ମଡେଲ କୋଡ ଅଫ୍ କଣ୍ଡକ୍ଟ ଏବେ ମୋଦି କୋଡ ଅଫ କଣ୍ଡକ୍ଟ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ମଡେଲ କୋଡ ଅଫ୍ କଣ୍ଡକ୍ଟ ଏବେ ମୋଦି କୋଡ ଅଫ କଣ୍ଡକ୍ଟ: କଂଗ୍ରେସ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ କମିଶନ କ୍ଲିନଚିଟ୍ ଦେବା ପରେ କଂଗ୍ରେସ ଇସିଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି। ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଭାଷଣ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି ଗତକାଲି ନିର୍ବାଚନ କମିସନ କ୍ଲିନ୍‌ଚିଟ୍‌ ଦେଇଥିଲେ। ଯାହାକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ପ୍ରଶ୍ନ କରିଛନ୍ତି। ନିର୍ବାଚନ ବେଳେ ଜନପ୍ରତିନିଧି ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଲଗା ରହିଛି। ଟ୍ୱିଟ୍ କରି ସେ ଆହୁରି କହିଛନ୍ତି ‘ମଡେଲ କୋଡ ଅଫ୍ କଣ୍ଡକ୍ଟ’ ଏବେ ‘ମୋଦି କୋଡ ଅଫ କଣ଼୍ଡକ୍ଟ’ରେ ପରିଣତ ହୋଇଛି।

କେରଳର ୱାୟନାଡରେ ରାହୁଲ ଗାନ୍ଧିଙ୍କ ପ୍ପ୍ରାର୍ଥୀତ୍ବ ନେଇ ମୋଦି ଭାଷଣରେ କହିଥିଲେ ସେହି ଦଳ (କଂଗ୍ରେସ)ର ପ୍ରାର୍ଥୀମାନେ ବର୍ତ୍ତମାନ ଅଧିକ ସଂଖ୍ୟାବହୁଳ(ହିନ୍ଦୁ) ଥିବା (ଆସନରୁ ଲଢ଼ିବାକୁ ଡରୁଛନ୍ତି। ସେଥିପାଇଁ ସେମାନେ ହିନ୍ଦୁମାନେ ଯେଉଁଠି ସଂଖ୍ୟାଲଘୁ ସ୍ଥିତିରେ ଅଛନ୍ତି ସେହିଭଳି ସ୍ଥାନରେ ସେମାନେ ଶରଣ ନେଉଛନ୍ତି। ଏହି ମନ୍ତବ୍ୟ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା।


from Odisha Reporter http://bit.ly/2VDWj80

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages