
ଔରଙ୍ଗାବାଦ୍: ମହାରାଷ୍ଟ୍ରର ଔରଙ୍ଗାବାଦରେ ଜଣେ ୨୯ ବର୍ଷର ବିଧବା ମହିଳାଙ୍କୁ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ସେ ଏଚ୍ଆଇଭି ଆକ୍ରାନ୍ତ ବୋଲି କହି ବର୍ତ୍ତିଯାଇଛନ୍ତି। ଯୁବକ ଜଣକଙ୍କ ନାମରେ ଅସଦାଚରଣ ଅଭିଯୋଗ ଅଣାଯାଇଛି। ଏହି ଘଟଣା ସମୟରେ ସେ ଅନ୍ୟ ଏକ ମାମଲାରେ ଜାମିନ୍ରେ ଆସିଥିବା ସୂଚନା ମିଳିଛି। କିଶୋର ବିଲାସ ଆହ୍ୱାଦ ନାମକ ଏହି ଯୁବକକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ପୁଲିସ ଗିରଫ କରିସାରିଛି। ଏହାପୂର୍ବରୁ ସେ ତା’ର ବାପାଙ୍କୁ ହତ୍ୟା କରି ଗିରଫ ହୋଇଥିଲା।
ସେଦିନ ରାତିରେ ମହିଳା ଏବଂ ତାଙ୍କର ୬ ବର୍ଷର ଝିଅ ଲିଫ୍ଟ ମାଗି ଘରକୁ ଫେରିବାକୁ ରାସ୍ତାରେ ଠିଆ ହୋଇଥିଲେ। ବିଲାସ ଉଭୟଙ୍କୁ ଛାଡ଼ିଦେବ କହି ଗାଡ଼ିରେ ବସିବାକୁ ଅନୁରୋଧ କରିଥିଲା। କିନ୍ତୁ ସେମାନଙ୍କୁ ଏକ ଅଜଣା ସ୍ଥାନକୁ ନେଇଯାଇ ମହିଳାଙ୍କୁ ଛୁରୀ ଦେଖାଇବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ମହିଳା ଜଣକ ବୁଦ୍ଧି ଖର୍ଚ୍ଚ କରି କହିଥିଲେ ସେ ଏଚ୍ଆଇଭି ପଜିଟିଭ୍। ଏକଥା ଶୁଣିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଯାଇଥିଲା।
ମହିଳା ଏହା ପରେ ଥାନାକୁ ଯାଇ ଅଭିଯୁକ୍ତ ଯୁବକଙ୍କ ନାଁରେ ଅପହରଣ ଏବଂ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏହାବ୍ୟତୀତ ବିଲାସଙ୍କ ନାମରେ ଶିଶୁ ଯୌନ ଅପରାଧ ନିରୋଧ ଆଇନ ଅଧୀନରେ ମାମଲା ମଧ୍ୟ ରୁଜୁ କରାଯାଇଛି। ମହିଳାଙ୍କ ବର୍ଣ୍ଣନା ଅନୁଯାୟୀ କରାଯାଇଥିବା ଅଭିଯୁକ୍ତଙ୍କ ସ୍କେଚ୍ ଏବଂ ବିଲାସର ହାତରେ ଥିବା ଟାଟୁ ହିଁ ତାକୁ ଧରାପକାଇ ଦେଇଥିଲା।
from Odisha Reporter http://bit.ly/2Ii8C3x
No comments:
Post a Comment