
ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲାର ନୀଳଗିରିର କୁଲଡ଼ିହା ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କଠାରୁ ୧୦ କେଜିରୁ ଅଧିକ ହରିଣ ମାଂସ ଜବତ କରାଯାଇଛି। ଏହା ସହିତ ବନ ବିଭାଗ କର୍ମଚାରୀମାନେ ୨ଟି ଦେଶୀ ବନ୍ଧୁକ ଜବତ କରିଛନ୍ତି।
କୁଲଡ଼ିହା ଅଭୟାରଣ୍ୟର ସିନ୍ଦୁରଗୌରୀ ଅଞ୍ଚଳରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ହରିଣ ମାଂସ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ସେହିପରି ତେଣ୍ଡା ଅଞ୍ଚଳରୁ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ବାଲିଆନାଳ ବିଟ୍ ଅଞ୍ଚଳରୁ ଜଣେ ଶିକାରୀକୁ ଗିରଫ କରାଯାଇଛି।
ଗତକାଲି ମଧ୍ୟରାତିରେ ଏସିଏଫ୍ଓଙ୍କ ନେତୃତ୍ୱରେ ଏକ ୨୫ ଜଣିଆ ଟିମ୍ କୁଲଡ଼ିହା ସଂରକ୍ଷିତ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଏହି ଶିକାରୀମାନଙ୍କୁ ଗିରଫ କରିଥିଲା।
from Odisha Reporter http://bit.ly/2JnDwIv
No comments:
Post a Comment