
ସୋର (ଶଶିକାନ୍ତ ବେହେରା): ଚୋର ବୋଲି ସନ୍ଦେହ କରି ଜଣେ ନାବାଳକକୁ ଗାଁ ଲୋକେ ବାନ୍ଧି ମାଡ଼ ମାରିଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଆସିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଭଦ୍ରକ ଅଞ୍ଚଳର ଜଣେ ନାବାଳକ ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ଗାଁରେ ଭିକ ମାଗିବା ବାହାନାରେ ବିଶନ ସିଂଙ୍କ ଘରୁ ୧୨ ହଜାର ଟଙ୍କା ଓ ସାଇକେଲ୍ ଚୋରି କରିଥିବା ଅଭିଯୋଗ ହୋଇଥିଲା। ପରେ ସେ ଉକ୍ତ ଗାଁ ଛାଡ଼ି ଚାଲି ଯାଇଥିଲା। ତେବେ ଗାଁ ଲୋକେ କୌଶଳ କରି ନାବାଳକଙ୍କୁ ସୋରକୁ ଡାକିଥିଲେ। ଆଜି ସେ ଆସିବା କ୍ଷଣି ବିଶନଙ୍କ ସମର୍ଥକ ଓ ସ୍ଥାନୀୟ ଲୋକମାନେ ତାକୁ କାବୁ କରି ବାନ୍ଧି ପକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2LS45aB
No comments:
Post a Comment