ବିଜେପିର ରୋଡ ଶୋ’ ବେଳେ ହିଂସାକାଣ୍ଡ ଘଟଣା, ଆଜି ନିର୍ବାଚନ କମିଶନଙ୍କୁ ଭେଟିବ ଟିଏମସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ବିଜେପିର ରୋଡ ଶୋ’ ବେଳେ ହିଂସାକାଣ୍ଡ ଘଟଣା, ଆଜି ନିର୍ବାଚନ କମିଶନଙ୍କୁ ଭେଟିବ ଟିଏମସି

551955-mamata-army

କୋଲକାତା: ପଶ୍ଚିମବଙ୍ଗରେ ଗତକାଲି ହୋଇଥିବା ନିର୍ବାଚନୀ ହିଂସାକାଣ୍ଡ ଘଟଣାକୁ ନେଇ ପରସ୍ପର ଉପରେ ଦୋଷ ଲଦିଛନ୍ତି ତୃଣମୂଳ କଂଗ୍ରେସ ଏବଂ ବିଜେପି। ଆଜି ଏହି ହିଂସାକାଣ୍ଡ ଘଟଣା ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ତୃଣମୂଳ କଂଗ୍ରେସର ସଂସଦୀୟ ଟିମ୍ ଭେଟିବ ବୋଲି ଟିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଗତକାଲି ବିଜେପି ସଭାପତି ଅମିତ ଶାହ ରୋଡ ଶୋ’ କରିବା ବେଳେ ହିଂସାକାଣ୍ଡ ହୋଇଥିଲା। ତେବେ ଏହି ଘଟଣାକୁ ନିନ୍ଦା କରିବା ସହ ହିଂସାକାଣ୍ଡ ଘଟଣାର ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ବିଜେପି ସଭାପତି ପଶ୍ଚିମବଙ୍ଗରେ ଏକ ରାଲି କରିଥିଲେ। ଅମିତ ଶାହାଙ୍କ ରାଲି ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର କଲେଜ ପାଖରେ ପହଞ୍ଚିବା ପରେ ଟିଏମସି ଛାତ୍ର ପରିଷଦ ଅମିତ ଶାହଙ୍କ ରାଲି ଉପରକୁ ଟେକା, ପଥର ଫିଙ୍ଗିଥିଲେ। ଏହାପରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ମଧ୍ୟରେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହିଂସାକାଣ୍ଡ ଘଟଣା ପରେ ସଂପୃକ୍ତ ସ୍ଥାନକୁ ଗସ୍ତ କରିଥିବା ସୂଚନା ରହିଛି। ରାଲି ବେଳେ କଲେଜଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ମମତା କହିଛନ୍ତି। ତେବେ ଗତକାଲି ଏହି ହିଂସାକାଣ୍ଡ ପାଇଁ ବିଜେପି ସଭାପତି ଟିଏମସିକୁ ଦାୟୀ କରିଥିଲେ। ଏବଂ ଏ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମକୁ କହିଥିଲେ।



from Odisha Reporter http://bit.ly/30gj4yt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages