
ଦୁବାଇ: ସାରଜାରେ ରହୁଥିବା ପ୍ରବାସୀ ଭାରତୀୟ କିରନ୍ ବାବୁ ଏବଂ ସୋନମ୍ ସବୁ ସିଦ୍ଦିକି ୨୦୧୮ ମସିହା ଜୁଲାଇରେ ଏକ କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଲାଭ କରିଥିଲେ। ଆଉ ଜଣେ ହିନ୍ଦୁ ପିତା ଭାବରେ ଝିଅର ଜନ୍ମ ପ୍ରମାଣ ପତ୍ର ପାଇବାରେ କିରନ୍ ପ୍ରଥମ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସ୍ଥାନୀୟ ପ୍ରବାସନ ନିୟମ ଅନୁଯାୟୀ ଜଣେ ମୁସଲିମ୍ ପୁରୁଷ ଅନ୍ୟ ଧର୍ମରେ ବିବାହ କରିପାରିବେ କିନ୍ତୁ ଜଣେ ମୁସଲିମ୍ ମହିଳା ଅନ୍ୟ ଧର୍ମର କାହାକୁ ବିବାହ କରିପାରିବେନି। କିନ୍ତୁ ବର୍ଷ ବର୍ଷ ଧରି ଚାଲିଆସିଥିବା ପରମ୍ପରାକୁ ଭଙ୍ଗ କରିଛି ୯ ବର୍ଷର ଝିଅ।
୨୦୧୬ ମସିହାରେ କିରନ୍ ଓ ସନମ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, କିନ୍ତୁ ଅସଲି ସମସ୍ୟା ଆରମ୍ଭ ହୋଇଥିଲା ସେତେବେଳେ ଯେତେବେଳେ ଝିଅ ଜନ୍ମ ହେଲା। କିରନ୍ କୁହନ୍ତି, ମୋର ଗୋଟିଏ ଆବୁ ଧାବି ଭିସା ଅଛି। ସେଠାରେ ମୋର ବୀମା ଅଛି ଏବଂ ମୋ ସ୍ତ୍ରୀକୁ ସେଠାରେ ହସ୍ପିଟାଲରେ ଭର୍ତ୍ତି କରାଇଥିଲି। କିନ୍ତୁ ଝିଅ ଜନ୍ମ ହେବା ପରେ ମୁଁ ହିନ୍ଦୁ ହୋଇଥିବାରୁ ଜନ୍ମ ପ୍ରମାଣପତ୍ର ମିଳିନଥିଲା। ତାପରେ କୋର୍ଟ ଗଲି, ୪ ମାସ ଶୁଣାଣି ଚାଲିଲା ଏବଂ ମୋ ଆବେଦନ ଅଗ୍ରାହ୍ୟ କରାଗଲା।
୨୦୧୯ ମସିହାକୁ ୟୁଏଇରେ ସହିଷ୍ଣୁତାର ବର୍ଷ ପାଳନ କରାଯାଉଥିଲା, ଯେଉଁଥିରେ ପରସ୍ପରର ସଂସ୍କୃତିକୁ ସମ୍ମାନ ଦେବାକୁ ପ୍ରୋତ୍ସାହନ ଦିଆଯାଉଥିଲା ଏବଂ ସମସ୍ତଙ୍କ ମଧ୍ୟରେ ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ପରିବେଶ ସୃଷ୍ଟି କରାଯାଉଥିଲା।
ସେହି ସମୟ କିନ୍ତୁ କିରନ୍ଙ୍କ ପାଇଁ କଷ୍ଟକର ଥିଲା। ଭାରତୀୟ ଦୂତାବାସ ହସ୍ତକ୍ଷେପ କରିଥିଲେ ମଧ୍ୟଝିଅ ନାଁରେ କୌଣସି କାଗଜପତ୍ର ନଥିବାରୁ ଇମିଗ୍ରେସନ୍ ମଧ୍ୟ ସହଜ ନଥିଲା। କିନ୍ତୁ ସେ କୋର୍ଟରେ ପୁଣି ଆବେଦନ କଲେ ଯାହାକି ଗ୍ରହଣୀୟ ହେଲା। ଶେଷରେ ଦମ୍ପତ୍ତି ଝିଅ ଆନାମ୍ଟା ଆସେଲିନ୍ କିରନ୍ର ଜନ୍ମ ପ୍ରମାଣପତ୍ର ପାଇଲେ। ସେଦିନ ଥିଲା ଏପ୍ରିଲ ୧୪ ତାରିଖ ବା ହିନ୍ଦୁଙ୍କ ବଡ଼ ପର୍ବ ‘ବିଶୁ’ ଏବଂ ପଣା ସଂକ୍ରାନ୍ତି। ଉଲ୍ଲେଖଯୋଗ୍ୟ ଯେ, ୟୁଏଇରେ ପ୍ରଥମ ଥର ପାଇଁ ଏହି କ୍ଷେତ୍ରରେ ଆଇନରେ ପରିଣତ ଅଣାଯାଇଛି।
from Odisha Reporter http://bit.ly/2ZI58gb
No comments:
Post a Comment