ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ହକି ଟିମରେ ବୀରେନ୍ଦ୍ର ଏକମାତ୍ର ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ହକି ଟିମରେ ବୀରେନ୍ଦ୍ର ଏକମାତ୍ର ଓଡ଼ିଆ

ନୂଆଦିଲ୍ଲୀ: ଆସନ୍ତା ମେ’ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁଥିବା ହକି ସିରିଜ୍ ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ଦଳର ଘୋଷଣା କରାଯାଇଛି। ଟିମକୁ ଅଭିଜ୍ଞ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୀର୍ଘ ଦିନ ଧରି ଆହତ କାରଣରୁ ରୂପିନ୍ଦର ଜାତୀୟ ଦଳରୁ ଦୂରେଇ ରହିଥିଲେ। ଶେଷଥର ପାଇଁ ସେ ଭାରତ ପକ୍ଷରୁ ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସ ଖେଳିଥିଲେ।

ସେହିପରି ଏକମାତ୍ର ନୂଆ ମୁହଁ ଭାବେ ଯଶକରନ୍ ସିଂହ ଟିମରେ ସ୍ଥାନ ପାଇଛନ୍ତି। ଏହି ୧୮ ଜଣିଆ ଭାରତୀୟ ଦଳର ନେତୃତ୍ୱ ଭାର ମନପ୍ରୀତ ସିଂହଙ୍କୁ ଦିଆଯାଇଥିବା ବେଳେ ତାଙ୍କୁ ଡେପୁଟି ଭାବେ ସୁରେନ୍ଦ୍ର କୁମାର ଟିମରେ ସ୍ଥାନ ପାଇଛନ୍ତି। ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ମିଡଫିଲ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ସାମିଲ୍ କରାଯାଇଛି। ତେବେ ଅନ୍ୟତମ ଓଡ଼ିଆ ତାରକା ଅମିତ୍ ରୋହିଦାସ ଦଳରୁ ବାଦ୍ ପଡ଼ିଛନ୍ତି।

ଆସନ୍ତା ଜୁନରେ ଭୁବନେଶ୍ୱରରେ ହେବାକୁଥିବା ହକି ସିରିଜ୍ ଫାଇନାଲ୍ ପୂର୍ବରୁ ଭାରତ ପାଇଁ ଅଷ୍ଟ୍ରେଲିଆ ଗସ୍ତ ପ୍ରସ୍ତୁତି ସଦୃଶ ହେବ। ନୂତନ କୋଚ୍ ଗ୍ରାହାମ୍ ରିଡଙ୍କ ତତ୍ତ୍ୱାବଧାନରେ ଭାରତ ତା’ର ପ୍ରଥମ ହକି ସିରିଜ୍ ସିରିଜ୍ ଖେଳିବ। ଚଳିତ ବର୍ଷ ୨୮ତମ ସୁଲତାନ ଆଜଲାନ୍ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲା। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ କୋରିଆ, ଜାପାନ, କ୍ୟାନାଡା, ପୋଲାଣ୍ଡ ଓ ମ୍ୟାଲେସିୟା ଭଳି ଟିମ୍ ବିପକ୍ଷରେ ଭାରତ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା।

ସେହିପରି ଅଷ୍ଟ୍ରେଲିଆ ଗସ୍ତ ପାଇଁ ମଧ୍ୟ ଭାରତ ଯୁବ ଖେଳାଳିଙ୍କ ଉପରେ ଅଧିକ ଫୋକସ୍ କରିଛି। ଭାରତୀୟ ଦଳରେ ଦୁଇ ଗୋଲକିପର ଭାବେ ପିଆର୍ ଶ୍ରୀଜେଶ୍ ଓ କ୍ରିଷନ୍ ବି. ପାଠକ ସ୍ଥାନ ପାଇଛନ୍ତି। ସେହିପରି ରୂପିନ୍ଦର ପ୍ରତ୍ୟାବର୍ତ୍ତନରେ ସୁରେନ୍ଦ୍ର, ହରମନପ୍ରୀତ ସିଂହ, ବୀରେନ୍ଦ୍ର, ଗୁରିନ୍ଦର ସିଂହ ଓ କୋଥାଜିତ୍ ସିଂହ ଡିଫେଣ୍ଡର୍ ଭୂମିକା ତୁଲାଇବେ।

ଜଲନ୍ଧରରେ ଜନ୍ମିତ ୨୫ ବର୍ଷୀୟ ଯଶକରନ୍ ଅଷ୍ଟ୍ରେଲିଆରେ ଡେବ୍ୟୁ କରିବେ। ସେ ମିଡଫିଲ୍ଡରେ ହାର୍ଦ୍ଦିକ ସିଂହ, ମନପ୍ରୀତ, ବିବେକ ସାଗର ପ୍ରସାଦ ଓ ନୀଳକଣ୍ଠ ଶର୍ମାଙ୍କୁ ସହଯୋଗ କରିବେ। ଆଜଲାନ୍ ଶାହ କପରେ ବିଶ୍ରାମ ନେଇଥିବା ଆକାଶଦୀପ ସିଂହ ଟିମ୍ ଫରୱାର୍ଡ ବିଭାଗକୁ ଫେରିଛନ୍ତି। ତାଙ୍କ ବ୍ୟତୀତ ଅରମାନ୍ କ୍ୟୁରେଶି, ମନଦୀପ ସିଂହ, ସୁମିତ୍ କୁମାର ଜୁନିୟର ଓ ଗୁରସାହିବଜିତ୍ ସିଂହ ଫରୱାର୍ଡରେ ସ୍ଥାନ ପାଇଛନ୍ତି।

ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଟିମର ନୂଆ କୋଚ୍ ରିଡ୍ କହିଛନ୍ତି, ଏହା ଏକ ସନ୍ତୁଳିତ ଟିମ୍। ଏହି ଗସ୍ତ ମୋତେ ଓ ଟିମର ଖେଳାଳିଙ୍କ ମଧ୍ୟରେ ବୁଝାମଣା ପାଇଁ ସହାୟକ ହେବ। ଟିମରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଛନ୍ତି। ଏହାଛଡ଼ା ଏହି ଗସ୍ତ ପାଇଁ ନୂଆ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି। ବିଶ୍ୱର ଶୀର୍ଷ ଟିମ୍ ବିପକ୍ଷରେ ଖେଳିବା ଯୁବ ଖେଳାଳିମାନଙ୍କ ପାଇଁ ଏକ ବଡ଼ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ରିଡ୍ କହିଛନ୍ତି।

ଭାରତୀୟ ଦଳ
ଗୋଲକିପର- କ୍ରିଷ୍ଣା ବି. ପାଠକ, ପିଆର୍ ଶ୍ରୀଜେଶ୍।
ଡିଫେଣ୍ଡର୍ସ: ରୂପିନ୍ଦର ପାଲ୍ ସିଂହ, ସୁରେନ୍ଦ୍ର କୁମାର (ଉପଅଧିନାୟକ), ହରମନପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା, ଗୁରିନ୍ଦର ସିଂହ, କୋଥାଜିତ୍ ସିଂହ।
ମିଡଫିଲ୍ଡର୍ସ: ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ (ଅଧିନାୟକ), ଯଶକରନ୍ ସିଂହ, ବିବେକ ସାଗର ପ୍ରସାଦ, ନୀଳପଣ୍ଠ ଶର୍ମା।
ଫରୱାର୍ଡ୍ସ: ମନଦୀପ ସିଂହ, ଗୁରସାହିବଜିତ୍ ସିଂହ, ଆକାଶଦୀପ ସିଂହ, ସୁମିତ୍ କୁମାର ଜୁନିୟର, ଅରମାନ୍ କ୍ୟୁରେଶି।



from Odisha Reporter http://bit.ly/2V5Zp5l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages