ପଡ଼ିଆରେ କାନ୍ଦିଲେ କୁଲଦୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ପଡ଼ିଆରେ କାନ୍ଦିଲେ କୁଲଦୀପ

କୋଲକାତା: ଶୁକ୍ରବାର ରାତିରେ କୋଲାକତା ଓ ବେଙ୍ଗାଲୁରୁ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍‌ରେ ଏକ ରୋଚକ ଘଟଣା ଘଟିଛି। ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁର ବ୍ୟାଟସ୍‌ମ୍ୟାନ୍‌ ତଥା ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍‌ ଅଲୀଙ୍କ ବିସ୍ଫୋରଣ ବ୍ୟାଟିଂ ଦେଖି ରିଷ୍ଟ ସ୍ପିନର କୁଲଦୀପ ଯାଦବ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏପରି କି କୁଲଦୀପ ପଡ଼ିଆ ମଝିରେ କାନ୍ଦି ମଧ୍ୟ ପକାଇଥିଲେ। ଏହି ଘଟଣାର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବେଙ୍ଗାଲୁରୁର ୧୬ତମ ଓଭର୍‌ରେ କୋଲକାତା ପକ୍ଷରୁ କୁଲଦୀପ ବୋଲିଂ କରିବାକୁ ଆସିଥିଲେ। ଏହି ସମୟରେ ମୋଇନ୍‌ ଅଲୀ ବ୍ୟାଟିଂ କରୁଥିଲେ। ଏହି ଓଭର୍‌ରେ କୁଲଦୀପଙ୍କ ଠାରୁ ସେ ୨୭ ରନ୍‌ ଆଦାୟ କରିଥିଲେ। ଏଥିରେ ୨ଟି ଚୌକା ଏବଂ ୩ଟି ବିଶାଳ ଛକା ରହିଥିଲା। ସେହିପରି ଗୋଟିଏ ୱାଇଡ୍‌ ବଲ୍‌ ମଧ୍ୟ କୁଲଦୀପ ପକାଇଥିଲେ। ତେବେ ଶେଷ ବଲ୍‌ରେ ସେ ମୋଇନ୍‌ଙ୍କୁ ଆଉଟ୍‌ କରିଦେଇଥିଲେ।

ଏହି ଓଭର୍‌ ପରେ କୁଲଦୀପ ତଳେ ବସିବା ସହ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା। କୋଲକାତାର ଅନ୍ୟତମ ଖେଳାଳି ନୀତେଶ ରାଣା ତାଙ୍କ ପାଖକୁ ଯାଇ କୁଲଦୀପଙ୍କୁ ବୁଝାଉଥିବା ଫଟୋ ଭାଇରାଲ୍‌ ହୋଇଛି।



from Odisha Reporter http://bit.ly/2IKum7I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages