ଗିରଫଦାରୀରୁ କମଲ ହାସନଙ୍କୁ କୋର୍ଟ ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଗିରଫଦାରୀରୁ କମଲ ହାସନଙ୍କୁ କୋର୍ଟ ସୁରକ୍ଷା

ଚେନ୍ନାଇ: ଅଭିନେତାରୁ ନେତା ସାଜି ରାଜନୀତିକ ଦଳ ଏମ୍‌ଏନ୍‌ଏମ୍‌ ଗଠନ କରିଥିବା କମଲ ହାସନଙ୍କୁ ଆଜି ମାଡ୍ରାସ ହାଇକୋର୍ଟ ଗିରଫଦାରୀରୁ ଆଗୁଆ ସୁରକ୍ଷା ଦେଇଛନ୍ତି। ସେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେକୁ ଦେଶର ପ୍ରଥମ ହିନ୍ଦୁ ଆତଙ୍କବାଦୀ କହିଥିବାରୁ ବିବାଦ ସୃଷ୍ଟି ହୋଇଥିଲା।

ଏଥିପାଇଁ ହିନ୍ଦୁ ମୁନ୍ନାନି ପାର୍ଟି ପକ୍ଷରୁ କମଲ ହାସନଙ୍କ ନାଁରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ସେ ଗିରଫ ହେବାର ଭୟ ଥିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କମଲ ହାସନଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଆଗୁଆ ଜାମିନ ଦେଇଛନ୍ତି।

ତାମିଲନାଡୁର ଆରଭାକୁରୁଚିରୁ ଏମଏନ୍‌ଏମ୍‌ ପାର୍ଟିର ଏସ୍‌ ମୋହନରାଙ୍କ ପାଇଁ କମଲ ହାସନ ଗତ ୧୨ ତାରିଖରେ ପ୍ରଚାର କରୁଥିଲେ। ଏହି ସମୟରେ ସେ ନାଥୁରାମ ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ। ଏହାକୁ ନେଇ ଆରଏସ୍‌ଏସ୍‌ ସହ ଜଡ଼ିତ ହିନ୍ଦୁ ମୁନ୍ନାନି ପାର୍ଟି ଆରଭାକୁରୁଚି ପୁଲିସ୍‌ ଷ୍ଟେସନ୍‌ରେ କମଲ ହାସନଙ୍କ ନାଁରେ ଏଫ୍‌ଆଇଆର ଦାଏର କରିଥିଲା।

ପୁଲିସ୍‌ କମଲ ହାସନଙ୍କ ନାଁରେ ଆଇପିସିର ୧୫୩ ଓ ୨୦୯ ଧାରାରେ ମାମଲା ମଧ୍ୟ ରୁଜୁ କରିଥିଲା। ତେଣୁ ଗିରଫଦାରୀରୁ ବର୍ତ୍ତିବା ପାଇଁ କମଲ ହାସନ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ “ମୁଁ କେବଳ ଗଡ୍‌ସେ ବିଷୟରେ କହିଛି।

ହିନ୍ଦୁ ଧର୍ମ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। ଗାନ୍ଧିଜୀକୁ ଗଡସେ ହତ୍ୟା କରିଥିବା ବହିରେ ମଧ୍ୟରେ ସ୍ୱୀକାର କରାଯାଇଛି। ‘ହ୍ୱାଏ ଆଇ କିଲଡ୍‌ ଗାନ୍ଧି’ରେ ପୂରା ଘଟଣା ରହିଛି।” କୋର୍ଟ ହାସନଙ୍କ ଆବେଦନର ଶୁଣାଣି କରି ତାଙ୍କୁ ଆଗୁଆ ଜାମିନ ଦେଇଛନ୍ତି।



from Odisha Reporter http://bit.ly/2WhvaYT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages