ନୂଆଦିଲ୍ଲୀ: ଆସନ୍ତାକାଲି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏହି ଶପଥ ପାଠ ଉତ୍ସବରେ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ସମାଲ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦିଙ୍କ ପ୍ରମୁଖ ବିରୋଧୀ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଏମାନଙ୍କୁ ମୋଦି ଶପଥ ପାଠ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।
ଗୋଟିଏ ସୂତ୍ରରେ ରାହୁଲ ଓ ସୋନିଆ ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗେଦେବେ ବୋଲି କୁହାଯାଇଛି। ଅନ୍ୟଏକ ସୂତ୍ରରେ ରାହୁଲ ଆସନ୍ତାକାଲି କାର୍ଯ୍ୟକ୍ରମକୁ ଯିବେ କି ନାହିଁ, ତାହା ସ୍ପଷ୍ଟ ହୋଇ ନଥିବା ରିପୋର୍ଟ ପ୍ରକାଶ ପାଇଛି।
ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଦଳର ଟିକେଟ୍ରେ ନୂଆ କରି ଜିତିଥିବା ସାଂସଦମାନଙ୍କ ସହ ବୈଠକ ମଧ୍ୟ କରି ନଥିଲେ। ଏପରି ସ୍ଥିତିରେ ରାହୁଲ ଶପଥ ପାଠ ଉତ୍ସବକୁ ଯାଉଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପକ୍ଷରେ ବିମଷ୍ଟେକ୍ର ସଦସ୍ୟ ରାଷ୍ଟ୍ରମାନଙ୍କ ସମେତ ପ୍ରାୟ ୬ ହଜାରରୁ ଅଧିକ ଅତିଥି ମୋଦିଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।
from Odisha Reporter http://bit.ly/30Vah5t
No comments:
Post a Comment