ଆଜି ବି ଫିକା ପଡ଼ିନି ଧକ୍‌ ଧକ୍‌ ଗାର୍ଲଙ୍କ କ୍ରେଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଆଜି ବି ଫିକା ପଡ଼ିନି ଧକ୍‌ ଧକ୍‌ ଗାର୍ଲଙ୍କ କ୍ରେଜ୍‌

ମୁମ୍ବାଇ:  ଫିଲ୍ମି ବ୍ୟାକ୍‌ ଗ୍ରାଉଣ୍ଡରୁ ନ ଆସି ମଧ୍ୟ ବଲିଉଡ଼ରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ବହୁ ହିଟ୍ସ ହେଇଥିବା ହିରୋଇନ ହେଉଛନ୍ତି ମାଧୁରୀ ଦିକ୍ଷୀତ୍‌ ।  ଧକ୍‌ ଧକ୍‌ ଗାର୍ଲ ନାମରେ ପରିଚିତ ମାଧୁରୀ ଏବେ ବି ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବେଶ ସକ୍ରିୟ। ବଡ଼ ପରଦା ସହ ଛୋଟ ପରଦାରେ ବେଶ୍‌ ଆକ୍ଟିଭ ଥିବା ସହ ଆଜି ବି ନିଜ ଜବରଦସ୍ତ  ଡ୍ୟାନ୍ସ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି ମାଧୁରୀ । ଏଥିଲାଗି ସମସ୍ତଙ୍କ ମନରେସୃଷ୍ଟି କରିପାରିଛନ୍ତି ସେ ଏକ ଅଲଗା ସ୍ଥାନ । ଆଜି ମଧ୍ୟ ନିଜ ଅଭିନୟ ଶୈଳୀ ପାଇଁ ସମସ୍ତଙ୍କ ମନରେ ବାନ୍ଧି ହୋଇ ରହିଛନ୍ତି ସେ । ପୂର୍ବ ଅପେକ୍ଷା ସେ କମ୍‌ ଫିଲ୍ମ କରୁଛନ୍ତି ସତ ଏବେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମିନାହିଁ।

ଆଜି ହେଉଛି ବଲିଉଡ୍‌ର ସୁନ୍ଦରୀ ଏବଂ ଚୁଲ୍‌ବୁଲି ଅଭିନେତ୍ରୀ ମାଧୁରୀ ଦିକ୍ଷୀତ୍‌ଙ୍କ ଜନ୍ମଦିନ। ସେ ୧୯୬୭ ମସିହା ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ଆଜି ତାଙ୍କ ଜନ୍ମ ଦିନରେ ତାଙ୍କର କିଛି ସୁପର୍‌ହିଟ୍‌ ଗୀତ ବିଷୟରେ କହିବାକୁ ଯାଉଛୁ । ଯାହା ସେହି ସମୟରେ ନୁହେଁ ଆଜି ମଧ୍ୟ ସେହି ଗୀତ ଗୁଡ଼ିକ ସିନେ ଜଗତରେ ଫିକା ହୋଇନି।

ତେବେ ଜାଣନ୍ତୁ ସେହି ସବୁ ଗୀତ ଗୁଡ଼ିକ ବିଷୟରେ।

‘ତେଜାବ୍‌’ ଫିଲ୍ମର ଗୀତ ‘ଏକ୍‌ ଦୋ ତିନ୍‌’ ସବୁଠାରୁ ଲୋକପ୍ରିୟ ଗୀତ ଭାବେ ଜଣାଶୁଣା। ତାଙ୍କ କ୍ୟାରିୟର ଆରମ୍ଭରେ ସେ ଏହି ଗୀତରେ ଅଭିନୟ କରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଆଁ ଲଗାଇ ଦେଇଥିଲେ।

‘ରାଜା’ ଫିଲ୍ମର ଏହି ଗୀତ ‘ଆଁଖିଆଁ ମିଲାଓ କଭି ଆଁଖିଆଁ ଚୁରାଓ’ ଗୀତ ରିଲିଜ୍‌ ହେବା ପରେ ବହୁତ ଭାଇରାଲ୍‌ ହୋଇଥିଲା।

ଅନିଲ୍‌ କପୁର୍‌ ଏବଂ ମାଧୁରୀଙ୍କ ଯୋଡ଼ି ସୁପରହିଟ୍‌ ଯୋଡ଼ି ଭାବେ ଜଣାଶୁଣା। ଦୁହେଁ ‘ବେଟା’ ଫିଲ୍ମରେ ‘ଧକ୍‌ ଧକ୍‌ କରନେ ଲଗା’ ଗୀତ କରିବା ପରଠାରୁ ତାଙ୍କ ନାମ ମଧ୍ୟ ବଦଳି ଯାଇଥିଲା। ଏହି ଗୀତ ସୁପର୍‌ହିଟ୍‌ ହୋଇଥିଲା। ଲୋକେ ଏହି ଗୀତ ପରଠାରୁ ମାଧୁରୀଙ୍କୁ  ଧକ୍‌ ଧକ୍‌ ଗାର୍ଲ ବୋଲି କହିବାକୁ ଲାଗିଲେ।

‘ଦିଲ୍‌ ତୋ ପାଗଲ୍‌ ହୈ’ ଫିଲ୍ମର ଟାଇଟଲ୍‌ ଗୀତ ଆଜି ମଧ୍ୟ ଘରେ ଘରେ ପରିଚିତ। ଏହି ଫିଲ୍ମରେ ମାଧୁରୀଙ୍କ ଯୋଡ଼ି ବଲିଉଡ୍‌ର ଖିଲାଡ଼ି କୁମାର ଅକ୍ଷୟଙ୍କ ସହ ଦେଖିବାକୁ ମିଳିଥିଲା।

‘ହମ୍‌ ଆପକେ ହୈ କୋନ୍‌’ ଫିଲ୍ମରେ ସଲମାନ୍‌ଙ୍କ ସହ ମାଧୁରୀଙ୍କ ଯୋଡ଼ି ଫ୍ୟାନ୍ସଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଫିଲ୍ମର ଗୀତ ‘ଦିଦି ତେରା ଦେବର ଦିୱାନା’ ସେହି ସମୟରେ ଘରେ ଘରେ ଲୋକପ୍ରିୟ ଥିଲା।

ଫିଲ୍ମ ‘ଦେବ୍‌ଦାସ୍‌’ ଫିଲ୍ମର ଏହି ଗୀତକୁ କିଏ ବା ଭୁଲି ପାରେ। ଗୀତରେ ମାଧୁରୀ, ଐଶ୍ୱର୍ଯ୍ୟାଙ୍କ ଡ୍ୟାନ୍ସ ଖୁବ୍‌ ପସନ୍ଦ ଆସିଥିଲା।



from Odisha Reporter http://bit.ly/2JEvBpy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages