ମୁହଁ ଖୋଲିଲେ ଅଜୟ: କହିଲେ, ‘ତମାଖୁ ନୁହେଁ ଇଲାଇଚିର କରୁଛି ବିଜ୍ଞାପନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

 ମୁହଁ ଖୋଲିଲେ ଅଜୟ: କହିଲେ, ‘ତମାଖୁ ନୁହେଁ ଇଲାଇଚିର କରୁଛି ବିଜ୍ଞାପନ’

ମୁମ୍ୱାଇ ; ବଲିଉଡ଼ର ଆଗ ଧାଡ଼ିର ଅଭିନେତା ଅଜୟ ଦେବଗନ କିଛି ଦିନ ହେବ ଏକ ତମାଖୁର ବିଜ୍ଞାପନ କରୁଛନ୍ତି। ଏହାଦେଖି ସପ୍ତାହେ ପୂର୍ବେ ଜୟପୁର ବାସିନ୍ଦା ନାନକରାମ ନାମକ କ୍ୟାନସର ପୀଡ଼ିତ ଅଜୟଙ୍କୁ ଏହି ବିଜ୍ଞାପନରୁ ଓହରିଯିବା ଲାଗି ନିବେଦନ କରିଥିଲେ।  ଏହାକୁ ଖାଇ ତାଙ୍କର ଏପରି ଅବସ୍ଥା ହୋଇଥିବା ସେ ଜଣାଇଛନ୍ତି। ଅଜୟ ଏବେ ଏହା ଉପରେ ନିଜ ମୁହଁ ଖୋଲିଛନ୍ତି। ଅଜୟ କହିଛନ୍ତି ଯେ,  ସମାଜକୁ ନକରାତ୍ମକ ଦିଗରେ ଯିବାକୁ ପ୍ରୋତ୍ସାହିତ କରୁଥିବା କୌଣସି ଦ୍ରବ୍ୟର ସେ ବିଜ୍ଞାପନ ନ କରିବାକୁ ସଚେତନ ଅଛନ୍ତି। ଏହି ଅବସରରେ ସେ କହିଲେ, ଯେ ମୁଁ ତମାଖୁ ନୁହେଁ, ଇଲାଇଚିର ବିଜ୍ଞାପନ କରୁଛି।

ଏହାପରେ  ଅଭିନେତାଜଣକ କହିଛନ୍ତି, ମୁଁ ସବୁବେଳେ ନିଜ କଣ୍ଟ୍ରାକ୍ଟରେ ତମାଖୁର ପ୍ରଚାର ନ କରିବା ଲାଗି ସର୍ତ୍ତ ରଖିଥାଏ।  ମୁଁ ବିଜ୍ଞାପନ କରୁଥିବା ଉତ୍ପାତ ଇଲାଇଚିର ଏବଂ ଏଥିରେ କୌଣସି  ତମାଖୁ ନ ଥିବା କମ୍ପାନୀ ତରଫରୁ ମୋତେ ସ୍ପଷ୍ଟ ଭାବେ କୁହାଯାଇଥିଲା। ମାତ୍ର ପରେ ଯଦି ଉକ୍ତ କମ୍ପାନୀ ସେହି ଉତ୍ପାତ ଜାଗାରେ ଅନ୍ୟ କିଛି ବିକ୍ରି କରୁଛି, ମୋର ସେ ବିଷୟରେ ଧାରଣା ନାହିଁ।

ନାନକରାମଙ୍କ କହିବା ମୁତାବକ ଅଜୟଙ୍କ ଦ୍ୱାରା ବିଜ୍ଞାପିତ ଉତ୍ପାଦ ଖାଇବାର କିଛି ଦିନ ପରେ ସେ କ୍ୟାନସରରେ ପୀଡିତ ହେଲେ। ତମାଖୁ ଯୋଗୁ ତାଙ୍କ ଜୀବନ ଓ ତାଙ୍କ ପରିବାର ବରବାଦ ହେବାକୁ ବସିଥିବା ସେ ଅନୁଭବ କଲେ।

ନାନକରାମଙ୍କ ପୁଅଙ୍କ କହିବା ମୁତାବକ, କିଛି ବର୍ଷ ପୂର୍ବେ ତାଙ୍କ ପିତା ଅଜୟଙ୍କ ଦ୍ୱାରା ବିଜ୍ଞାପିତ ତମାଖୁ ସେବନ କରିବାକୁ ଲାଗିଲେ। ଏହାପରେ ସେ ଏପରି ଘାତକ ବେମାର ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା। ଏପରି ସୁପରଷ୍ଟାର ଏପରି ବିଜ୍ଞାପନ କରିବା ଉଚିତ ନୁହେଁ ବୋଲି ସେ ଉପଦେଶ ଦେଇଛନ୍ତି।

ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ନାନକରାମ ପ୍ରାୟ ହଜାରେରୁ ଊର୍ଦ୍ଧ୍ୱ ଲିଫଲେଟ ବାଣ୍ଟିବା ସହ ଲୋକଙ୍କ ଘର କାନ୍ଥରେ ଲଗାଇ ସାରିଲେଣି।  ଏଥିରେ ସେ ଜଣାଇଛନ୍ତି, ତମାଖୁ ସେବନ ଦ୍ୱାରା କିପରି ସେ ଓ ତାଙ୍କ ପରିବାର ବରବାଦ ହୋଇଗଲେ।  ଏହାର ପରିଣତି ସ୍ୱରୂପ ସେ ଏବେ କଥା କହିବାକୁ ମଧ୍ୟ ସକ୍ଷମ ନୁହନ୍ତି।



from Odisha Reporter http://bit.ly/2VmdaIp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages