ତୃତୀୟ ପର୍ଯାୟ ନିର୍ବାଚନରେ ୫୭୦ ଦାଗୀ ନେତା ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ତୃତୀୟ ପର୍ଯାୟ ନିର୍ବାଚନରେ ୫୭୦ ଦାଗୀ ନେତା ପ୍ରାର୍ଥୀ

ନୂଆଦିଲ୍ଲୀ: ଏପ୍ରିଲ ୨୩ ତାରିଖରେ ଦେଶରେ ତୃତୀୟ ପର୍ଯାୟ ମତଦାନ ଅନୁଷ୍ଠିତ ଦେବାକୁ ଯାଉଛି। ମୋଟ ୧୧୬ ଲୋକସଭା ଆସନ ପାଇଁ ୧, ୬୧୨ ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ୫୭୦ ଜଣ ପ୍ରାର୍ଥୀ ଅପରାଧ ସହ ସଂପୃକ୍ତ ବା ଦାଗୀ ନେତା ବୋଲି ଆସୋସିଏସନ ଅଫ୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପ୍ରକାଶ କରିଛି। ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରିବା ପରେ ଏଡିଆର ଏହି ତଥ୍ୟ ସାମ୍ନାକୁ ଆଣିଛି।
କଂଗ୍ରେସର ୯୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୦ ଜଣ ଦାଗୀ ନେତା ବୋଲି ଜଣାପଡ଼ିଥିବା ବେଳେ ବିଜେପିର ୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ ଜଣ ଦାଗୀ ନେତା ବୋଲି ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି। ବିଜେପି ପକ୍ଷରୁ ସର୍ବାଧିକ ଦାଗୀ ନେତା ପ୍ରାର୍ଥୀ ହୋଇଥିବା ବେଳେ  ସିପିଆଇ-ଏମର ସର୍ବନିମ୍ନ ୧୪ ଜଣ ଦାଗୀ ପ୍ରାର୍ଥୀ ତୃତୀୟ ପର୍ଯାୟ ନିର୍ବାଚନ ମଇଦାନରେ ଥିବା ଜଣାପଡ଼ିଛି।
ତେବେ ଏହି ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣଙ୍କ ନାମରେ ହତ୍ୟା ଅଭିଯୋଗ ରହିଥିବା ବେଳେ ୨୯ ଜଣଙ୍କ ନାମରେ ମହିଳାଙ୍କୁ ଦୁଷ୍କର୍ମ, ନିର୍ଯାତନା ଭଳି ମାମଲା ରହିଛି। ସେହିପରି ୨୬ ଜଣ ପ୍ରାର୍ଥୀଙ୍କ ନାମରେ ମହିଳାଙ୍କ ପ୍ରତି ଘୃଣ୍ୟ ମନ୍ତବ୍ୟ ଦେଉଥିବାର ଅଭିଯୋଗ ରହିଛି।
ଏଥିସହ ମୋଟ ୧୧୬ ଲୋକସଭା ଆସନ ମଧ୍ୟରୁ ୬୩ଟି ନିର୍ବାଚନ ମଣ୍ଡଳୀ ରେଡ୍ ଆଲର୍ଟ ଥିବା ସମ୍ବେଦନଶୀଳ ବୋଲି ସୂଚନା ରହିଛି।
ସେହପରି ୧,୬୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୩୯୨ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି। ତୃତୀୟ ପର୍ଯାୟ ନିର୍ବାଚନରେ ୨୦୪ କୋଟି ଟଙ୍କା ସହ ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟିର ଦେବେନ୍ଦ୍ର ସିଂହ ଯାଦବ। ଦ୍ୱିତୀୟରେ ୧୯୯ କୋଟି ଟଙ୍କା ସମ୍ପତ୍ତି ସହ ମହାରାଷ୍ଟ୍ରର କଂଗ୍ରେସ ପ୍ରାର୍ଥୀ ଭୋନଶଲେ ଶ୍ରୀମନ୍ତ ଛତ୍ରପତି ରହିଛନ୍ତି।


from Odisha Reporter http://bit.ly/2IL7Ewm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages