
ନୂଆଦିଲ୍ଲୀ: ଗତକାଲି ପଶ୍ଚିମବଙ୍ଗରେ ହୋଇଥିବା ହିଂସାକାଣ୍ଡ ପାଇଁ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ ହିଁ ଏକମାତ୍ର ଦାୟୀ। ତାଙ୍କର ସମର୍ଥକମାନେ ହିଁ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆଜି ଦିଲ୍ଲୀରେ ପ୍ରେସମିଟ୍ କରି କହିଛନ୍ତି।
ଟିଏମସି ସୁପ୍ରିମୋ ମମତା ବାନାର୍ଜି ବିଜେପି ବିରୋଧରେ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ନିର୍ବାଚନ ବେଳେ ଅନୁକମ୍ପା ଭୋଟ ପାଇବା ପାଇଁ ଟିଏମସି ହିଂସାକାଣ୍ଡ ଘଟଣା ପାଇଁ ବିଜେପି ଉପରେ ଦୋଷ ଲଦୁଛି ବୋଲି ଅମିତ ଶାହ କହିଛନ୍ତି। ତାଙ୍କର ରୋଡ ଶୋ’ ବେଳେ ବିଦ୍ୟାସାଗର କଲେଜ କ୍ୟାମ୍ପସ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କଲେଜ ଭିତେରେ ଥିବା ଟିଏମସି ସମର୍ଥକ ପଥର ଓ ଢ଼େଲା ମାରି ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଓ କଲେଜରେ ଭଙ୍ଗାରୁଜା କରିଛନ୍ତି ବୋଲି ବିଜେପି ସଭାପତି କହିଛନ୍ତି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପରେ ଟିଏମସି ହାରିବ ବୋଲି ସୁନିଶ୍ଚିତ ହୋଇଯାଇଛି। ତେଣୁ ଅନ୍ତିମ ପର୍ଯ୍ୟାୟ ବେଳକୁ ଟିଏମସି ବିଜେପି ପ୍ରତି ଆକ୍ରମଣାତ୍ମକ ହୋଇପଡ଼ିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ବିଜେପି ସଭାପତି ପଶ୍ଚିମବଙ୍ଗର ନର୍ଥ କୋଲକାତାରେ ଏକ ରାଲି କରିଥିଲେ। ଅମିତ ଶାହାଙ୍କ ରାଲି ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର କଲେଜ ପାଖରେ ପହଞ୍ଚିବା ପରେ ଟିଏମସି ଛାତ୍ର ପରିଷଦ ଅମିତ ଶାହଙ୍କ ରାଲି ଉପରକୁ ଟେକା, ପଥର ଫିଙ୍ଗିଥିଲେ। ଏହାପରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ମଧ୍ୟରେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଏପରି ହିଂସା ପାଇଁ ବିଜେପିକୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ଶାହା କହିଛନ୍ତି ଯେ, ବିଜେପି ଚଳିତ ନିର୍ବାଚନରେ ୩୦୦ ଆସନ ହାତେଇବ । ପଶ୍ଚିମବଙ୍ଗରେ ୨୩ରୁ ଅଧିକ ଆସନ ବିଜେପି ଖାତାକୁ ଆସିବ । ଏହା ୬ଟି ପର୍ଯ୍ୟାୟ ନିର୍ବାଚନରେ ସ୍ପଷ୍ଟ ହୋଇ ସାରିଛି। ଏଥିସହ ସେ ଯୁକ୍ତି ବାଢ଼ିଛନ୍ତି ବିଜେପି ଶାସିତ ୧୬ଟି ରାଜ୍ୟରେ ଏପରି ହିଂସା ଦେଖିବାକୁ ମିଳେନାହିଁ। କେବେଳ ପଶ୍ଚିମବଙ୍ଗରେ ଟିଏମସି ସରକାର ଏପରି ହଂସାକାଣ୍ଡ ଘଟାଉଛି। ତାଙ୍କ ସୁରକ୍ଷାରେ ଯଦି ସିଆରପିଏଫ ନଥାନ୍ତେ ତାହେଲେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥାନ୍ତେ ବୋଲି ବିଜେପି ସଭାପତି କହିଛନ୍ତି।
ଏଥିସହ ପଶ୍ଚିମବଙ୍ଗରେ ନିର୍ବାଚନ ବେଳେ ହଂସା ବଢ଼ିଚାଲିଥିବା ବେଳେ ନିର୍ବାଚନ କମିଶନ ନିରବ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସଭାପତି।
from Odisha Reporter http://bit.ly/30mouYI
No comments:
Post a Comment