
ନୂଆଦିଲ୍ଲୀ: ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଭାଷଣ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି କହି ନିର୍ବାଚନ କମିସନ ତାଙ୍କୁ କ୍ଲିନ୍ଚିଟ୍ ଦେଇଛନ୍ତି। ଏହି ଭାଷଣରେ ମୋଦି କହିଥିଲେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୱାୟନାଡ୍ରୁ ପ୍ରାର୍ଥୀ ହେବା ହିନ୍ଦୁଙ୍କ ପ୍ରତି ଏକ ଅପମାନ।
ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଏହାକୁ ମିଶାଇ ଏକାଧିକ ଅଭିଯୋଗ ଆସିଥିଲେ ମଧ୍ୟ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ ଏହି ବିଷୟରେ ମୁହଁ ଖୋଲିଛନ୍ତି। ୱାୟନାଡ୍ଠାରେ ମୋଦି ଦେଇଥିବା ଭାଷଣକୁ ତର୍ଜମା କରିବା ପରେ ନିର୍ବାଚନ କମିଶନ କହିଛନ୍ତି, ନିର୍ବାଚନ ଆଚରଣ ବିଧି ଓ ଜନପ୍ରତିନିଧି ଆଇନ ୧୯୫୧ର ଗାଇଡ୍ଲାଇନ୍ ଏବଂ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଆମେ ନିଶ୍ଚିତ ଯେ, କୌଣସି ପ୍ରକାରର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇନାହିଁ।
ମୋଦି ଏହି ବହୁ ଚର୍ଚ୍ଚିତ ଭାଷଣରେ କହିଥିଲେ, ସେହି ଦଳ (କଂଗ୍ରେସ)ର ପ୍ରାର୍ଥୀମାନେ ବର୍ତ୍ତମାନ ଅଧିକ ସଂଖ୍ୟାବହୁଳ ଥିବା (ହିନ୍ଦୁ) ଆସନରୁ ଲଢ଼ିବାକୁ ଡରୁଛନ୍ତି। ସେଥିପାଇଁ ସେମାନେ ହିନ୍ଦୁମାନେ ଯେଉଁଠି ସଂଖ୍ୟାଲଘୁ ସ୍ଥିତିରେ ଅଛନ୍ତି ସେହିଭଳି ସ୍ଥାନରେ ସେମାନେ ଶରଣ ନେଉଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭାରତୀୟ ସେନାକୁ ରାଜନୀତିକ ଅସ୍ତ୍ର ଭାବରେ ବ୍ୟବହାର କରୁଥିବା ଅଭିଯୋଗକୁ ନେଇ ନିର୍ବାଚନ କମିଶନ୍ଙ୍କୁ ସୁପ୍ରିମ୍କୋର୍ଟ ଜବାବ ତଲବ କରିଛନ୍ତି।
from Odisha Reporter http://bit.ly/2GXvOT7
No comments:
Post a Comment