
ନୂଆଦିଲ୍ଲୀ: ଆସନ୍ତାମାସ ୧୪ ତାରିଖରେ ଶେଷ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ। ଆସାମରୁ ରାଜ୍ୟସଭା ସାଂସଦ ଭାବେ ୨୦୧୩ ମସିହାରେ ସେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ନେତା ମନମୋହନ ସିଂହଙ୍କ ସହିତ ଶାନ୍ତିଉଜ କୁଜୁରଙ୍କ ରାଜ୍ୟସଭା କାର୍ଯ୍ୟକାଳ ସମାନ ଦିନରେ ଶେଷ ହେଉଛି।
ଏହି ଦୁଇ ଆସନ ପାଇଁ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ହେଲେ ମେ ୨୧ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ରହିଛି। ଯଦି ଏହି ଦୁଇ ଆସନ ପାଇଁ ନିର୍ବାଚନର ଆବଶ୍ୟକ ହୁଏ ତାହେଲେ ଜୁନ ୨୭ ତାରିଖରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।
ଆସାମରେ ୧୨୬ଟି ବିଧାନସଭା ଆସନ ରହିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୮୮ଟି ବିଧାୟକ ରହିଥିବା ବେଳେ ବିରୋଧୀ କଂଗ୍ରେସ ଓ ସହଯୋଗୀ ଏଆଇୟୁଡିଏଫ ପାଖରେ ମୋଟ ୨୮ଟି ଆସନ ରହିଛି।
from Odisha Reporter http://bit.ly/2JnBUhF
No comments:
Post a Comment