ଇଂଲଣ୍ଡଠାରୁ କ୍ରମାଗତ ୫ମ ସିରିଜ୍‌ ହାରିଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଇଂଲଣ୍ଡଠାରୁ କ୍ରମାଗତ ୫ମ ସିରିଜ୍‌ ହାରିଲା ପାକିସ୍ତାନ

ଲଣ୍ଡନ: ଘରୋଇ ପରିବେଶରେ ଇଂଲଣ୍ଡ ପ୍ରତିପକ୍ଷ ପାକିସ୍ତାନକୁ ୩-୦ରେ ପରାସ୍ତ କରି ଦିନିକିଆ ସିରିଜ୍‌କୁ ଆଗୁଆ କବଜା କରିଛି। ଶୁକ୍ରବାର ରାତିରେ ଖେଳା ଯାଇଥିବା ୪ର୍ଥ ଦିନିକିଆରେ ଇଂଲଣ୍ଡ ୩ ୱିକେଟ୍‌ରେ ପାକିସ୍ତାକୁ ମାତ୍ ଦେଇଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ଟି ବର୍ଷା କାରଣରୁ ବାତିଲ ହୋଇଥିଲା। ଏହାପରେ କ୍ରମାଗତ ୩ଟି ଯାକ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟୀ ହୋଇଛି।

୪ର୍ଥ ଦିନିକିଆକୁ ଜିତି ଇଂଲଣ୍ଡ ନିଜ ନାଁରେ ଏକ ବିରଳ ରେକର୍ଡ କରିଛି। ଇଂଲଣ୍ଡ ପ୍ରତିପକ୍ଷ ପାକିସ୍ତାନକୁ କ୍ରମାଗତ ୫ମ ଥର ପାଇଁ ଦିନିକିଆ ସିରିଜ୍‌ରେ ପରାସ୍ତ କରିବାର କୀର୍ତ୍ତିମାନ ସ୍ଥାପନ କରିଛି। ଶେଷ ଥର ପାଇଁ ୨୦୦୫ରେ ପାକିସ୍ତାନ ୩-୨ରେ ଇଂଲଣ୍ଡକୁ ପରାସ୍ତ କରିଥିଲା।

୪ର୍ଥ ଦିନିକିଆରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ବାବର ଆଜମଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୩୪୦ ରନ୍‌ କରିଥିଲା। ତେବେ ଇଂଲଣ୍ଡ ସମାନ ୭ ୱିକେଟ୍‌ ହରାଇ ୪୯.୩ ଓଭର୍‌ରେ ବିଜୟ ଟାର୍ଗେଟକୁ ହାସଲ କରି ନେଇଥିଲା। ଇଂଲଣ୍ଡ ପକ୍ଷରୁ ଜେସନ୍‌ ରୟ ବିସ୍ଫୋରକ ଶତକୀୟ ଇନିଂସ୍‌ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପ୍ରଥମେ ବ୍ୟାଟିଂ କରୁଥିବା ପାକ୍‌ ଟିମ ଆରମ୍ଭରୁ ୬ ରନ୍‌ କରିଥିବା ଇମାମ ଉଲ-ହକଙ୍କୁ ରିଟାୟର୍ଡ ହଟ୍‌ ଭାବେ ହରାଇଥିଲା। ଏହାପରେ ଫଖର ଜମାନ ଓ ବାବର ଆଜମ ଶତକୀୟ ଭାଗୀଦାରି କରିଥିଲେ। ତେବେ ୫୭ ରନ୍‌ କରି ଜମାନ ଟମ କରାନଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ମହମ୍ମଦ ହାଫିଜ ୫୯ ଓ ସୋଏବ ମାଲିକ ୪୧ ରନ୍ ସହ ବାବରଙ୍କୁ ଭରପୂର ସହଯୋଗ କରିଥିଲେ। ତେବେ ପାକିସ୍ତାନ କେବଳ ୩୪୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୩୪୧ ରନ୍‌ର ଟାର୍ଗେଟ ପାଇଥିବା ଇଂଲଣ୍ଡ ପ୍ରଥମ ୱିକେଟ୍‌ ପାଇଁ ୯୬ ରନ୍‌ର ଭାଗୀଦାରି କରିଥିଲା। ଏହି ସମୟରେ ୪୧ ରନ୍‌ କରିଥିବା ଜେମ୍ସ ଭେନିସ୍‌ ଆଉଟ୍‌ ହୋଇଯାଇଥିଲେ। ଜୋ ରୁଟ୍‌ ୩୬ ରନ୍‌ କରିଥିବା ବେଳେ ବେନ୍‌ ଷ୍ଟୋକ୍ସ ଅପରାଜିତ ୭୧ ରନ୍‌ର ଇନିଂସ୍‌ ଖେଳିଥିଲେ। ତେବେ ୮୯ ବଲ୍‌ରେ ୧୧୫ ରନ୍‌ର ଇନିଂସ୍‌ ଖେଳିଥିବା ଜେସନ ରୟ ହିଁ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଶେଷ ଦିନିକିଆଟି ଆସନ୍ତାକାଲି ଖେଳାଯିବ।



from Odisha Reporter http://bit.ly/2LUbpCH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages