ମୋଦିଙ୍କ କେଦାରନାଥ ଗସ୍ତକୁ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ ଇସିଙ୍କ ନିକଟରେ ଟିଏମସି ଫେରାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ମୋଦିଙ୍କ କେଦାରନାଥ ଗସ୍ତକୁ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ ଇସିଙ୍କ ନିକଟରେ ଟିଏମସି ଫେରାଦ

PM-Modi-Prays-at-Kedarnath-Temple-2-F

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତକୁ ନେଇ ଆପତ୍ତି ଉଠାଇଛି ତୃଣମୂଳ କଂଗ୍ରେସ। ଏହା ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଟିଏମସି ଅଭିଯୋଗ କରିଛି।

ନିୟମ ଅନୁସାରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ ୧୭ ସଂଧ୍ୟା ୬ଟାରେ ପ୍ରଚାର ଉପରେ ରୋକ ଲଗାଯାଇଛି। ହେଲେ ଏହାକୁ ପ୍ରଧାନମନ୍ତ୍ରୀ ଉଲ୍ଲଂଘନ କରିଛନ୍ତି ବୋଲି ଟିଏମସି ଦର୍ଶାଇଛି। ମୋଦି ଏହି ସମୟରେ କେଦାରନାଥ ଓ ବଦ୍ରିନାଥ ମନ୍ଦିର ଯାଇଥିଲେ। ମୋଦିଙ୍କ ଏହି ଗସ୍ତକୁ ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ବହୁତ ସମୟ ଧରି ପ୍ରସାରଣ କରିଥିଲେ। ଯାହାକି ଏକ ପ୍ରକାର ପ୍ରଚାର ବୋଲି ଟିଏମସି ଯୁକ୍ତି ବାଢ଼ିଛି। ଏହାକୁ ନେଇ ଆଜି ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି ଟିଏମସି। ଗଣମାଧ୍ୟମରେ ମୋଦିଙ୍କ ଗସ୍ତର ପ୍ରସାରଣ ଉପରେ ରୋକ ଲଗାଇବାକୁ ନିର୍ବାଚନ କମିଶନଙ୍କ ନିକଟରେ ଟିଏମସି ରାଜ୍ୟସଭା ସାଂସଦ ଡେରେକ ଓ଼ବ୍ରାଏନ ଦାବି କରିଛନ୍ତି।

ଆଚରଣ ବିଧି ଲାଗୁ ହୋଇଥିବା ବେଳେ କେଦାରନାଥର ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ ମୋଦି। ଯାହାକି ମଡେଲ କୋଡ ଅଫ୍ କଣ୍ଡକ୍ଟ ଉଲ୍ଲଂଘନ କରିଥିବା ଟିଏମସି କହିଛି। ନିର୍ବାଚନ କମିଶନ ଏସବୁ ଦେଖୁଥିଲେ ମଧ୍ୟ ଅନ୍ଧ ଭଳି ବସିଛନ୍ତି ବୋଲି ଟିଏମସିର ଏହି ବରିଷ୍ଠ ନେତା କହିଛନ୍ତି।



from Odisha Reporter http://bit.ly/2WT2n9Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages