୧୩୨ ରନ୍‌ରେ ଅଟକିଲା ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

୧୩୨ ରନ୍‌ରେ ଅଟକିଲା ଚେନ୍ନାଇ

ହାଇଦ୍ରାବାଦ: ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଚେନ୍ନାଇ ସୁପରକିଙ୍ଗସ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ୍‌ ହରାଇ ମାତ୍ର ୧୩୨ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ହାଇଦ୍ରାବାଦ୍‌କୁ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ୧୩୩ ରନ୍‌ର ଟାର୍ଗେଟ ମିଳିଛି। ଚେନ୍ନାଇ ପକ୍ଷରୁ ଫାଫ୍‌ ଡୁପ୍ଲେସିସ୍‌ ସର୍ବାଧିକ ୪୫ ରନ୍‌ ହାସଲ କରିଛନ୍ତି। ହାଇଦ୍ରାବାଦ୍‌ର ରଶିଦ୍‌ ଖାନ୍‌ ୪ ଓଭର୍‌ରେ ୧୭ ରନ୍‌ ଦେଇ ୨ଟି ୱିକେଟ୍‌ ଦଖଲ କରିଛନ୍ତି।

ଆଇପିଏଲ୍‌ର ୩୩ତମ ମ୍ୟାଚ୍‌ରେ ଆଜି ହାଇଦ୍ରାବାଦ୍‌ ଓ ଚେନ୍ନାଇ ମୁହାଁମୁହିଁ ହୋଇଥିଲେ। ଧୋନିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ନେଇଥିବା ସୁରେଶ ରାଇନା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଚେନ୍ନାଇ ଭଲ ଆରମ୍ଭ କରିଥିଲା। ଦଳର ଦୁଇ ଷ୍ଟାର ଓପନର ଶେନ୍‌ ୱାଟସନ୍‌ ଓ ଫାଫ୍‌ ଡୁପ୍ଲେସିସ୍‌ ୯.୫ ଓଭରରେ ୭୯ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ୨୯ ବଲ୍‌ରେ ୩୧ ରନ୍ କରିଥିବା ୱାଟସନଙ୍କୁ ଆଇପିଏଲରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଶାହାବାଜ୍ ନଦିମ ଆଉଟ୍ କରି ଚେନ୍ନାଇକୁ ପ୍ରଥମ ଝଟକା ଦେଇଥିଲେ।

କାମଚଳା ଅଧିନାୟକ ରାଇନା ମାତ୍ର ୧୩ ରନ୍ କରି ରଶିଦ୍ ଖାନଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ଅନ୍ୟତମ ଓପନର ଫାଫ୍ ୪ ନଂରେ ବ୍ୟାଟିଂ କରିବାକୁ ଆସିଥିବା ରାୟୁଡୁଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। କିନ୍ତୁ ସେ ୪୫ ରନ୍ କରିଥିବା ବେଳେ ତାଙ୍କୁ ବିଜୟ ଶଙ୍କର ଆଉଟ୍ କରି ଚେନ୍ନାଇକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। କେଦାର ଯାଦବ ମାତ୍ର ୧ ରନ୍ କରି ରଶିଦଙ୍କ ଦ୍ୱିତୀୟ ଶିକାର ହୋଇଥିଲା।

ଆଇପିଏଲରେ ପ୍ରଥମ ମ୍ୟାଚ୍ ଖେଳୁଥିବା ସାମ ବିଲିଙ୍ଗସ୍ ଖାତା ଖୋଲିବା ପୂର୍ବରୁ ଖଲୀଲ ଅହମ୍ମଦଙ୍କ ବଲରେ ଆଉଟ୍ ହୋଇଯାଇଥିଲେ। ୧୪.୪ ଓଭରରେ ଦଳ ୧୦୧ ରନରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅମ୍ବାତି ରାୟୁଡୁ ଓ ଜାଡେଜା ବେଶ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୩୦ ପାର୍ କରାଇବାରେ ସକ୍ଷମ ହୋଇଥିଲେ। ରାୟୁଡୁ ଶେଷ ପର୍ଯ୍ୟନ୍ତ ୨୫ ଓ ଜାଡେଜା ୧୦ ରନ୍‌ କରି ଅପରାଜିତ ରହିଥିଲେ।

ହାଇଦ୍ରାବାଦ୍ ପକ୍ଷରୁ ରଶିଦ୍ ଖାନ୍ ୨ଟି ୱିକେଟ୍ ନେଇଥିବା ବେଳେ ଖଲୀଲ ଅହମ୍ମଦ, ବିଜୟ ଶଙ୍କର, ଓ ନଦିମ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।



from Odisha Reporter http://bit.ly/2Ine5GB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages