ବିଜେପି ହଟାଅ ଅଭିଯାନ: ପୁଣିଥରେ ରାହୁଲ ଓ ପାୱାରଙ୍କୁ ଭେଟିଲେ ନାଇଡୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ବିଜେପି ହଟାଅ ଅଭିଯାନ: ପୁଣିଥରେ ରାହୁଲ ଓ ପାୱାରଙ୍କୁ ଭେଟିଲେ ନାଇଡୁ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଶେଷ ପର୍ଯ୍ୟାୟ ଭୋଟ୍‌ ଚାଲିଥିବା ବେଳେ ଅନ୍ୟପଟେ ଅଣ ବିଜେପି ଦଳଗୁଡ଼ିକ ପରବର୍ତ୍ତୀ ସରକାର ଗଠନ ପାଇଁ ଜୋରଦାର କସରତ ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଗତକାଲି ଏହି ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅଣ ବିଜେପି ଦଳର ନେତାମାନଙ୍କୁ ସହ ବୈଠକ କରିଥିଲେ।

ଆଜି ଚନ୍ଦ୍ରବାବୁ ପୁଣିଥରେ ରାହୁଲ ଗାନ୍ଧି ଓ ଏନ୍‌ସିପି ମୁଖ୍ୟ ଶରଦ ଯାଦବଙ୍କୁ ଭେଟି ଦ୍ୱିତୀୟ ରାଉଣ୍ଡ ବୈଠକ କରିଛନ୍ତି। ଏଥିସହ ବିଜେପି ବିରୋଧରେ ସବୁ ଦଳ ଏକାଠି ହେବା ଦରକାର ବୋଲି ସେ ରାହୁଲ ଓ ପାୱାରଙ୍କୁ ପୁଣିଥରେ କହିଛନ୍ତି।

ଶନିବାର ବିଜେପି ବିରୋଧରେ ମେଣ୍ଟ କରିବା ଲକ୍ଷ୍ୟ ନେଇ ଚନ୍ଦ୍ରବାବୁ ଦିଲ୍ଲୀ ଆସିଥିଲେ। ସେ ପ୍ରଥମେ ରାହୁଲ ଗାନ୍ଧି ଓ ପରେ ଶରଦ ପାୱାର, ଲୋକତାନ୍ତ୍ରିକ ଜନତା ଦଳର ନେତା ଶରଦ ଯାଦବ ଓ ବାମଦଳର ନେତାମାନଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସେ ଉତ୍ତର ପ୍ରଦେଶ ଯାଇ ଅଖିଲେଶ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହି ଦୁଇ ନେତା କଂଗ୍ରେସ ଠାରୁ ଦୂରେଇ ଯାଇଛନ୍ତି। କିନ୍ତୁ ଗତକାଲି ନାଇଡୁ ଏମାନଙ୍କ ସହ କଥା ହୋଇ ଉଭୟଙ୍କୁ ବୁଝାଇଥିବା ଜଣାପଡ଼ିଛି।

ସେମାନଙ୍କ ସହ ଆଲୋଚନା କରିବା ପରେ ଆଜି ସକାଳେ ନାଇଡୁ ପୁଣିଥରେ ଦିଲ୍ଲୀ ଫେରି ରାହୁଲ ଓ ପାୱାରଙ୍କ ସହ ସାକ୍ଷାତ କରିଛନ୍ତି। ସେ ଆଜିର ବୈଠକ ସମୟରେ ରାହୁଲ ଓ ପାୱାରଙ୍କୁ କହିଛନ୍ତି ଯେ ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏଥିରେ କୌଣସି ଦଳକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମିଳିବ ନାହିଁ। ତେଣୁ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ହେଲେ ପ୍ରଥମେ ବିରୋଧୀ ଦଳଗୁଡ଼ିକୁ ଏକାଠି ହେବାକୁ ପଡ଼ିବ। ମାୟାବତୀ ଓ ଅଖିଲେଶ ମଧ୍ୟ ଏ ଦିଗରେ ସକାରାତ୍ମକ ଆଭିମୁଖ୍ୟ ରଖିଥିବା କୁହାଯାଇଛି।



from Odisha Reporter http://bit.ly/2HqCJ7h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages