧୂସର ରଙ୍ଗର ଘନ ଦାଢ଼ିଥିବା ବାଗ୍‌ଦାଦି ୩ ଜଣଙ୍କୁ ଏ ବିଷୟରେ କହୁଛି, ଯେଉଁମାନଙ୍କର ମୁହଁ ବ୍ଲର କରିଦିଆଯାଇଛି। ସେ ଏଥିରେ କହିଛି, ବଘୌଜ୍‌ ପାଇଁ ଯୁଦ୍ଧ ସରିଗଲା। ସେ ୧୮ ମିନିଟ୍‌ର ଏହି ଭିଡିଓରେ କଳା ରଙ୍ଗର ପୋଷାକ ଏବଂ ଏକ ଜ୍ୟାକେଟ୍‌ ପିନ୍ଧିଥିବା ଦେଖାଯାଇଛି। ତା ପାଖରେ ମାରଣାସ୍ତ୍ର ସଜ୍ଜିତ ରହିଛି ଏବଂ ଗୋଡ଼ ଉପରେ ଗୋଡ଼ ଥୋଇ ସେ ବସିଥିବା ଦେଖାଯାଇଛି।

ଏକ ତଦନ୍ତକାରୀ ଗ୍ରୁପ୍‌ର ସୂଚନା ଅନୁଯାୟୀ, ଏହି ଭିଡିଓ ପରେ ଏକ ଅଡିଓ ମଧ୍ୟ ରହିଛି ଯେଉଁଥିରେ ସେ ଶ୍ରୀଲଙ୍କା ହମ୍‌ଲା ବାବଦରେ ମଧ୍ୟ କହିଛି। ସେ କହିଛି ବଘୌଜଠାରେ ଆଇଏସ୍‌ ଆତଙ୍କୀଙ୍କ ମୃତ୍ୟୁର ବଦ୍‌ଲା ଶ୍ରୀଲଙ୍କାରେ ଇଷ୍ଟର ରବିବାରରେ ନିଆଯାଇଛି।

ଏହା ପୂର୍ବରୁ ୨୦୧୪ ମସିହାରେ ଇରାକ୍‌ର ମୋସୁଲ୍‌ଠାରେ ସେ ଭାଷଣ ଦେଥିବାର ଭିଡିଓ ଆସିଥିଲା। ଏହି ଭାଷଣ ଇରାକ୍‌ ଓ ସିରିଆରେ ଆଇଏସ୍‌ର କାୟାବିସ୍ତାର ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ସେହିବର୍ଷ ଜାନୁଆରୀରେ ହିଁ ସିରିଆର ସହର ରକ୍କାକୁ ନିଜ କବ୍‌ଜାକୁ ନେଇଥିଲା। ଜୁନ୍‌ ମାସରେ ମୋସୁଲ୍‌କୁ ଦଖଲକୁ ନେଇଥିଲା। ୨୦୧୭ ଯାଏ ଏହି ଦୁଇ ସହର ଆଇଏସ୍‌ର କବ୍‌ଜାରେ ଥିଲା। କ୍ରମେ ଆଇଏସ୍‌ ଇରାକ୍‌ ଏବଂ ସିରିଆରେ ନିଜର ସାମ୍ରାଜ୍ୟ ବା ‘କାଲିଫେଟ୍‌’ ପ୍ରତିଷ୍ଠା ଘୋଷଣା କରିଦେଇଥିଲା।



from Odisha Reporter http://bit.ly/2UQqVyD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages