
ନୂଆଦିଲ୍ଲୀ: ଆର୍ଥିକ ସଂକଟ ସ୍ଥିତି ଦେଇ ଗତି କରୁଥିବା ବିମାନ କମ୍ପାନୀ ଜେଟ୍ ଏୟାରୱେଜ୍ର ୧ ହଜାରରୁ ଊର୍ଦ୍ଧ୍ୱ ପାଇଲଟ୍ ସୋମବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଅର୍ଥାତ ଆସନ୍ତାକାଲି ସକାଳ ୧୦ଟାରୁ ସେମାନେ ଏହି ବିମାନ ସଂସ୍ଥା ପାଇଁ କାମ କରିବେ ନାହିଁ। ଗତ ୩ ମାସ ଧରି ଦରମା ପାଇନଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି ଜାତୀୟ ବେସମାରିକ ବିମାନ ଗିଲ୍ଡ (ଏନ୍ଏଜି)। ସୂଚନାଯୋଗ୍ୟ ଯେ, ଏହି ପାଇଲଟ୍ମାନେ, ଇଞ୍ଜିନିୟରମାନେ ଏବଂ ବରିଷ୍ଠ ଅଧିକାରୀମାନେ ଗତ ଜାନୁଆରୀରୁ ଦରମା ପାଇନାହାନ୍ତି। ଅନ୍ୟ ବିଭାଗର କର୍ମଚାରୀମାନଙ୍କର ମାର୍ଚ୍ଚ ମାସର ଦରମା ମଧ୍ୟ ବନ୍ଦ ଅଛି।
ଗିଲ୍ଡ ପକ୍ଷରୁ କୁହାଯାଉଛି, ଆମେ ଅଜି ସୁଦ୍ଧା ସାଢ଼େ ୩ ମାସର ଦରମା ପାଇନାହୁଁ ଏବଂ ଜାଣିନୁ କେବେ ପାଇବୁ କି ନା। ତେଣୁ ଆମେ ନିଷ୍ପତ୍ତି ନେଇଛୁ ଆସନ୍ତା ୧୫ ତାରିଖରୁ ବିମାନ ଉଡ଼ାଇବୁ ନାହିଁ। ଆମ ଏନ୍ଏଜିର ସମସ୍ତ ୧୧୦୦ ପାଇଲଟ୍ ସୋମବାର ୧୦ଟା ପରଠାରୁ ଉଡ଼ାଣ ବନ୍ଦ କରିବେ।
ପାଇଲଟ୍ଙ୍କ ସହିତ ଇଞ୍ଜିନିୟର ଏବଂ କ୍ୟାବିନ୍ କ୍ରୁ ଓ ଗ୍ରାଉଣ୍ଡ ଷ୍ଟାଫ୍ ମଧ୍ୟ ଜେଟ୍ ଏୟାରୱେଜ୍ ମୁଖ୍ୟାଳୟ ସାମ୍ନାରେ ଧାରଣା ଦେବେ। ତେବେ କେତେବେଳେ ଏହା ଆରମ୍ଭ ହେବ ତାହା ଜଣାପଡ଼ିନାହିଁ। ସେମାନେ ସ୍ଥିତି ପରଖୁଛନ୍ତି, ସେହି ଅନୁଯାୟୀ ନିଷ୍ପତ୍ତି ନେବେ ବୋଲ ସେ କହିଛନ୍ତି। ଏଥିରେ ୧୧୦୦ ପାଇଲଟ୍ଙ୍କ ସମେତ ମୋଟ ୧୬୦୦ ଜଣ ଯୋଗ ଦେବାର ଅଛି।
ସେମାନେ ଚଳିତ ମାସ ୧ ତାରିଖରୁ ହିଁ ଉଡ଼ାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମାର୍ଚ୍ଚ ୩୧ରେ ନିଷ୍ପତ୍ତି ବଦଳାଇ ଏପ୍ରିଲ ୧୫ରୁ ଘୁଞ୍ଚାଇ ଦେଇଥିଲେ। ସେମାନେ କହିଥିଲେ, ଆମେ ନୂତନ ପରିଚାଳନା ବୋର୍ଡକୁ ଯଥେଷ୍ଟ ସମୟ ଦେଉଛୁ। ଏହା ବର୍ତ୍ତମାନ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ବିଭିନ୍ନ ଋଣଦାତାଙ୍କୁ ନେଇ ଗଠିତ ଏକ କମିଟିର ପରିଚାଳନାରେ ଅଛି। ପୂର୍ବରୁ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ୍ ଏଥିରୁ ବିଦାୟ ନେଇସାରିଛନ୍ତି।
ଆଜି ମଧ୍ୟରାତ୍ରରୁ ହିଁ ବିମାନ ଉଡ଼ାଣ ବନ୍ଦ କରାଯିବ ବୋଲି ଏନ୍ଏଜି ସୂତ୍ରରୁ ଜଣାଯାଇଛି। ଗିଲ୍ଡ ମୁଖ୍ୟ କ୍ୟାପ୍ଟେନ୍ କରନ୍ ଚୋପ୍ରାଙ୍କ କହିବା ଅନୁଯାୟୀ, ଆସନ୍ତାକାଲି ବୈଠକ ହେବାର ଅଛି। ବେକାରୀ ଏକ ନିର୍ବାଚନୀ ପ୍ରସଙ୍ଗ, ଆସନ୍ତା ୨ରୁ ୩ ଦିନରେ ଏୟାରୱେଜ୍ର ୨୦ ହଜାରରୁ ଅଧିକ ଲୋକ ବେକାର ହୋଇଯିବେ।
from Odisha Reporter http://bit.ly/2UhB5YL
No comments:
Post a Comment