ବେଦପ୍ରକାଶଙ୍କ ପ୍ରତି ନ୍ୟାୟ କରାଯାଇନି: ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ବେଦପ୍ରକାଶଙ୍କ ପ୍ରତି ନ୍ୟାୟ କରାଯାଇନି: ବିଜୟ

bijay

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କର ଆଜି ପରଲୋକ ହୋଇଯାଇଛି। ଏହି ଖବର ପାଇବା ପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହିତ ବେଦପ୍ରକାଶଙ୍କ ପ୍ରତି ନ୍ୟାୟ କରାଯାଇ ନଥିବା ସେ କହିଛନ୍ତି।

ବିଜୟ କହିଛନ୍ତି, ଗତ ତିନି ମାସ ଧରି ସେ ରୋଗଶଯ୍ୟାରେ ପଡ଼ିଥିଲେ ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ସେ କହିଛନ୍ତି, “ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ। ଯେଉଁମାନେ ତାଙ୍କୁ ଆଣି ନିର୍ବାଚନରେ ଛିଡ଼ା କରାଇଲେ, ସେମାନେ ତାଙ୍କ ସହିତ ନ୍ୟାୟ କରି ନଥିବା ମୋର ମନେ ହୁଏ।”

ବିଜୟ ଆହୁରି କହିଛନ୍ତି, ଆଇନ୍ ଅନୁଯାୟୀ ନିର୍ବାଚନ ହେବ। ନିର୍ବାଚନ ପାଇଁ ଆଉ ଏକ ତାରିଖ ଘୋଷଣା ହେବ।

ସୂଚନାଯୋଗ୍ୟ, ବିଜେଡି ଏଥର ପୁଣି ବେଦପ୍ରକାଶଙ୍କୁ ପାଟକୁରା ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। ତେବେ ବେଦପ୍ରକାଶଙ୍କ ପରଲୋକ ଯୋଗୁ ଏଠାରେ ଆଉ ନିର୍ବାଚନ ସମ୍ଭବ ନୁହେଁ। ପରବର୍ତ୍ତୀ ସମୟରେ ଏଠାରେ ନିର୍ବାଚନ ହେବ।

 

 



from Odisha Reporter http://bit.ly/2XvjYoG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages