ସ୍କଟଲ୍ୟାଣ୍ଡ୍ ଅଲରାଉଣ୍ଡର୍ କନ୍ ଡି ଲାଙ୍ଗଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ସ୍କଟଲ୍ୟାଣ୍ଡ୍ ଅଲରାଉଣ୍ଡର୍ କନ୍ ଡି ଲାଙ୍ଗଙ୍କ ପରଲୋକ

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡ କ୍ରିକେଟ୍ ଟିମର ଷ୍ଟାର ଅଲରାଉଣ୍ଡର କନ୍ ଡି ଲାଙ୍ଗଙ୍କ ମାତ୍ର ୩୮ ବର୍ଷ ବୟସରେ ପରଲୋକ ହୋଇଛି। ବର୍ଷକ ତଳେ ଡି ଲାଙ୍ଗଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିଲା ଏବଂ ଚିକିତ୍ସା ସତ୍ତେ୍ୱ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା। ଯେଉଁ କାରଣରୁ ସେ ଦୀର୍ଘଦିନ ହେବ କ୍ରିକେଟରୁ ଦୂରେଇ ରହିଥିଲେ।

ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଡି ଲାଙ୍ଗ ସ୍କଟଲ୍ୟାଣ୍ଡ୍ ପକ୍ଷରୁ ୨୧ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୧୫ରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ବାମହାତୀ ସ୍ପିନର ଭାବେ ସେ ୨୪ ୱିକେଟ୍ ନେଇଛନ୍ତି।

ଜୁନ୍, ୨୦୧୭ରେ ଜିମ୍ବାୱେ ବିପକ୍ଷ ମ୍ୟାଚରେ ସେ (୫/୬୦) କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ସ୍କଟଲ୍ୟାଣ୍ଡ୍ ଅନ୍ତର୍ଜାତୀୟ ଦିନିକିଆରେ ପ୍ରଥମ ବିଜୟ ହାସଲ କରିଥିଲା। ଏହା ପରେ ସେ ଆଉ ମାତ୍ର ୫ଟି ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇଥିଲେ। ଲଗାତାର ଅସୁସ୍ଥତା କାରଣରୁ ସେ ଧୀରେ ଧୀରେ କ୍ରିକେଟରେ ଦୂରେଇ ଯାଇଥିଲେ।

ଗତବର୍ଷ ଅକ୍ଟୋବରରେ ଡି’ ଲାଙ୍ଗ ବ୍ରେନ୍ ଟ୍ୟୁମରରେ ପୀଡ଼ିତ ଥିବା ସ୍କଟଲ୍ୟାଣ୍ଡ କ୍ରିକେଟ୍ ଘୋଷଣା କରିଥିଲା। ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିଲା, ଯେଉଁକାରଣରୁ ତାଙ୍କ ପରିବାର ସହାୟତା ପାଇଁ ନିବେଦନ କରିଥିଲେ। ଏହା ମଧ୍ୟରେ ଡି ଲାଙ୍ଗ ଅପରେଶନ୍, କେମୋଥେରାପି ଓ ରେଡିଏଶନ୍ କରାଇଥିଲେ ହେଁ, ଏହାର କୌଣସି ଫାଇଦା ମିଳିନଥିଲା। ତାଙ୍କ ପରଲୋକରେ କ୍ରିକେଟ୍ ସ୍କଟଲ୍ୟାଣ୍ଡ ଶୋକ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ଡି’ ଲାଙ୍ଗ ୧୩ ଦିନିକିଆ ଓ ୮ ଟି-୨୦ ମ୍ୟାଚ୍ ଖେଳି ଯଥାକ୍ରମେ ୧୬ ଓ ୮ ୱିକେଟ୍ ନେଇଛନ୍ତି। ସେ ପ୍ରଥମଶ୍ରେଣୀ କ୍ରିକେଟରେ ୯୧ ମ୍ୟାଚ୍ ଖେଳି ୨୮୮୮ ରନ୍ ଏବଂ ୧୮୩ ୱିକେଟ୍ ହାସଲ କରିଛନ୍ତି। ଏହାଛଡ଼ା ଲିଷ୍ଟ-ଏ’ କ୍ରିକେଟରେ ସେ ୧୪୪ ମ୍ୟାଚରେ ୧୬୪୬ ରନ୍ ଏବଂ ୧୪୯ ୱିକେଟ୍ ନେଇଛନ୍ତି।



from Odisha Reporter http://bit.ly/2Xnsq9e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages