ସୋଶାଲ୍ ମିଡିଆରେ ଛାଇ ଯାଇଛି ‘ଜେସିବି କି ଖୁଦାଇ’ ମିମ୍ସ, ହେଲେ କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ସୋଶାଲ୍ ମିଡିଆରେ ଛାଇ ଯାଇଛି ‘ଜେସିବି କି ଖୁଦାଇ’ ମିମ୍ସ, ହେଲେ କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ସୋଶାଲ୍‌ ମିଡିଆରେ ନିଶ୍ଚୟ ଆକ୍ଟିଭ ଥିବେ। ଏବେ ଜେସିବି ମେସିନ୍‌କୁ ନେଇ ସୋଶାଲ୍‌ ମିଡିଆରେ ବହୁତ ପ୍ରକାର ମିମ୍ସ ଶେଆର୍‌ ହେବା ସହ ଭାଇରାଲ୍‌ ହେବାର ଆପଣ ଦେଖିଥିବେ। ମିମ୍ସରେ ଜେସିବି କି ଖୁଦାଇ ବା ଜେସିବିର ମାଟି ଖୋଳିବାକୁ ନେଇ ବିଭିନ୍ନ ପ୍ରକାର ମିମ୍ସ ଭାଇରାଲ୍‌ ହେଉଛି।

ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ, କ’ଣ ପାଇଁ ଏହି ଜେସିବିକୁ ନେଇ ଏତେ ମିମ୍ସ ତିଆରି ହେଉଛି। କ’ଣ ପାଇଁ ମାଟି ଖୋଳୁଥିବା ଜେସିବି ମେସିନ୍‌ର ଭିଡିଓକୁ ଲୋକ ଅଧିକା ଦେଖୁଛନ୍ତି।

ଏ ବିଷୟରେ ଆମେ ଆପଣଙ୍କୁ କହିବୁ। ଜାଣନ୍ତୁ କ’ଣ ପାଇଁ ଜେସିବିକୁ ନେଇ ଏତେ ମିମ୍ସ ଭାଇରାଲ୍‌ ହେଉଛି।

ଏହି ଜେସିବି ମିମ୍ସ ଭାଇରାଲ୍‌ର ମୂଳ କାରଣ କାହାକୁ ବି ଜଣା ନାହିଁ। କିଏ କହୁଛି, ସନ୍ନି ଲିଓନି ଜେସିବି ଉପରେ ଛିଡ଼ା ହୋଇ ଏକ ଫଟୋ ଶେୟାର୍‌ କରିଥିଲେ। ସେହି ଦିନରୁ ଏହାକୁ ନେଇ ଏତେ ମିମ୍ସ ଭାଇରାଲ୍‌ ହେଉଛି। ଆଉ କିଏ କହୁଛି, ଭାରତରେ ଲୋକମାନଙ୍କର କିଛି କାମ ନାହିଁ, ସେଥିପାଇଁ କିଛି ବି ଗୋଟେ ବିଷୟକୁ ମଜାରେ ନେଇ ମିମ୍ସ ତିଆରି କରି ଭାଇରାଲ୍‌ କରାଯାଉଛି।

ଏହା ମଧ୍ୟ କୁହାଯାଉଛି ଯେ, ଜେସିବି ତିଆରି କରୁଥିବା କମ୍ପାନିକୁ ୫୦ ବର୍ଷ ପୂରିଛି। ଏହି ଅବସରରେ କମ୍ପାନି ତାର ସଫଳ ଯାତ୍ରାକୁ ନେଇ କିଛି ଭିଡିଓ ଅପ୍‌ଲୋଡ୍‌ କରିଥିଲା। ଯେଉଁ ଭିଡିଓରେ ବିଭିନ୍ନ ଜାଗାରେ ଜେସିବି ମେସିନ୍‌ କାମ କରୁଥିଲା। ସେହି ଭିଡିଓକୁ ବହୁତ ଲୋକେ ଦେଖୁଛନ୍ତି। ଲୋକମାନଙ୍କୁ ଟ୍ରଲ୍‌ କରିବାକୁ ଯାଇ ଏହିପରି କରାଯାଉଥିବା ମଧ୍ୟ କୁହାଯାଉଛି।

୨୦୧୯ ମସିହାରେ ଜେସିବି ଖୋଳାଖୋଳି କରୁଥିବା କାମକୁ ମଧ୍ୟ ଲୋକମାନେ ଦେଖିବାକୁ ଯାଉଛନ୍ତି। ଏହାର ଅର୍ଥ ଲୋକଙ୍କ ପାଖରେ କିଛି କାମ ନାହିଁ । ଏହା ଦେଖି ସମୟ ବିତାଉଥିବାରୁ ଲୋକଙ୍କୁ ଟ୍ରଲ୍ କରାଯାଉଛି।

ଏହି ଜେସିବି କି ଖୁଦାଇ ସୋଶାଲ ମିଡିଆରେ ପୁରା ଛାଇ ଯାଇଛି। ତେବେ ଆପଣ ମଧ୍ୟ ଏହି ଘଟଣାକୁ ନେଇ ତିଆରି ହେଉଥିବା ମିମ୍ସ ଦେଖନ୍ତୁ ଆଉ ମଜା ନିଅନ୍ତୁ।



from Odisha Reporter http://bit.ly/2WrDdCE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages