୫ମ ଥର ଲାଗି ନବୀନ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ: ସମ୍ଭାବ୍ୟ ମନ୍ତ୍ରୀ ତାଲିକାକୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

୫ମ ଥର ଲାଗି ନବୀନ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ: ସମ୍ଭାବ୍ୟ ମନ୍ତ୍ରୀ ତାଲିକାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ରାଜନୀତିରେ ନୂଆ ରେକର୍ଡ ସହ ଲଗାତାର ପଞ୍ଚମ ଥର ପାଇଁ  ନୂଆ ସରକାର ଗଠନ କରିବାକୁ ଯାଉଛି ବିଜେଡି । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସୁଥିବାବେଳେ ୨୭ ତାରିଖ ଅର୍ଥାତ୍ ସୋମବାର ଶପଥ ଗ୍ରହଣ ଉତ୍ସବ ହେବାର ସମ୍ଭାବନା ରହିଛି । ଏପଟେ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ନବୀନ ତାଙ୍କ ପଂଚମ ଇନିଂସରେ କେତେ ପୁରୁଣା, କେତେ ନୂଆ ମୁହଁ ଓ କେତେ ମହିଳାକୁ ସୁଯୋଗ ଦେବେ ତା’ ଉପରେ ନଜର ରହିଛି । ସେପଟେ ମନ୍ତ୍ରୀ ପଦ ପାଇଁ ଲବି ବି ଆରମ୍ଭ ହୋଇଗଲାଣି।

ପଞ୍ଚମ ଥର ଶାସନ ଡୋର ଧରିବା ପୂର୍ବରୁ ବିଜେଡି କ୍ୟାମ୍ପରେ ଜବରଦସ୍ତ ଉତ୍ସାହ । ରାଜ୍ୟବ୍ୟାପୀ ଚାଲିଛି ଦଳୀୟ ନେତା ଓ କର୍ମୀଙ୍କ ସେଲିବ୍ରେସନ୍ । ୧୧୨ଟି ବିଧାନସଭା ଆସନ ଦଖଲ କରି ନବୀନ ରେକର୍ଡ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ଡକାଯାଇଛି । ନବ ନିର୍ବାଚିତ ବିଧାୟକମାନେ ଏହି ବୈଠକରେ ଯୋଗ ଦେବେ। ଆସନ୍ତା ୨୭ରେ ଆୟୋଜିତ ହୋଇପାରେ ଶପଥ ଗ୍ରହଣ ସମାରୋହ। ସେପଟେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିପାଇଁ ନବୀନ ନିବାସକୁ  ଆସି ଦଳୀୟ ନେତାମାନେ ଲବି ବି ଆରମ୍ଭ କରିଦେଇଛନ୍ତି ।

ମନ୍ତ୍ରୀ ତାଲିକା ଚର୍ଚ୍ଚାରେ ଅଛନ୍ତି ଭୂପିନ୍ଦର ସିଂ, ମନୋହର ରାନ୍ଧାରି, ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦୀପ ପାଣିଗ୍ରାହୀ, ବିକ୍ରମ କେଶରୀ ଆରୁଖ, ଜଗନ୍ନାଥ ସାରକା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, କିଶୋର ମହାନ୍ତି, ନବ ଦାଶ, ସାରଦା ନାୟକ, ଟୁକୁନି ସାହୁ, ପ୍ରଦୀପ ଅମାତ,  ରୋହିତ ପୂଜାରୀ, ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଜନୀକାନ୍ତ ସିଂ, ଦେବୀପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ରସାରଥୀ ବେହେରା, ସୌମ୍ୟରଂଜନ ପଟ୍ଟନାୟକ, ଅରୁଣ ସାହୁ, ସମୀର ରଂଜନ ଦାଶ,  ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ଅନନ୍ତ ଦାଶ,  ପ୍ରଫୁଲ ସାମଲ, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାଶ, ପ୍ରତାପ ଦେବ ଓ ପ୍ରତାପ ଜେନା।

କୁହାଯାଉଛି ପଂଚାୟତ ନିର୍ବାଚନରେ ଝଟକା ପରେ ସ୍ୱେଚ୍ଛାକୃତ ଭାବେ ଭାବେ ମନ୍ତ୍ରିମଣ୍ଡଳରୁ ବାଦ ପଡିଥିବା ନେତାଙ୍କୁ ବି ପୁଣି ଥରେ ସୁଯୋଗ ଦେଇପାରନ୍ତି ନବୀନ । ମହିଳା ପ୍ରତିନିଧିତ୍ୱ ଉପରେ ଗୁରତ୍ୱ ଦେବା ସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବା ସମ୍ଭାବନ ରହିଛି।

ମନ୍ତ୍ରିମଣ୍ଡଳ ଗଠନ ପୂର୍ବରୁ କାହାକୁ ବାଚସ୍ପତି, ମୁଖ୍ୟସଚେତକ, ଉପମୁଖ୍ୟ ସଚେତକ କରଯିବ ତାହା ସ୍ଥିର ହେବ । ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ଅଛନ୍ତି ପ୍ରଦୀପ ଅମାତ, ନିରଂଜନ ପୂଜାହାରୀ, କିଶୋର ମହାନ୍ତି ଓ ଦେବୀପ୍ରସାଦ ମିଶ୍ର। ଏସବୁ ଚର୍ଚ୍ଚା ଭିତରେ ନବୀନ କଣ ସରପ୍ରାଇଜ୍ ଦେଉଛନ୍ତି ତା ଉପରେ ନଜର ରହିଛି।



from Odisha Reporter http://bit.ly/2VMljpJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages