ଗାଧୋଇବା ବେଳେ ଭାସିଗଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଗାଧୋଇବା ବେଳେ ଭାସିଗଲେ ଯୁବକ

ପୁରୀ(ମଧୁସୂଦନ ମିଶ୍ର): ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଇବା ବେଳେ ଅଭିଷେକ ପାଣ୍ଡେ ନାମକ ଜଣେ ଯୁବକ ଭାସି ଯାଇଛନ୍ତି। ସେ ଦିଲ୍ଲୀର କ୍ରାଇମ୍‌ ଖବର କାଗଜର ଜୋନାଲ୍‌ ଆଡଭାଇଜର। ତାଙ୍କ ପରିଚୟପତ୍ରରୁ ଏହା ଜଣାପଡ଼ିଛି।

ଅଭିଷେକ ଭୁବନେଶ୍ୱର ସିପେଟ୍‌ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସାଙ୍ଗଙ୍କ ସହ ପୁରୀ ଚୈତନ୍ୟ ଛକ ନିକଟରେ ସମୁଦ୍ରରେ ଗାଧୋଉଥିଲେ। ପରେ ଅନ୍ୟ ସାଙ୍ଗମାନେ କୂଳକୁ ଚାଲି ଆସିଥିଲେ। ମାତ୍ର ଅଭିଷେକ ଏକୁଟିଆ ଗାଧୋଉଥିଲେ। ଠିକ୍‌ ଏହି ସମୟରେ ଆସିଥିବା ଲହଡିରେ ଅଭିଷେକ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ସମୁଦ୍ରରେ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ।

ସେପଟେ ଆଜି ସମୁଦ୍ରରେ ଗାଧୋଇବା ସମୟରେ ଏକାଧିକ ଘଟଣରେ ଅଗ୍ନିଶମ ବିଭାଗର ଲାଇଫଗାର୍ଡମାନେ ସାତଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।



from Odisha Reporter http://bit.ly/2Gznx7E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages