
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପରେ ଇରାନ ପାଖରୁ ଭାରତ ତେଲ କିଣିବ କି ନାହିଁ ନିଷ୍ପତ୍ତି ନିଆଯିବ। ଗତକାଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଭାରତ ଗସ୍ତରେ ଆସିଥିବା ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫଙ୍କ ସହ କରିଥିବା ଆଲୋଚନାରେ ଏହି ନିର୍ଯାସ ବାହାରିଥିବା ଜଣାପଡ଼ିଛି।
ଗତବର୍ଷ ମେ ମାସରେ ଆମେରିକା ଇରାନ ପାଖରୁ ଭାରତ ସହିତ ୭ଟି ଅନ୍ୟ ଦେଶ ଅଶୋଧିତ ତେଲ କଣିବା ଉପରେ ରୋକ ଲଗାଇଥିଲା। ଏହାର ଅବଧି ମେ ୨ରେ ଶେଷ ହେବା ପରେ ପୁଣି ୬ ମାସ ପାଇଁ ପ୍ରତିବନ୍ଧକ ଅବଧି ବଢାଇଛି ଆମେରିକା। ଆମେରିକା ଭାରତ ଭାରତ ସମେତ ୮ଟି ଦେଶକୁ ବିଶ୍ୱର ଆର୍ଥିକ ପ୍ରତିବନ୍ଧକରୁ ବଞ୍ଚିବା ପାଇଁ ନଭେମ୍ବର ୪ ତାରିଖ ଯାଏଁ ତୈଳ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।
ଟ୍ରମ୍ପ ସରକାର ତେଲ ଉପରେ ପ୍ରତିବନ୍ଧକ ଅବଧି ବଢ଼ାଇବାର ୧୨ ଦିନ ପରେ ଭାରତ ଓ ଇରାନ ମଧ୍ୟରେ ଏହି ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ମୁଖ୍ୟତଃ ଶକ୍ତି, ଆର୍ଥିକ ସୁରକ୍ଷା ଓ ବ୍ୟବସାୟିକ ଆବଶ୍ୟକତା ଉପରେ ଆଲୋଚନା ହୋଇଥିବା ବୈଦେଶିକ ସଚିବ ରବିଶ କୁମାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଭାରତକୁ ତୈଳ ଦେବାରେ ଇରାକ, ସାଉଦି ଆରବିଆ ପରେ ଇରାନ ହେଉଛି ତୃତୀୟ ବଡ ଦେଶ। ଭାରତ ନିଜର ଆବଶ୍ୟକତାର ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ। ଆଉ ଇରାନଠାରୁ ନିଜ ଆବଶ୍ୟକତାର ୧୦ ପ୍ରତିଶତ ତୈଳ ଆଣିଥାଏ।
from Odisha Reporter http://bit.ly/2VoTR11
No comments:
Post a Comment