ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଆଜି ପୂର୍ବାହ୍ନରେ ନୂଆ ସରକାର ଗଠନ ହେବାପରେ ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ଟି ଏଜେଣ୍ଡାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ପଞ୍ଚମଥର ପାଇଁ ନବୀନ ଆଜି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ଆଜି ଏହା ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକ ଥିଲା।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ଆରମ୍ଭ କରିଥିବା ‘କାଳିଆ’ ଯୋଜନାରେ ହିତାଧିକାରୀ ସଂଖ୍ୟା ୭୫ଲକ୍ଷକୁ ବୃଦ୍ଧି ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏଥିରେ ୫୦ଲକ୍ଷ କ୍ଷୁଦ୍ର,ନାମମାତ୍ର ଓ ଭାଗ ଚାଷୀ ଏବଂ ୨୫ଲକ୍ଷ ଭୂମିହୀନ ଚାଷୀ ପରିବାର ଅଛନ୍ତି। ଏବେସୁଦ୍ଧା ୪୨.୬୫ ଲକ୍ଷ ଚାଷୀ ପରିବାରକୁ କାଳିଆ ସହାୟତା ପ୍ରଦାନ କରାଯାଇଛି। ଏଥିରେ ୯.୪ଲକ୍ଷ ଭୂମିହୀନ ଚାଷୀ ପରିବାର। ଆଜି ମଧ୍ୟ ୮.୪ଲକ୍ଷ ଚାଷୀ ପରିବାରକୁ କାଳିଆ ସହାୟତା ଦିଆଯାଇଛି ଓ ବାକି ଚାଷୀଙ୍କୁ ବିଧିବଦ୍ଧ ତନଖି ପରେ ଶୀଘ୍ର ସହାୟତା ରାଶି ପ୍ରଦାନ କରାଯିବ। ଏହାବ୍ୟତୀତ ଉକ୍ତ ଯୋଜନାରେ ସାମିଲ ହୋଇନଥିବା ଯୋଗ୍ୟ ଚାଷୀ ପରିବାରକୁ ମଧ୍ୟ ପୁଣିଥରେ ଦରଖାସ୍ତ କରିବାର ସୁଯୋଗ ମିଳିବ ବୋଲି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।
ସେହିପରି ଆଜିର କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗରେ ମହିଳା ସ୍ୱୟଂ ସହାୟକ ଗୋ୍େଠୀଙ୍କ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟବସାୟିକ ସୁଯୋଗ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏମଓୟୁ ସ୍ୱାକ୍ଷର କରାଯାଇ ନିର୍ଦ୍ଦିଷ୍ଟ ବିଭାଗ ଦ୍ୱାରା ଏହାକୁ କାର୍ଯ୍ୟକାରୀ କରାଯିବ। ଆବଶ୍ୟକସ୍ଥଳେ ଯଥାର୍ଥ କୋହଳ ନୀତି ନିୟମ, ତଦାରଖ ଓ ନିୟମିତ ଦକ୍ଷତା ବୃଦ୍ଧି କରାଯିବ। ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରାକ୍ ବିଦ୍ୟାଳୟ ୟୁନିଫର୍ମ ଯୋଗାଣ, ଧାନ ସଂରକ୍ଷଣ, କିରାସିନି ଡିଲରସିପ, ବିହନ ଉତ୍ପାଦନ, ମଧ୍ୟାହ୍ନଭୋଜନ ପରିଚାଳନା, ମାଣ୍ଡିଆ ଲଡ଼ୁ ଯୋଗାଣ, ଚାରାରୋପଣ ଓ ଜଙ୍ଗଲଜାତ ଦ୍ରବ୍ୟର ମାନବୃଦ୍ଧି, ସହରାଞ୍ଚଳରେ ବିଭିନ୍ନ ସେବା ଯୋଗାଣ, ପଞ୍ଚାୟତ ପୋଖରୀରେ ମାଛ ଚାଷ, ହସ୍ପିଟାଲକୁ ଖାଦ୍ୟଯୋଗାଣ, ସାନିଟାରି ନାପକିନ୍ , ମଶାରୀ ଯୋଗାଣ, ଇଲେକ୍ଟ୍ରି ମିଟର ରିଡିଂ ଓ ବିଲ୍ ଆଦାୟ କାର୍ଯ୍ୟ ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି।
from Odisha Reporter http://bit.ly/2wxRFdr
No comments:
Post a Comment