ଆନ୍ଧ୍ରରେ ଓଡ଼ିଶା ଖାଦ୍ୟର ମଜା ନେଲେ ପ୍ରବାସୀ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ଆନ୍ଧ୍ରରେ ଓଡ଼ିଶା ଖାଦ୍ୟର ମଜା ନେଲେ ପ୍ରବାସୀ ଓଡ଼ିଆ

ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢୀ): ବିଶାଖାପାଟଣାରେ ଓଡ଼ିଶାର ପିଠା ଓ ମିଠାର ସ୍ୱାଦ ନେଲେ ପ୍ରବାସୀ ଓଡ଼ିଆ। ଦଶପଲ୍ଲା ହିଲ୍‌ସ ନିକଟ ଜଗନ୍ନାଥ ମନ୍ଦିରରେ ହୋଇଥିଲା ଉତ୍କଳ ଦିବସ ଅବସରରେ ଓଡ଼ିଆ ଫୁଡ୍ ଫେଷ୍ଟିଭାଲ୍ ଆୟୋଜନ ହୋଇଥିଲା। ଦୂରଦୂରାନ୍ତରେ ବାସ କରୁଥିବା ଓଡ଼ିଆ ଓ ଆନ୍ଧ୍ରପ୍ରଦେଶର ଲୋକେ ଏହି ଖାଦ୍ୟର ମଜା ନେଇଥିଲେ।

ଓଡ଼ିଆ ଫୁଡ୍ ଫେଷ୍ଟିଭାଲରେ ଓଡ଼ିଶାର ଅନେକ ପାରମ୍ପରିକ ପିଠା ଓ ମିଠାର ଝଲକ ଦେଖିବାକୁ ମିଳିଥିଲା। ଯେପରି ମଣ୍ଡା, କାକରା, ପୋଡ଼ପିଠା ସହ ଘୁଗୁନି, ଦହିବରା ଓ ମୁଢି ଘୁଗୁନିର ମଜା ନେଇଥିଲେ ଦର୍ଶକ। ଏହାସହ ରସଗୋଲା, ଛେନାପୋଡ ଓ ଛେନାଝିଲ୍ଲୀ ଭଳି ବିଭିନ୍ନ ପ୍ରକାରର ମିଠା ପ୍ରଦର୍ଶିତ ମଧ୍ୟ ହୋଇଥିଲା। ଏହି ସମସ୍ତ ପିଠା ଓ ମିଠା ବିଶାଖାପାଟଣାରେ ରହୁଥିବା ଓଡ଼ିଆ ମହିଳା ନିଜ ଘରେ ପ୍ରସ୍ତୁତ କରି ଆଣିଥିଲେ। ମାତ୍ର ଦୁଇ ଘଣ୍ଟା ମଧ୍ୟରେ ସବୁ ପିଠା ଓ ମିଠା ଶେଷ ହୋଇଯାଇଥିଲା। ବିଶାଖାପାଟଣାରେ ଓଡ଼ିଶା ମାଟିର ସ୍ୱାଦ ଚାଖିଥିଲେ ସ୍ଥାନୀୟ ଲୋକେ।

ଫୁଡ୍‌ ଫେଷ୍ଟିଭାଲରେ ୧୦ଟି ଷ୍ଟଲରେ ପ୍ରଦର୍ଶିତ ହୋଇଥିଲା ଏହି ସବୁ ପିଠା ଓ ମିଠା। ଫୁଡ୍ ଫେଷ୍ଟିଭାଲରେ ପ୍ରାୟ ୨ ହଜାରରୁ ଅଧିକ ଓଡ଼ିଆ ସାମିଲ ହୋଇଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଓଡ଼ିଶାର ଉତ୍କଳ ଡ୍ୟାନ୍ସ ଓ ରିସର୍ଚ୍ଚ ଏକାଡେମୀର କଳାକାରମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ବିଶାଖାପାଟଣାରେ ଓଡ଼ିଆ ସଂସ୍କୃତି ଓ କଳାର ସଂରକ୍ଷଣରେ ପ୍ରୟାସ ଜାରି ରଖିଥିବା ଉତ୍କଳ ସାଂସ୍କୃତିକ ସମାଜର କିଛି ସଦସ୍ୟଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।



from Odisha Reporter https://ift.tt/2CRBAmO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages