ପୁଲ୍‌ୱାମା ପରେ ସେନାକୁ ଅସ୍ତ୍ର କିଣିବା ପାଇଁ ସ୍ୱତନ୍ତ୍ର ଆର୍ଥିକ କ୍ଷମତା ଦେଇଛନ୍ତି ମୋଦି ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ପୁଲ୍‌ୱାମା ପରେ ସେନାକୁ ଅସ୍ତ୍ର କିଣିବା ପାଇଁ ସ୍ୱତନ୍ତ୍ର ଆର୍ଥିକ କ୍ଷମତା ଦେଇଛନ୍ତି ମୋଦି ସରକାର

ନୂଆଦିଲ୍ଲୀ: ପୁଲ୍‌ୱାମା ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଭାରତୀୟ ସଶସ୍ତ୍ରବାହିନୀକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଥିବା ସୂଚନା ମିଳିଛି। ଜରୁରୀକାଳୀନ ସ୍ଥିତିରେ ଯୁଦ୍ଧ ଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଆବଶ୍ୟକ ପଡ଼ୁଥିବା ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଏହି ସ୍ୱତନ୍ତ୍ର ଅଧିକାର ଦିଆଯାଇଛି।

୩ ସେନାକୁ ଦିଆଯାଇଥିବା ଆର୍ଥିକ କ୍ଷମତା ଅନୁଯାୟୀ ସେମାନେ ପ୍ରତି ପ୍ରସ୍ତାବରେ ଏକାଥରେ ୩୦୦ କୋଟି ଟଙ୍କା ମୂଲ୍ୟର ଅସ୍ତ୍ର କିଣିପାରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଏହି ପ୍ରସ୍ତାବ ଅନୁଯାୟୀ, ସେନା ୨୪୬ ସ୍ପାଇକ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌ କିଣିବାର ଅଛି, ଯାହାକି ଶତ୍ରୁ ଟ୍ୟାଙ୍କକୁ ଧ୍ୱଂସ କରିବାର ଦକ୍ଷତା ରଖିଥାଏ। ସେହିଭଳି ନୌବାହିନୀ ଏବଂ ବାୟୁସେନା ମଧ୍ୟ ମିସାଇଲ କିଣିବା ସହିତ ଅନ୍ୟ ଅସ୍ତ୍ର କିଣିବେ, ଯାହାକି ସେମାନଙ୍କୁ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖିବ। ଏପରିକି ପାକିସ୍ତାନ ସହିତ କୌଣସି ଯୁଦ୍ଧ ପରିସ୍ଥିତି ଉପୁଜିଲେ ଭାରତ ନିଜର ଦବ୍‌ଦବା ଦେଖାଇପାରିବ।

ସ୍ଥଳ, ବାୟୁ ଏବଂ ନୌ ସେନା କୌଣସି ଗୋଟିଏ ଭେଣ୍ଡରଙ୍କଠାରୁ ମଧ୍ୟ ଅସ୍ତ୍ର କିଣିପାରିବେ ଏବଂ ଏଥିପାଇଁ ଆର୍ଥିକ ପରାମର୍ଶଦାତାଙ୍କ ଅନୁମତି ଜରୁରୀ ହେବନାହିଁ। ପ୍ରସ୍ତାବର ୩ ମାସ ମଧ୍ୟରେ ଏହି ଅସ୍ତ୍ରଶସ୍ତ୍ର କିଣିବାକୁ ହେବ। ସୂଚନାଯୋଗ୍ୟ ଯେ, ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣରେ ଭାରତର ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହେବାପରେ ଭାରତ ପାକିସ୍ତାନ ସୀମା ଭିତରେ ପଶି ବାଲାକୋଟ୍‌ଠାରେ ଏୟାରଷ୍ଟ୍ରାଇକ ଜରିଆରେ ପ୍ରତିଶୋଧ ନେଇଥିଲା। ଏଥିରେ ବହୁସଂଖ୍ୟାରେ ଆତଙ୍କବାଦୀଙ୍କୁ ମଧ୍ୟ ନିପାତ କରାଯାଥିଲା। ତେବେ ଏହା ପରଠାରୁ ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମାରେ ଅଶାନ୍ତ ପରିସ୍ଥିତି ଲାଗି ରହିଛି।



from Odisha Reporter http://bit.ly/2Ghuhpd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages