ଭିଡିଓ ପ୍ରମାଣ ସହ ଶାହଙ୍କୁ ମିଛୁଆ କହିଲା ଟିଏମସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଭିଡିଓ ପ୍ରମାଣ ସହ ଶାହଙ୍କୁ ମିଛୁଆ କହିଲା ଟିଏମସି

ନୂଆଦିଲ୍ଲୀ: ମଙ୍ଗଳବାର କୋଲକାତାରେ ସଂଘଟିତ ହିଂସାକାଣ୍ଡ ସମ୍ପର୍କରେ ବିଜେପି ସଭାପତି ଅମିତ ଶାହ ମିଛ କହୁଥିବା ଆଜି ଭିଡିଓ ପ୍ରମାଣ ସହ ଟିଏମସି ସର୍ବସମ୍ମୁଖରେ ଉପସ୍ଥାପନ କରିଛି। ବିଜେପିର ଗୁଣ୍ଡାମାନେ ହିଁ ପ୍ରଖ୍ୟାତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିଥିଲେ ବୋଲି ଟିଏମସି ସାଂସଦ ଡେରେକ୍ ଓବ୍ରାଇନ୍ ଭିଡିଓ ପ୍ରମାଣ ସାମ୍ନାକୁ ଆଣିଛନ୍ତି।

ସେ କହିଛନ୍ତି, “ଗତକାଲିର ଘଟଣାକୁ ନେଇ ସମଗ୍ର ବେଙ୍ଗଲ ସ୍ତବ୍ଧ ହୋଇଯାଇଛି। ଲୋକଙ୍କ ମନରେ କ୍ରୋଧର ନିଆଁ ଜଳୁଛି। ଗତକାଲିର ଘଟଣା ବେଙ୍ଗଲର ଇତିହାସ ଓ ଐତିହ୍ୟକୁ କ୍ଷତି ପହଞ୍ଚାଇଛି। ଅମିତ ଶାହଙ୍କ ପାଇଁ ଗତକାଲି ହିଂସା ସୃଷ୍ଟି ହେଲା। ସେ କିନ୍ତୁ ଦିଲ୍ଲୀ ଯାଇ ସାମ୍ବାଦିକ ସମ୍ମିଳନୀରେ ମିଛ କହିବା ଆରମ୍ଭ କରିଛନ୍ତି। ଦିଲ୍ଲୀରେ ଚାପୁଡ଼ା ମାରି ଗିରଫ ହୋଇଥିବା ତଜିନ୍ଦର ବାଗା ପଶ୍ଚିମବଙ୍ଗରେ କ’ଣ କହୁଥିଲେ। ସେ କ’ଣ ବାହାର ଲୋକ ନୁହନ୍ତି?

ଶାହ ବେଙ୍ଗଲରେ ଭୋଟ ମାଗୁଛନ୍ତି। ହେଲେ ସେ ବେଙ୍ଗଲର ଇତିହାସ ସମ୍ପର୍କରେ ଅବଗତ ନାହାନ୍ତି। ବିଜେପି ଦ୍ୱାରା ହିଁ ଗତକାଲିର ହିଂସା ପାଇଁ ଯୋଜନା ହୋଇଥିଲା। ଏନେଇ ଆହୁରି ପ୍ରମାଣ ସାମ୍ନାକୁ ଆସିବ।”

ଓବ୍ରାଇନ୍‌ ଜାରି କରିଥିବା ଭିଡିଓରେ ବିଜେପି କର୍ମୀମାନେ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି।
ଏହାପୂର୍ବରୁ ଶ୍ରୀ ଶାହ ଗତକାଲିର ଘଟଣା ପାଇଁ ଟିଏମସିକୁ ଦାୟୀ କରିଥିଲେ।



from Odisha Reporter http://bit.ly/2WL0L2a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages