ପାଣ୍ଡିୟାନଙ୍କ ନିର୍ଦ୍ଦେଶରେ ପୁଲିସ୍ ଏବେ ବିଜେଡି କର୍ମୀ ପାଲଟିଛି: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ପାଣ୍ଡିୟାନଙ୍କ ନିର୍ଦ୍ଦେଶରେ ପୁଲିସ୍ ଏବେ ବିଜେଡି କର୍ମୀ ପାଲଟିଛି: ବିଜେପି

samirmohanty

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ପୁଲିସ୍ ଏବେ ବିଜେଡି କର୍ମୀ ପାଲଟିଯାଇଛି ଓ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ନେତା ଓ କର୍ମୀମାନଙ୍କୁ ହଇରାଣ କରୁଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ସୋରଡ଼ାରେ ବିଜେପିର ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋୟୀଙ୍କୁ ଗିରଫ କରାଯିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଓ ପୁଲିସ ଏକପାଖିଆ ଭାବେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି ଓ ବିଜେପିକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ପାଣ୍ଡିଆନଙ୍କ ନିଦ୍ଦେର୍ଶରେ ଗଞ୍ଜାମ ପୁଲିସ୍ ଓ ଜିଲ୍ଳାପାଳ ତଦନ୍ତ ନକରି ସୋରଡ଼ା ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋୟୀଙ୍କୁ ଇଭିଏମ ଭାଙ୍ଗିବା ଅଭିଯୋଗରେ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ବୁଥରେ ଦିନସାରା ରିଗିଂ ଚାଲୁଥିଲା ଏବଂ ସେଠି ବିଜେପିର ଏଜେଣ୍ଟମାନଙ୍କୁ ପୋଲିଂ କେନ୍ଦ୍ରରୁ ବାହାର କରି ଦିଆଗଲା। ପୋଲିଂ ଅଫିସର ବିଜେଡିକୁ ସୁହାଇଲା ଭଳି ମନମାନୀ କଲେ। ଖୋଲାଖୋଲି ଭାବେ ବୁଥରେ ରିଗିଂ ଚାଲିଥିବାବେଳେ ବିଜେଡିର କର୍ମକର୍ତାମାନେ ଇଭିଏମ ମେସିନକୁ ତଳେ ଫୋପାଡ଼ି ଦେଇଥିଲେ ଓ ତାହା ଭାଙ୍ଗିଯାଇଥିଲା। ହେଲେ ଏହି ଘଟଣାରେ ବିଜେଡିର ସେହି ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ଶ୍ରୀ ବିଶୋୟୀଙ୍କୁ ଗିରଫ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାଶ ନିଦ୍ଦେର୍ଶରେ ବିଜେପିକୁ ବଦନାମ କରିବା ପାଇଁ ବିଜେପିର ବିଧାୟକ ପ୍ରାର୍ଥୀଙ୍କୁ ଗିରଫ କରାଯାଇଛି। ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯିବା ସହ ସେଠାର ସିସିଟିଭି ଯାଞ୍ଚ କରାଯାଉ ବୋଲି ବିଜେପି ଦାବି କରିଛି।

ଏହି ପ୍ରତିନିଧି ଦଳରେ ଲେଖାଶ୍ରୀ ସାମନ୍ତସିଂହାର, ଜୟନ୍ତ ଜେନା ଏବଂ ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2Xtn1xE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages