ମହିଳା ୱାର୍ଡେନଙ୍କ ଗାଲରେ ହାତ ମାରୁଛନ୍ତି ଅତିରିକ୍ତ ସବ୍‌ ଜେଲର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ମହିଳା ୱାର୍ଡେନଙ୍କ ଗାଲରେ ହାତ ମାରୁଛନ୍ତି ଅତିରିକ୍ତ ସବ୍‌ ଜେଲର!

ପାରାଦୀପ (ରମାକାନ୍ତ ନାୟକ):ଜଣେ ମହିଳା ୱାର୍ଡେନଙ୍କୁ ଯୌନ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସବ୍‌ଜେଲରୁ ଆସିଛି। ଉକ୍ତ ସବ୍‌ଜେଲର ଅତିରିକ୍ତ ସବ୍‌ଜେଲ୍‌ର ଜଣେ ମହିଳା ୱାର୍ଡେନଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ଗାଲରେ ହାତ ମାରୁଥିବା ସେ ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନି।

ଅଭିଯୋଗ ମୁତାବକ, କୁଜଙ୍ଗ ଅତିରିକ୍ତ ଜେଲର ଜଣେ ମହିଳା ୱାର୍ଡେନଙ୍କୁ ଡ୍ୟୁଟି ସମୟରେ ଆଲିଙ୍ଗନ କରିବା ସହିତ ତାଙ୍କ ଗାଲରେ ହାତ ମାରୁଛନ୍ତି। ସ୍ୱାମୀଙ୍କଠାରୁadd ଦୂରରେ ଥିବାରୁ ସେକ୍ସ କିପରି କରୁଛ ବୋଲି ମହିଳା ୱାର୍ଡେନଙ୍କୁ ଜେଲ୍‌ର ପଚାରୁଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହିଳା କଏଦୀ ରହୁଥିବା ଜେଲ୍‌ରେ ତାଙ୍କୁ ନିୟୋଜିତ ନକରି ଅଫିସର କମ୍ପ୍ୟୁଟର ରୁମ୍‌ରେ କାମ କରିବାକୁ କୁହାଯାଉଛି। ଜେଲରଙ୍କ ଏପରି ଆଚରଣରେ ବିବ୍ରତ ହୋଇ ମହିଳା ୱାର୍ଡେନ ଜଣକ ଜେଲ୍‌ କର୍ମଚାରୀମାନଙ୍କ ବୈଠକରେ ଅଭିଯୋଗ କରିଥିଲେ। ପରେ ଜେଲ୍‌ର ମହାଶୟ ଆରୋପକୁ ସ୍ୱୀକାର କରିବା ସହିତ ମହିଳା ୱାର୍ଡେନଙ୍କୁ ଭୁଲ୍‌ ମାଗିଥିଲେ। ଏହା ପରେ ମଧ୍ୟ ଜେଲ୍‌ରଙ୍କ ଆଚରଣରେ ପରିବର୍ତ୍ତନ ହୋଇନଥିଲା। ବରଂ ପୀଡ଼ିତା ୱାର୍ଡେନଙ୍କୁ ସେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି।

ଶେଷରେ ପୀଡ଼ିତା ୱାର୍ଡେନ ଚୌଦ୍ୱାର ସର୍କଲ ଜେଲ ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ୧୫ ଦିନ ବିତି ଗଲାଣି। ହେଲେ ତାଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନହିଁ। ତେବେ ଅତିରିକ୍ତ ସବ୍‌ଜେଲର ଘଟଣା ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି।



from Odisha Reporter http://bit.ly/2W2dMU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages