ଆଇପିଏସ ରାଜୀବ କୁମାର ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଆଇପିଏସ ରାଜୀବ କୁମାର ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଆଇପିଏସ୍‌ ରାଜୀବ କୁମାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିବିଆଇ ତାଙ୍କୁ ଶାରଦା ଚିଟ୍‌ଫଣ୍ଡ ଘଟଣାରେ ଗିରଫ କରିବାକୁ ଚାହୁଁଥିବା ବେଳେ ତଳ କୋର୍ଟରୁ ଆଗୁଆ ଜାମିନ୍‌ ପାଇବା ପାଇଁ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ୭ ଦିନର ସମୟ ଦେଇଥିଲେ।

ହେଲେ ଏହି ଅବଧିକୁ ବୃଦ୍ଧି କରିବା ପାଇଁ ରାଜୀବ କୁମାର ଆଜି ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜାମିନ୍‌ ଆବେଦନ ପାଇଁ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟରେ ଆବେଦନ କରିବେ। ହେଲେ ସେଠାରେ ଆଇନଜୀବୀଙ୍କ ଆନ୍ଦୋଳନ ଚାଲିଛି। ତେଣୁ ଆଗୁଆ ଜାମିନ ପାଇଁ ଅଧିକ ସମୟ ଦେବାକୁ ରାଜୀବ କୁମାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।

ଶାରଦା ଚିଟ୍‌ଫଣ୍ଡର ତଦନ୍ତ କରୁଥିବା ରାଜୀବ କୁମାର ଏକାଧିକ ପ୍ରମାଣ ନଷ୍ଟ କରିଥିବାରୁ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହିଁଥିଲା। ହେଲେ ଫେବୃଆରୀ ୫ ଉପରେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। କିନ୍ତୁ ଗତ ସପ୍ତାହର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ସୁରକ୍ଷା କବଚକୁ ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ରାଜୀବ କୁମାରଙ୍କ ମନରେ ଗିରଫ ହେବାର ଭୟ ସୃଷ୍ଟି ହୋଇଛି।



from Odisha Reporter http://bit.ly/2witz6J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages