
ଦୁବାଇ: ଟେଷ୍ଟ ଫର୍ମାଟରେ ଦୀର୍ଘ ଗୋଟିଏ ବର୍ଷ ଚମତ୍କାର ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ କ୍ରମାଗତ ୩ୟ ବର୍ଷ ପାଇଁ ଟେଷ୍ଟ ଚାମ୍ପିୟନଶିପ୍ ଗଦା ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି। ଏପ୍ରିଲ ୧ ମଧ୍ୟରେ ଯେଉଁ ଦଳ ବିଶ୍ୱରେ ୧ ନଂ ସ୍ଥାନରେ ରହିଥିବ ଆଇସିସି ପକ୍ଷରୁ ତାକୁ ଏଭଳି ଗଦା ପ୍ରଦାନ କରାଯାଲ।
ଆଜି ଏପ୍ରିଲ ୧ ହୋଇଥିବାରୁ ଭାରତ ପୂର୍ବଭଳି ଟେଷ୍ଟ ରାଙ୍କିଙ୍ଗର ୧ ନଂ ସ୍ଥାନରେ ରହିଛି। ତେଣୁ ଭାରତ ପୁଣିଥରେ ଟେଷ୍ଟ ଚାମ୍ପିୟନଶିପ୍ ଗଦା ସହ ଏକ ମିଲିୟନ୍ ଡଲାର ପୁରସ୍କାର ପାଇବାକୁ ଯୋଗ୍ୟତା ଅର୍ଜନ କରିଛି। ଏ ସମ୍ପର୍କରେ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି।
ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏପ୍ରିଲ ୧ ସୁଦ୍ଧା ଭାରତ ୧୧୬ ପଏଣ୍ଟ ସହ ୧ ନଂ ସ୍ଥାନରେ ଥିବା ବେଳେ ୧୦୮ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ ଓ ଦକ୍ଷିଣ ଆଫ୍ରିକା(୧୦୫) ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ସେହିପରି ଅଷ୍ଟ୍ରେଲିଆ(୧୦୪) ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି। ଇଂଲଣ୍ଡ ମଧ୍ୟ ୧୦୪ ପଏଣ୍ଟ ପାଇଥିଲେ ହେଁ ମ୍ୟାଚ୍ ବ୍ୟବଧାନକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ପୁରସ୍କାର ପାଇବାକୁ ଯୋଗ୍ୟତା ଅର୍ଜନ କରିଛି। ଇଂଲଣ୍ଡ ଏବେ ରାଙ୍କିଙ୍ଗର ୫ମ ସ୍ଥାନରେ ରହିଛି।
ଏକ ନମ୍ବର ସ୍ଥାନରେ ଥିବା ଟିମ୍ ଇଣ୍ଡିଆ ଟେଷ୍ଟ ଚାମ୍ପିୟନଶିପ୍ ଗଦା ସହ ୧ ମିଲିୟନ୍ ଡଲାର ପାଇବ। ସେହିପରି ନ୍ୟୁଜିଲ୍ୟାଣ୍ଡ ୫୦୦,୦୦୦ ଡଲାର, ଗତ ୨ ବର୍ଷ ହେଲା ୨ୟ ସ୍ଥାନରେ ରହି ଆସୁଥିବା ଦକ୍ଷିଣ ଆଫ୍ରିକା ଏଥର ତୃତୀୟ ସ୍ଥାନରେ ରହିଛି। ତେଣୁ ଦକ୍ଷିଣ ଆଫ୍ରିକାକୁ ୨୦୦,୦୦୦ ଡଲାର ଓ ୪ର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ୧୦୦,୦୦୦ ଡଲାର ପୁରସ୍କାର ବାବଦକୁ ମିଳିବ।”
ଏହି ପୁରସ୍କାର ଘୋଷଣା ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଗଦା ପୁଣିଥରେ ନିଜ ପାଖରେ ରଖିବା ନିଶ୍ଚିତ ଗର୍ବର ବିଷୟ। ଆମ ଦଳ କ୍ରିକେଟ୍ର ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି। ହେଲେ ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ରହିବା ଏକ ଚମତ୍କାର ଅନୁଭୁତି। ଆମେ ସମସ୍ତେ ଜାଣିଛୁ ଟେଷ୍ଟ ମ୍ୟାଚ୍ର ଗୁରୁତ୍ୱ କ’ଣ। ଏହି ଫର୍ମାଟରେ ଏକ ନମ୍ବରେ ରହିବା, ନିଶ୍ଚିତ ସମସ୍ତଙ୍କ ପାଇଁ ଗର୍ବର ବିଷୟ।” ଆଇସିସି ମଧ୍ୟ ଟିମ୍ ଇଣ୍ଡିଆର ଏଭଳି ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଇଛି।
ଟେଷ୍ଟ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ରହିଥିବା ନ୍ୟୁଜିଲ୍ୟାଣ୍ତ ଅଧିନାୟକ କେନ୍ ୱିଲିମସନ୍ କହିଛନ୍ତି, “ଟେଷ୍ଟ ଫର୍ମାଟରେ ଦ୍ୱିତୀୟ ସ୍ଥାନରେ ରହିବା ଆମ ପାଇଁ ଏକ ଗର୍ବର ବିଷୟ। କଠିନ ପରିଶ୍ରମ ଓ ସବୁ ଖେଳାଳିଙ୍କ ଯୋଗଦାନ ଯୋଗୁ ଏହା ସମ୍ଭବ ହୋଇପାରିଛି। କେବଳ ୧୧ ଜଣ ଖେଳାଳି ନୁହନ୍ତି, ଏଭଳି ସଫଳତା ପଛରେ ପୂରା ସ୍କ୍ୱାଡ୍ର ହାତ ରହିଛି।”
from Odisha Reporter https://ift.tt/2I4dj02
No comments:
Post a Comment