ସୋମବାର ଶହେ ମତ୍ସ୍ୟଜୀବୀଙ୍କୁ ଛାଡ଼ିବ ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ସୋମବାର ଶହେ ମତ୍ସ୍ୟଜୀବୀଙ୍କୁ ଛାଡ଼ିବ ପାକିସ୍ତାନ

ନୂଆଦିଲ୍ଲୀ: ସୋମବାର ପାକିସ୍ତାନ ସରକାର ସେଠାରେ ବନ୍ଦୀ ଥିବା ୧୦୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଭାରତକୁ ଫେରାଇଦେବା ନେଇ ସୂଚନା ମିଳିଛି। ଆସନ୍ତା ୭ ତାରିଖରେ ସେମାନଙ୍କୁ ମୁକ୍ତି ଦିଆଯିବ ଏବଂ ୮ ତାରିଖ ଦିନ ୱାଘା ବର୍ଡରଠାରେ ସେମାନଙ୍କୁ ଭାରତକୁ ଫେରାଇ ଦିଆଯିବ। ଏହାପୂର୍ବରୁ ୩୮୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଏବଂ ୧୦ ଜଣ ସାଧାରଣ ବନ୍ଦୀ ନାଗରିକଙ୍କୁ ମୁକ୍ତ କରିବାକୁ ଭାରତ ପକ୍ଷରୁ ପାକିସ୍ତାନର ହାଇକମିଶନ୍‌ଙ୍କ ନିକଟରେ ଦାବି କରାଯାଇଥିଲା।

କିନ୍ତୁ ବିଶେଷ ସୂତ୍ରରୁ ଜଣାଯାଇଛ, ଏହି ୧୦୦ ଜଣ ମତ୍ସ୍ୟଜୀବୀଙ୍କ ବ୍ୟତୀତ ପାକିସ୍ତାନ ଏପ୍ରିଲ ମାସରେ ହିଁ ୩୬୦ ବନ୍ଦୀଙ୍କୁ ଛାଡ଼ିବ। ସପ୍ତାହକୁ ୧୦୦ ଲେଖାଏ ବନ୍ଦୀଙ୍କୁ ମୁକ୍ତ କରାଯିବ ଏବଂ ଏଥିରେ ୫ ଜଣ ସାଧାରଣ ନାଗରିକ ସାମିଲ ଅଛନ୍ତି।

ଶେଷ ବ୍ୟାଚ୍‌ ବା ୬୦ ଜଣିଆ ବ୍ୟାଚ୍‌କୁ ଏପ୍ରିଲ ୨୯ରେ ମୁକ୍ତି ଦିଆଯିବ। ସାମାଜିକ କର୍ମୀଙ୍କ କହିବା ଅନୁଯାୟୀ, ଭାରତୀୟ ଜଳସୀମା ପାର୍‌ ହୋଇ ପାକିସ୍ତାନ ଜଳସୀମାରେ ପ୍ରବେଶ କରିଯାଇଥିବା ମତ୍ସ୍ୟଜୀବୀଙ୍କୁ ବନ୍ଦୀ କରାଯାଇ ମୁକ୍ତି ଦିଆଯିବାରେ ଏହା ଅନ୍ୟତମ ବୃହତ୍‌ ସଫଳତା ହେବ। ଏହାପୂର୍ବରୁ ୨୦୧୦ ମସିହାରେ ସବୁଠାରୁ ଅଧିକ ୪୪୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ଛାଡ଼ି ଦେଇଥିଲା।

ପ୍ରଥମ ବ୍ୟାଚ୍‌ରେ ମୁକ୍ତ ହେବାକୁ ଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଅଧିକାଂଶ ଉପକୂଳବର୍ତ୍ତୀ ଡିଉ ସହରର। ଅନ୍ୟ ପକ୍ଷରେ ଏହା ବଦଳରେ ଭାରତରୁ କିଛି ପାକିସ୍ତାନୀଙ୍କୁ ମୁକ୍ତି ଦିଆଯିବ କି ନା ତାହା ଜଣାପଡ଼ିନି। ବର୍ତ୍ତମାନ ୫୦ ପାକିସ୍ତାନୀ ବନ୍ଦୀଙ୍କର ଜେଲଦଣ୍ଡ ଅବଧି ସରିଗଲାଣି। ସେମାନେ ମୁକ୍ତି ଅପେକ୍ଷାରେ ଅଛନ୍ତି।



from Odisha Reporter http://bit.ly/2UhlayP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages