
ନୂଆଦିଲ୍ଲୀ:ନିର୍ବାଚନ କମିଶନ ମାର୍ଚ୍ଚ ୧୦ ତାରିଖରେ ଲୋକସଭା ନିର୍ବାଚନ ବାବଦରେ ଘୋଷଣା ସହିତ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଉଠାଇଦେଛନ୍ତି। ସେ ଏନେଇ କ୍ୟାବିନେଟ୍ ସଚିବ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଏ ସଂକ୍ରାନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟ ବା ଆଚରଣ ବିଧି ଲାଗୁ ହେବା ଫଳରେ ଶାସନରେ ଥିବା ବ୍ୟକ୍ତିମାନଙ୍କୁ ରାଜନୀତିକ ଉଦ୍ଦେଶ୍ୟ ପାଇଁ କ୍ଷମତା ପ୍ରୟୋଗରୁ ଦୂରେଇ ରଖାଯାଏ। ଏହା ବ୍ୟତୀତ ଧର୍ମଭିତ୍ତିକ ବା ଅନ୍ୟ କୌଣସି ପ୍ରକାର ଧମକ ଦେବା କିମ୍ବା ଭୋଟ୍ ପାଇଁ ଲାଞ୍ଚ ଦେବା ଆଦିରେ କଟକଣା ଲାଗୁ ହୋଇଥାଏ।
ଚଳିତ ନିର୍ବାଚନରେ ନିର୍ବାଚନ କମିଶନ ନିଜର କ୍ଷମତା ପ୍ରୟୋଗ କରି ଏହି ସମୟରେ ବିଭିନ୍ନ ରାଜନୀତିକ ବ୍ୟକ୍ତିମାନଙ୍କ ପ୍ରଚାରରେ କଟକଣା ଲଗାଇଥିଲେ। ଏତଦ୍ବ୍ୟତୀତ ବିଭିନ୍ନ ରାଜନୀତିକ ବ୍ୟକ୍ତିବିଶେଷଙ୍କ ବାୟୋପିକ୍ ଉପରେ ମଧ୍ୟ କଟକଣା ଲଗାଇଥିଲେ, ଯାହାକି ଭୋଟ୍ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଥିଲା।
from Odisha Reporter http://bit.ly/2wjiyBX
No comments:
Post a Comment