
ନୂଆଦିଲ୍ଲୀ: ଶ୍ରୀଲଙ୍କା ରାଜଧାନୀ କଲେମ୍ବା ସମେତ ଦେଶର ଅନେକ ସ୍ଥାନରେ ଖ୍ରୀଷ୍ଟିଆନଙ୍କ ପବିତ୍ର ପର୍ବ ଇଷ୍ଟର ଅବସରରେ ଦୁଇ ଚର୍ଚ୍ଚ ଓ ଦୁଇ ହୋଟେଲରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ସାରା ଦୁନିଆକୁ ଦୋହଲାଇ ଦେଇଛି।
ଏହି ବିସ୍ଫୋରଣରେ ପ୍ରାୟ ୧୬୦ ଲୋକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଏହି ଆତଙ୍କୀ ଆକ୍ରମଣକୁ ସମଗ୍ର ବିଶ୍ୱ ନିନ୍ଦା କରୁଥିବା ବେଳେ କ୍ରିକେଟ୍ ଜଗତ ଏଭଳି ଦୁଃଖ ସମୟରେ ଶ୍ରୀଲଙ୍କା ସହ ଛିଡ଼ା ହୋଇଛି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି।
ବିରାଟ କହିଛନ୍ତି, ‘ଶ୍ରୀଲଙ୍କାରୁ ଏଭଳି ଖବର ଶୁଣି ମୁଁ ମର୍ମାହତ। ମୁଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି ।’
Shocked to hear the news coming in from Sri Lanka. My thoughts and prayers go out to everyone affected by this tragedy. #PrayForSriLanka
— Virat Kohli (@imVkohli) April 21, 2019
ସେହିପରି ଟିମ୍ ଇଣ୍ଡିଆ ଉପଅଧିନାୟକ ରୋହିତ୍ ଶର୍ମା ଟ୍ୱିଟ୍ କରି କହିଛନ୍ତି, ‘ଶ୍ରୀଲଙ୍କା ପ୍ରତି ମୋ ସମବେଦନା ଓ ପ୍ରାର୍ଥନା, ଏକ ସୁନ୍ଦର ଦେଶ।‘
Thoughts and prayers with Sri Lanka. Such a beautiful country.
— Rohit Sharma (@ImRo45) April 21, 2019
କୋହଲି ଓ ରୋହିତଙ୍କ ବ୍ୟତୀତ ସଚିନ ତେନ୍ଦୁଲକର, ହରଭଜନ ସିଂହ, ଲୋକେଶ ରାହୁଲ, ସୁରେଶ ରାଇନା, ମହମ୍ମଦ କୈଫ୍, ଭିଭିଏସ୍ ଲକ୍ଷ୍ମଣ, ହର୍ଷା ଭୋଗଲେ, ମିଚେଲ ମ୍ୟାକକ୍ଲିନାଗନ, ଆକାଶ ଚୋପ୍ରା, ମିତାଲି ରାଜ, ମାହେଲା ଜୟବର୍ଦ୍ଧନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।
from Odisha Reporter http://bit.ly/2Xtoq77
No comments:
Post a Comment